ପିଏମ୍ଶ୍ରୀ କେନ୍ଦ୍ରୀୟ ସ୍କୁଲରେ ପ୍ରବେଶ ଉତ୍ସବ
ଯାଜପୁର ଟାଉନ : ପିଏମ୍ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ଯାଜପୁଚର ପରିସରରେ ନୂତନ ଶିକ୍ଷାବର୍ଷର ପ୍ରଥମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଉଦେ୍ଦଶ୍ୟରେ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରାଚାର୍ଯ୍ୟ ସଞ୍ଜୟଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ନୂତନ ଭାବେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟରେ ସ୍ୱାଗତ କରାଯାଇଥିଲା । ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଦ୍ୟା ପ୍ରବେଶରେ ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରର ଭାରପ୍ରାପ୍ତ ଶିକ୍ଷୟିତ୍ରୀ ମୋନାଲିସା ବେହହେରା, ସୁଧାଂଶୁ କର ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ ମଧ୍ୟରେ ଥିବା ସମ୍ପର୍କ ସବୁବେଳେ ପରିପୁରକ ପରିଚୟ ପ୍ରଦାନ କରିଥିବା ବେଳେ, ଶିକ୍ଷକ ଭୁବନ ମୋହନ ସାହୁ ବିଦ୍ୟାଳୟର ନୀତି ସମ୍ପର୍କରେ ଅବଗତ କରାଇଥିଲେ ।