ଟାଟା ଷ୍ଟିଲ୍ ଏଫ୍ଏଏମ୍ଡି ଇନ୍ଚାର୍ଜଙ୍କୁ ନେଚର କେୟାର ଆୱାର୍ଡ
କାଳିଆପାଣି: ନୂଆଦିଲ୍ଲୀର କନଷ୍ଟିଚୁ୍ୟସନ କ୍ଲବ୍ ଅ୍ଫ ଇଣ୍ଡିଆଠାରେ ନେଚର କେୟାର ଇନିସିଏଟିଭ୍ ପକ୍ଷରୁ ଆୟୋଜିତ ଜାତୀୟସ୍ତରୀୟ କନ୍କ୍ଲେଭ୍ରେ ଟାଟା ଷ୍ଟିଲ୍ ଫେରୋ ଆଲୟଜ୍ ଆଣ୍ଡ୍ ମିନେରାଲ୍ ଡିଭିଜନ ର ଏକ୍ଜିକୁ୍ୟଟିଭ୍ ଇନ୍ଚାର୍ଜ ପଙ୍କଜ ସତିଜାଙ୍କୁ ‘ନେଚର କେୟାର ଆୱାର୍ଡ ୨୦୨୪’ ସମ୍ମାନରେ ସମ୍ମାନିତ କରାଯାଇଛି । ‘ଫୁ୍ୟଚର ଆର୍ଥ-ପିପୁଲ୍ସ ପାର୍ଟିସିପେସନ୍ ଇନ୍ କ୍ଲାଇମେଣ୍ଟ ରେଜିଲିଏନ୍ସ’ ବିଷୟବସ୍ତୁ ଉପରେ ଆଧାରିତ ଏହି କନ୍କ୍ଲେଭରେ ସତିଜାଙ୍କୁ କର୍ପୋରେଟ ଲିଡର ଏବଂ ସୋସିଆଲ ଥିଙ୍କର୍ ଭାବେ ସମ୍ମାନିତ କରାଯାଇଥିଲା । କନ୍କ୍ଲେଭ୍ରେ ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତନ କ୍ୟାବିନେଟ୍ ମନ୍ତ୍ରୀ ଭୁପେନ୍ଦର ଯାଦବ ଯୋଗଦେଇ ସତିଜାଙ୍କୁ ସମ୍ମାନ ପ୍ରଦାନ କରିଥିଲେ । ଏହି ଅବସରରେ ଲୋକସଭା ସାଂସଦ ଡକ୍ଟର ସମ୍ବିତ ପାତ୍ର, ରାଜ୍ୟସଭା ସାଂସଦ ସୁଜିତ କୁମାର ଓ ପଦ୍ମଶ୍ରୀ ଚାମି ମୁର୍ମୁଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଏକ ସ୍ଥାୟୀ ଓ ସହନଶୀଳ ଭବିଷ୍ୟତ ପାଇଁ ଆଲୋଚନା ଓ ପଦକ୍ଷେପକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ନେଇ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଯେଉଁଥିରେ ଜଳବାୟୁ ପରିବର୍ତନକୁ ଗ୍ରହଣ କରିବା ଏବଂ ସମୁଦାୟିକ ସମ୍ପୃକ୍ତି ଉପରେ ସ୍ୱତନ୍ତ୍ର ଭାବେ ଗୁରୁତ୍ୱାରୋପ କରାଯାଇଥିଲା । କାର୍ଯ୍ୟକ୍ରମରେ ପଙ୍କଜ ସତିଜା ସମ୍ମାନିତ ଅତିଥି ଓ ପ୍ୟାନେଲ୍ ବକ୍ତା ଭାବେ ଯୋଗଦେଇ ସହଯୋଗିତା ଜରିଆରେ ଜଳବାୟୁ ପରିବର୍ତ୍ତନର ମୁକାବିଲା ଓ ସ୍ଥାୟିତ୍ୱ ବୃଦ୍ଧିରେ ଶିଳ୍ପର ଭୂମିକା ଉପରେ ଆଲୋକପାତ କରିଥିଲେ । ଦେଶରେ ପାଣି ପଞ୍ଚାୟତରେ ଭଲ ସଫଳତା ଦେଖିବାକୁ ମିଳିଛି । ଶିଳ୍ପ ସମେତ ସମସ୍ତ ଅଂଶୀଦାରଙ୍କୁ ସାମିଲ କରି ଜଳବାୟୁ ପଞ୍ଚାୟତ ଓ ଶକ୍ତି ଗୋଷ୍ଠୀରେ ଆହୁରି ଭଲ ସଫଳତା ମିଳିବ ବୋଲି ସେ ନିଶ୍ଚିତ । ଏହି କନ୍କ୍ଲେଭ୍ରେ ସଜ୍ଜନ ଶର୍ମା, ଶକ୍ତି ପ୍ରସାଦ ନାୟକ, ଶ୍ରୀକାନ୍ତ ଶେଖର ସାହୁ ଓ ସବନମ ଆଦେନିଙ୍କ ଭଳି ବିଶିଷ୍ଟ ପ୍ରକୃତି ପ୍ରେମୀ ଓ ପରିବେଶବିତ୍ ଉପସ୍ଥିତ ଥିଲେ ।