ଏଡ୍ସ ସଚେତନତା କାର୍ଯ୍ୟକ୍ରମ
ସାଲେପୁର : ସାଲେପୁର ସ୍ୱୟଂଶାସିତ ମହାବିଦ୍ୟାଳୟ ରେଡ୍ ରିବନ୍ କ୍ଲବ୍ ଓ ଯୁବ ରେଡକ୍ରସ୍ ବିଭାଗର ମିଳିତ ଉଦ୍ୟମରେ ଏଚ୍ଆଇଭି ଏଡ୍ସ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏହି କାର୍ଯ୍ୟକ୍ରମରେ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ସ୍ମିତା ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗଦେଇ କିଭଳି ଆମେ ସଚେତନ ରହିଲେ ଏଡ୍ସ ଠାରୁ ଦୂରରେ ରହିବା ତା’ ନେଇ ଆଲୋଚନା କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ସଂଗୀତା ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୁବ ରେଡ୍କ୍ରସ୍ର ସଂଯୋଜିକା ଅଧ୍ୟାପିକା କମଳା ଦାସ, ସହ ସଂଯୋଜକ ଶୁଭ୍ରଜିତ୍ ନାୟକ, ଅଧ୍ୟାପିକା ଜୟନ୍ତୀବାଳା ପରିଜା ଏଡ୍ସ୍ ରୂପକ ବ୍ୟାଧିକୁ ସମାଜରୁ ଦୂର କରିବା ପାଇଁ ଆଲୋକପାତ କରିଥିବାବେଳେ ଏକ ସାଧାରଣଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବିଜେତାମାନେ ଏହି ଉତ୍ସବରେ ପୁରସ୍କୃତ ହୋଇଥିଲେ । ଯୁବ ରେଡ୍କ୍ରସ୍ର ସଂଯୋଜିକା କମଳା ଦାସ, ରଶ୍ମିତା ଦାସ, ଦୀପକ କୁମାର ନାୟକ, ସ୍ୱାତୀ ଷଡ଼ଙ୍ଗୀ ପ୍ରମୁଖ ଏହାକୁ ପରିଚାଳନା କରିଥିବାବେଳେ ସହ ସଂଯୋଜିକା ଶୁଭ୍ରଜିତ୍ ନାୟକ ଧନ୍ୟବାଦ ଦେଇଥିଲେ ।