ବୃକ୍ଷ ଜଗନ୍ନାଥଙ୍କ ବାର୍ଷିକୋତ୍ସବ
ବାଙ୍କୀ: ବାଙ୍କୀ ଏନ୍ଏସି ଅନ୍ତର୍ଗତ ଶିଶୁଆ ବାଲିସାହି ଛକ ଠାରେ ଅବସ୍ଥିତ ବୃକ୍ଷ ଜଗନ୍ନାଥଙ୍କ ୧୫ତମ ବାର୍ଷିକ ଉତ୍ସବ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରତୁ୍ୟଷରୁ ଗ୍ରାମର ଭକ୍ତମାନେ ମହାନଦୀରୁ କଳସ ଆଣି ସେଠାରେ ସ୍ଥାପିତ କରିଥିଲେ । ପରେ ପୁରୋହିତ କବିରାଜ ଦାସଙ୍କ ଦ୍ୱାରା ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା । ଏହି ଉପଲକ୍ଷେ ଗ୍ରାମବାସୀଙ୍କ ପକ୍ଷରୁ ସନ୍ଧ୍ୟାରେ ସଂକୀର୍ତ୍ତନ ଓ ଭାଗବତ ପରିବେଷଣ କରାଯିବା ସହ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର କାର୍ଯ୍ୟକ୍ରମ କରାଯାଇଥିଲା । ବୃକ୍ଷ ଜଗନ୍ନାଥଙ୍କ ଦର୍ଶନ ପାଇଁ ବାଙ୍କୀର ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଶିଶୁଆ ବାଲିସାହିର ସମସ୍ତ ଗ୍ରାମବାସୀ ମାନେ ସହଯୋଗ କରିଥିଲେ ।