ଏକ ଦେଶ ଏକ ନିର୍ବାଚନ ନେଇ ସମ୍ମିଳନୀ

ନବରଙ୍ଗପୁର : ସ୍ଥାନୀୟ ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟ ଠାରେ ଏକ ଦେଶ ଏକ ନିର୍ବାଚନ ସନ୍ଦର୍ଭରେ ଏକ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ଭାବେ ରାଜ୍ୟ ଟୋଲି ସଦସ୍ୟ ଓ ସଂଯୋଜକ ସୌମ୍ୟକାନ୍ତ ଜେନା, ରାଜେଶ କୁମାର ପଟ୍ଟନାୟକ ଯୋଗ ଦେଇଥିବା ବେଳେ ଭାରତୀୟ ଜନତା ପାର୍ଟି ନବରଙ୍ଗପୁର ଜିଲ୍ଲା ସଭାପତି କୁଞ୍ଜ ବିହାରୀ ଦାସ ସଭାପତିତ୍ୱ କରିଥିଲେ । ପୂର୍ବତନ ଜିଲ୍ଲା ସଭାପତି ଜଗଦୀଶ ଚନ୍ଦ୍ର ବିଷୋୟୀ, ରାଜ୍ୟ ଯୁବମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ତଥା ବଣିକ ସଂଘ ସଭାପତି କାହ୍ନୁ ଦାସ, ସାଧାରଣ ସମ୍ପାଦକ ଅଚୁ୍ୟତ ନନ୍ଦ ବିଷୋୟୀ, ବରିଷ୍ଟ କାର୍ଯ୍ୟକର୍ତ୍ତା ମୃତୁ୍ୟଞ୍ଜୟ ଦାସ, ପୌରାଧ୍ୟକ୍ଷ କୁନୁ ନାୟକ ମଞ୍ଚାସିନ ଥିବା ବେଳେ ସାଧାରଣ ସମ୍ପାଦକ ଦେବଦାସ ମହାଙ୍କୁଡ ମଞ୍ଚ ପରିଚାଳନା କରିଥିଲେ । ଏକ ଦେଶ ଏକ ନିର୍ବାଚନ ଦ୍ୱାରା ଦେଶର ଅନାବଶ୍ୟକ ନିର୍ବାଚନ ଖର୍ଚ୍ଚ କାଟ ହେବା ସହ ଦେଶରେ ଏକ ସ୍ଥିର ସରକାର ଗଠନ ହୋଇ ପାରିବା ସହ ମଧ୍ୟବର୍ତ୍ତୀ ନିର୍ବାଚନକୁ ରୋକିବା ଦିଗରେ ବି ସହାୟକ ହେବ । ଏଥି ପାଇଁ ସମ୍ବିଧାନ ସଂଶଧୋନର ଆବଶ୍ୟକ ପଡିପାରେ ବୋଲି କିଛି ବୁଦ୍ଧିଜୀବୀ ଆଶଙ୍କା ବ୍ୟକ୍ତ କରିଥିଲେ କିନ୍ତୁ ଅସମ୍ଭବ ନୁହେଁ ବୋଲି ମତ ପ୍ରକାଶ ପାଇଥିଲା । ଏହି କାର୍ଯ୍ୟକ୍ରମରେ ବରିଷ୍ଟ ନାଗରିକ ସଂଘ ସଭାପତି ରାଧାନାଥ ବେହେରା, ରାମମୂର୍ତ୍ତି ପଟ୍ଟନାୟକ, ଭି ପ୍ରସାଦ ରାଓ, ପ୍ରଭାକର ପାତ୍ର, ଲାଲୁ ଶତପଥୀ, ମମତା ମହାରଣା, ଜ୍ୟୋତି ବେନ୍ୟା, କିଶୋରୀ ପଟ୍ଟନାୟକ, ସ୍ୱର୍ଣଲତା ପଟ୍ଟନାୟକ, ବିଭିନ୍ନ ସଙ୍ଗଠନର କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ ।