ଶିକ୍ଷୟିତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

 ଧର୍ମଶାଳା: ଧର୍ମଶାଳା ବ୍ଲକ ଗଙ୍ଗାଧରପୁର ପଞ୍ଚାୟତ ଇମାମନଗର ସ୍ଥିତ ହନୁମାନ ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନମିତା ସାହାଣୀଙ୍କ ବିଦାୟୀକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଧର୍ମଶାଳା ନିମ୍ନ ମାଧ୍ୟମିକ ଶିକ୍ଷକ ସଙ୍ଘ ଉପଦେଷ୍ଟା ବିଭୁତି ଭୂଷଣ ପାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅତିଥି ଭାବେ ଧର୍ମଶାଳା ମଣ୍ଡଳ ଶିକ୍ଷାଧିକାରୀ ଅଭୟ କୁମାର ବେହେରା, ଜିଲା ଲେଖକ ସମ୍ମେଳନ ସଭାପତି ଡ଼କ୍ଟର ରୁଦ୍ରନାରାୟଣ ପୃଷ୍ଟି, ସହଶିକ୍ଷାଧିକାରିଣୀ ମମିତା ମହାନ୍ତି, ନିମ୍ନମାଧ୍ୟମିକ ଶିକ୍ଷକ ସଂଘ ରାଜ୍ୟ ସଭାପତି ବିକ୍ରମ କୁମାର ଦାସ, ଧର୍ମଶାଳା ବ୍ଲକ ସଭାପତି କୃଷ୍ଣଚନ୍ଦ୍ର ଖଟୁଆ, ସମ୍ପାଦକ ଲଳିତ ମୋହନ ରାଉତ, ପ୍ରାକ୍ତନ ସଭାପତି ସୁବାସ ଚନ୍ଦ୍ର ବେହେରା, ପ୍ରାକ୍ତନ ସମ୍ପାଦକ ହୃଷିକେଶ ସାମଲ, ସିଆରସିସି ରଞ୍ଜନ କୁମାର ବେହେରା, ଶିକ୍ଷକ ନାରାୟଣ ସ୍ୱାଇଁ, ପ୍ରତିଷ୍ଠାତା ସମ୍ପାଦକ ଡ଼କ୍ଟର ରମାକାନ୍ତ ଜେନା, ଶିକ୍ଷକନେତା ରାଜକିଶୋର ସାହୁ ପ୍ରମୁଖ ଯୋଗଦେଇ ବିଦାୟୀ ଶିକ୍ଷୟିତ୍ରୀଙ୍କ ସମାୟାନୁବର୍ତ୍ତିତା, କାର୍ଯ୍ୟଦକ୍ଷତା, ଛାତ୍ରବତ୍ସଳ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ବିଦାୟୀ ଶିକ୍ଷୟିତ୍ରୀ ଶ୍ରୀମତୀ ସାହାଣୀଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ କରି ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନା ସ୍ୱାଗତ ଭାଷଣ ଦେଇଥିବା ବେଳେ ପ୍ରଧାନ ଶିକ୍ଷକ ମଦନ ମୋହନ ସାମଲ ଅତିଥି ପରିଚୟ ଦେଇଥିଲେ । ଜ୍ୟୋତିରଞ୍ଜନ ବିଶ୍ୱାଳ ଓ ପ୍ରୀତିନନ୍ଦା ପ୍ରିୟଦର୍ଶିନୀ ଜେନା ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମକୁ ବିଭିନ୍ନ ସ୍କୁଲର ଶିକ୍ଷକ, ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ, ପରିଚାଳନା କମିଟି ସଦସ୍ୟ ଓ କର୍ମକର୍ତାମାନେ ପରିଚାଳନା କରିଥିଲେ । ଅବସରପ୍ରାପ୍ତ ଶିକ୍ଷକ ବାମଦେବ ସାହାଣୀ ଧନ୍ୟବାଦ ଅର୍ପଣ କରିଥିଲେ ।