ଜାତୀୟ ଏକତା ଶିବିର : ଓଡିଶାରୁ ପ୍ରତାପଙ୍କ ପ୍ରତିନିଧିତ୍ୱ
ନୂଆପଡା : ଗୁଜରାଟର ଅହମଦାବାଦର ଗୁଜରାଟ ବିଦ୍ୟାପିଠରେ ଅନୁଷ୍ଠିତ ଜାତୀୟ ଏକତା ଶିବିରକୁ ଭବାନୀପାଟଣାର ଜୟ ପ୍ରକାଶ ସାନ୍ଧ୍ୟ ଡିଗ୍ରୀ କଲେଜ ଜାତୀୟ ସେବା ଯୋଜନା ଅଧିକାରୀ ପ୍ରତାପ ଚନ୍ଦ୍ର ଦାଶ ଓଡିଶାରୁ ପ୍ରତିନିଧିତ କରିଛନ୍ତି । ପ୍ରତାପ ଚନ୍ଦ୍ର ଦାଶ ଖଡ଼ିଆଳ ବ୍ଲକ୍ ତୁକୁଲା ଗ୍ରାମର । ୭ ଦିନ ଧରି ଚାଲିଥିବା ଏହି ଜାତୀୟ ଏକତା ଶିବିରରେ ଓଡିଶାରୁ ମୋଟ ୧୦ ଜଣ ସ୍ୱେଚ୍ଛାସେବୀ ଯୋଗଥିବା ବେଳେ, ଭାରତରୁ ମୋଟ ୨୦୦ ଜଣ ସ୍ୱେଚ୍ଛାସେବୀ ଯୋଗଦେଇଥିଲେ । ଗାନ୍ଧୀଜୀଙ୍କ ନିର୍ମିତ ଏହି ଗୁଜରାଟ ବିଦ୍ୟାପିଠରେ ୯ଟି ୱାର୍କସପ୍ ମଧ୍ୟରୁ ଚରଖରେ ସୁତାବୁଣା, ମୃତ୍ତିକା କଳା, ଫୋଟଗ୍ରାଫି, ରଙ୍ଗୋଲି, ପାଣି ପ୍ରହଂରା ଶିକ୍ଷା, ନୃତ୍ୟ ଶିକ୍ଷା, ଅଗ୍ନି ନିର୍ବାପକ ଶିକ୍ଷା, ଆତ୍ମରକ୍ଷା କୌଶଳ ଆଦି ଅର୍ନ୍ତଭୁକ୍ତ । ଏହି ଶିବିର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିବା ବେଳେ, ଆଞ୍ଚଳିକ ନିଦେ୍ର୍ଦଶକ ଏନ୍ଏସ୍ଏସ୍ ଡ. କମଳ କର ଏହାର ମୁଖ୍ୟ ପରିଚାଳକ ଭାବେ କାର୍ଯ୍ୟ ନିର୍ବାହ କରିଥିଲେ । ପ୍ରତାପ ଚନ୍ଦ୍ର ଦାଶଙ୍କ ବିକାଶିତ ଭାରତରେ ଯୁବକଙ୍କ ଆବଶ୍ୟକତା ଓ ପ୍ରେରଣା ଯୋଗାଇବା ସହ ଅନେକ ପ୍ରତିଯୋଗିତା, ଶିକ୍ଷଣିୟ କାର୍ଯ୍ୟକ୍ରମ, ଯୋଗାଭ୍ୟାସ ଏବଂ ବିଭିନ୍ନ ବିଷୟବସ୍ତୁ ଉପରେ ଯୁବଙ୍କ ପ୍ରସ୍ତୁତି ଓ ତଥ୍ୟ ପ୍ରଦାନର ପରିଚାଳନାରେ ସହଯୋଗ କରିଥିଲେ । ଶ୍ରୀ ଦାଶ ଆଞ୍ଚଳିକ ନିଦେ୍ର୍ଦଶାଳୟ ଏନ୍ଏସ୍ଏସ୍ ଭୁବନେଶ୍ୱରର ନିଦେ୍ର୍ଦଶିକା ସୁଶ୍ରୀ ସରିତା ପଟେଲ ଦ୍ୱାରା ମନୋନୀତ ହୋଇଥିବାରୁ ତାଙ୍କୁ ଧନ୍ୟବାଦ ଦେଇଛନ୍ତି ।