ଆରଟିଓ କନେଷ୍ଟବଳଙ୍କ ମାଡ ଘଟଣା, କଳାହାଣ୍ଡି ଡ୍ରାଇଭର ସଂଘର ଦାବିପତ୍ର 

ଭବାନୀପାଟଣା : କଳାହାଣ୍ଡି  ଲେଡି ଆରଟିଓ କନେଷ୍ଟବଳଙ୍କ ଡ୍ରାଇଭରକୁ ମାଡ଼ ମାରିବା ଘଟଣାକୁ ବିରୋଧ କରି କଳାହାଣ୍ଡି ଡ୍ରାଇଭର ସଂଘର ବିକ୍ଷୋଭ ପ୍ରଦର୍ଶନ ସହିତ କାର୍ଯ୍ୟାନୁଷ୍ଠାନ ଦାବିରେ ଜିଲ୍ଲାପାଳ ଏବଂ ଏସପି ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । କିଛିଦିନ ତଳେ ଦେପୁର ନିକଟରେ କଳାହାଣ୍ଡି ଆରଟିଓର ଗାଡି ଚେକିଙ୍ଗ ସମୟରେ  ରାୟପୁର ଯାଉଥିବା ଏକ ଟ୍ରକ ବିହାରର ଡ଼୍ରାଇଭର ଇନ୍ଦ୍ରଦେବ ୟାଦବଙ୍କୁ ଅଟକାଇ କାଗଜ ପତ୍ର ଯାଞ୍ଚ କରିଥିଲେ । ସମସ୍ତ କାଗଜ ପତ୍ର ଠିକ ଥିଲେ ମଧ୍ୟ ଲେଡି କନଷ୍ଟେବଳ ଡ୍ରାଇଭରକୁ କୁଆଡେ ୧୫ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଲାଞ୍ଚ ନ ଦେଲେ ୫୦ହଜାର ଫାଇନ ଦେବେ ବୋଲି କହିଥିବା ଡ୍ରାଇଭର ଏହାକୁ ବିରୋଧ କରିବାରୁ ଆରଟିଓ କନଷ୍ଟେବଳ ଡ଼୍ରାଇଭରକୁ ଗାଳି କରିବା ସହିତ ଚାପୁଡା ମାରିଥିବା ଡ୍ରାଇଭର ଅଭିଯୋଗ କରିଛନ୍ତି । ତେବେ ଡ୍ରାଇଭରକୁ ମାଡ଼ ମାରୁଥିବା ଭିଜୁଆଲ ଏବେ ସୋସିଆଲ ମିଡିଆରେ ଭାଇରଲ ହେବା ପରେ ବିହାର ଡ୍ରାଇଭର ସଂଘ ଓଡିଶା ଡ୍ରାଇଭର ମହାସଂଘକୁ ଜଣାଇବା ପରେ ଆଜି କଳାହାଣ୍ଡି ଜିଲ୍ଲା ଡ୍ରାଇଭର ସଂଘ ପକ୍ଷରୁ ଲେଡି କନଷ୍ଟେବଳଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ପାଇଁ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଦାବି କରିଛନ୍ତି । ତାଙ୍କ ଦାବି ଅନୁଯାୟୀ ଲେଡି କନଷ୍ଟେବଳ ବିରୁଦ୍ଧରେ କାର୍ଯାନୁଷ୍ଠାନ ନ ହେଲେ ଆଗାମୀ ଦିନରେ କଳାହାଣ୍ଡି ସମେତ ସାରା ରାଜ୍ୟରେ ଅଖଚକ ବନ୍ଦ ସହ ଶାନ୍ତିପୂର୍ଣ୍ଣ ଭାବରେ ଆନେ୍ଦାଳନ କରିବୁ ବୋଲି ଡ୍ରାଇଭର ସଂଘ ଜିଲ୍ଲା ଉପସଭାପତି ଇଶ୍ୱର ଚନ୍ଦ୍ର ସିଂ, ଓଡ଼ିଶା ଡ୍ରାଇଭର ସଂଘ ସହ ସମ୍ପାଦକ ଘନଶ୍ୟାମ ବେହେରା ଚେତାବନୀ ଦେଇଛନ୍ତି ।