ପ୍ରାକ୍ତନ ପୌରାଧ୍ୟକ୍ଷ ଦ୍ୱାରିକାନାଥ ମହାନ୍ତିଙ୍କ ପରଲୋକ
ାା ପ୍ରଭାନୁ୍ୟଜ ।ା ଯାଜପୁର ଟାଉନ: ଯାଜପୁର ପୌରପାଳିକାର ପ୍ରାକ୍ତନ ଅଧ୍ୟକ୍ଷ ତଥା ବରିଷ୍ଠ ଆଇନ୍ଜୀବୀ ଦ୍ୱାରିକାନାଥ ମହାନ୍ତି (୯୨)ଙ୍କ ପରଲୋକ ଘଟିଛି । ସ୍ୱର୍ଗତ ମହାନ୍ତି ଗତ ୨ବର୍ଷ ହେବ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ । ଗୁରୁବାର ଭବାନୀଗଞ୍ଜସ୍ଥିତ ତାଙ୍କ ବାସଭବନରେ ପରଲୋକ ହୋଇଛି । ସ୍ୱର୍ଗତ ମହାନ୍ତି ଯାଜପୁର ପୌରପାଳିକାରେ ୧୯୬୯ ରୁ ୧୯୭୪ ମସିହା ପର୍ଯ୍ୟନ୍ତ ଅଧ୍ୟକ୍ଷ ଥିଲେ ।ସେ କଂଗ୍ରେସ ଦଳର ଜଣେ ବରିଷ୍ଠ କାର୍ଯ୍ୟକର୍ତା ଥିଲେ । ଏହା ସହିତ ସ୍ୱର୍ଗତ ମହାନ୍ତି ଜଣେ ଦକ୍ଷ ଆଇନଜୀବୀ ଭାବେ ପରିଚିତ ଥିଲେ । ଦୀର୍ଘ ୧୫ବର୍ଷ କାଳ ସେ ସରକାର ଓକିଲ ଭାବେ ଯାଜପୁର କୋର୍ଟରେ କାର୍ଯ୍ୟ କରିଛନ୍ତି । ତାଙ୍କ ବିୟୋଗ ସମୟରେ ତାଙ୍କର ପୁତ୍ର ନିତାଇଚାନ୍ଦ ମହାନ୍ତି, ଗୋରାଚାନ୍ଦ ମହାନ୍ତି, ପୁତୁରା ଅବସରପ୍ରାପ୍ତ ଜିଲାଜଜ୍ ରାମଚନ୍ଦ୍ର ମହାନ୍ତି, କେନ୍ଦ୍ରାପଡା ଜିଲାଜଜ୍ ବିଶ୍ୱଜିତ୍ ମହାନ୍ତି, ଆଇନଜୀବୀ ସମରଜିତ ମହାନ୍ତି, କାଉନସିଲର ହେମାଙ୍ଗିନୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ସ୍ୱର୍ଗତ ମହାନ୍ତିଙ୍କ ବିୟୋଗରେ ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ, ଯାଜପୁର ବିଧାୟିକା ସୁଜାତା ସାହୁ, ଜିଲା ବିଜେପି ସଭାପତି ଗୌତମ ରାୟ, ଜିଲ୍ଲା କଂଗ୍ରେସ ସଭାପତି ମନୋଜ ରାଉତ, ସନ୍ତୋଷ ନନ୍ଦ, ପୂର୍ବତନ ଅଧ୍ୟକ୍ଷ ଭବପ୍ରସାଦ ଦାସ, ଉପାଧ୍ୟକ୍ଷ ସନ୍ତୋଷ ମଲ୍ଲିକ, ବିଜେପି ଜିଲ୍ଲା ସାଧାରଣ ସଂପାଦକ ସୁଦିପ୍ତ ପଣ୍ଡା, ସୁରଜଲାଲ ସାମଲ, ବରିଷ୍ଠ ଆଇନଜୀବୀ ମଧୁସୂଦନ ମାହୁନ୍ତ, ସତିଶ କୁମାର ଦାସ, ଶିବପ୍ରସାଦ ମହାନ୍ତି, ଅଶୋକ କୁମାର ପାହିଲ, ପ୍ରଫୁଲ୍ଲ କୁମାର ସାମଲ, ରାଜେନ୍ଦ୍ର ପ୍ରସାଦ ନାୟକ, ଜଗନ୍ନାଥ ଜେନା, ଫଣି ଭୂଷଣ ଚାଟାର୍ଜି, ଚକ୍ରଧର ବିଶ୍ୱାଳ, ପ୍ରମୋଦ କୁମାର ମହାପାତ୍ର, ପ୍ରଦୀପ୍ତ କୁମାର ପଣ୍ଡା, କିଶୋର କୁମାର କର, ପ୍ରବୀର କୁମାର ରାୟ, ପ୍ରତାପ କୁମାର ରାୟ, ଦିଲ୍ଲୀପ କୁମାର ଦାସ, ସମରେନ୍ଦ୍ର ଦାସ, ଶୈଳେନ୍ଦ୍ର କୁମାର ସାମଲ, ରାଜୀବ କୁମାର ମହାନ୍ତି, ଲକ୍ଷ୍ମୀଧର ପାଢ଼ୀ, ଆଲୋକ କୁମାର ପାଣି, ଦୀପ୍ତିରଞ୍ଜନ ମହାନ୍ତି, ଦିଗାମ୍ବର କର, ସୁଦୀପ କର, ବିଷ୍ଣୁ ରାଉତ, ରାଜୀବ ମହାପାତ୍ର, ବିଭୂତି ମହାପାତ୍ର ପ୍ରମୁଖ ବହୁ ରାଜନୈତିକ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି । ଦଶାଶ୍ୱମେଧ ଘାଟକୁ ଅଣାଯାଇ ଅନ୍ତିମ ସଂସ୍କାର କରାଯାଇଥିଲା ।