ବିଡ଼ିଓଙ୍କ ଯୋଗଦାନ
ବୁଗୁଡ଼ା: ବୁଗୁଡ଼ା ବ୍ଲକରେ ନୂତନ ବିଡିଓ ଭାବେ ଦୂତିକୃଷ୍ଣ ପାତ୍ର ଯୋଗ ଦେଇଛନ୍ତି । ସେ ପୂର୍ବରୁ କୋରାପୁଟ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ । ବୁଗୁଡ଼ା ବିଡ଼ିଓ ଭାବେ ଯୋଗଦେବା ପରେ ବ୍ଲକ କର୍ମଚାରୀମାନେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଏଠାରେ ଥିବା ବିଡ଼ିଓ ସନ୍ତୋଷ କୁମାର ଜେନାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାକୁ ବଦଳି ହେବା ପରେ ଦୀର୍ଘ ଦିନ ହେଲା ତହସିଲଦାର ତାପସ ରାଉତ ବିଡ଼ିଓ ଦାୟିତ୍ୱରେ ରହିଥିଲେ । ସ୍ଥାୟୀ ବିଡ଼ିଓ କାର୍ଯ୍ୟଭାର ଗ୍ରହଣ କଲା ପରେ ପଞ୍ଚାୟତସ୍ତରୀୟ ବିଭିନ୍ନ ଉନ୍ନୟନ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ ବୋଲି ଆଶା କରାଯାଉଛି ।