ଉପମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା 

ଛତ୍ରପୁର: ଓଡିଶା ସରକାରଙ୍କ ଓଡିଶାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ରବିବାର ଗଞ୍ଜାମ ଜିଲ୍ଲାକୁ ଦିନିକିଆ ଗ୍ରସ୍ତରେ ଆସିଥିବା ଛତ୍ରପୁର ସ୍ଥିତ ସର୍କିଟ ହାଉସ ଠାରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା, ମୁଖ୍ୟ ଜÿିଲ୍ଲା କୃଷି ଅଧିକାରୀ ରବି ନାରାୟଣ ପଣ୍ଡା, ଉପନିଦେ୍ର୍ଦଶକ ଉଦ୍ୟାନ ବିଭାଗ କନ୍ଧ ଜେନାଙ୍କ ସମେତ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଉପମୁଖ୍ୟମନ୍ତ୍ରୀ ଶ୍ରୀ ଦେଓଙ୍କୁ ପୁଷ୍ପଗୁଚ୍ଛ ସହ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ ଜଣାଇଛନ୍ତି । ଏହା ସହିତ ଛତ୍ରପୁର ଏନଏସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଛତ୍ରପୁର ଓକିଲ ସଂଘର ସଭାପତି ପ୍ରଦୀପ କୁମାର ପାଢ଼ୀ, ବସନ୍ତ ବେହେରା, ରୁଈନା ପଟ୍ଟନାୟକ, ଲକ୍ଷ୍ମୀ ନାରାୟଣ ପଣ୍ଡା,ରାଜେନ୍ଦ୍ର ପଲାଇ, ବନୋଜ ନାହାକ, ଗୋପାଳ ପାତ୍ର, କେ. ରଘୁନାଥ ରେଡ୍ଡୀ, ପି ରଘୁନାଥ ରେଡ୍ଡୀ, ଡି ସୁରେଶ ରେଡ୍ଡୀ, ବି ଶଙ୍କର ରେଡ୍ଡୀ, ସମ୍ପଦ ନାହାକ, ଏନ. ଦୁର୍ଯେ୍ୟାଧନ ରେଡ୍ଡୀ, ପି ଧର୍ମା ରେଡ୍ଡୀ, ଭଗବାନ ନାହାକ, ଭୀମସେନ ବେହେରାଙ୍କ ସମେତ ଛତ୍ରପୁର ନିର୍ବାଚନ ମଣ୍ଡଳୀର ବହୁ ଭାଜପା ନେତା ଓ କର୍ମୀ ଉପସ୍ଥିତ ଥିଲେ ।