ମାଓନେତା ଭାସ୍କର ମୃତ, ଏକେ-୪୭ ବନ୍ଧୁକ ଜବତ

ମାଲକାନଗିରି ସୀମାନ୍ତ ଛତିଶଗଡରେ ଲଗାତାର ଅପରେସନ ଜାରି ରହିଥିବା ବେଳେ ସଂଗଠନର ବଡ଼ ବଡ଼ କ୍ୟାଡର ନକ୍ସଲଙ୍କର ମୃତ୍ୟୁ ସଂଗଠନକୁ ଏବେ ଚିନ୍ତାରେ ପକାଇଛି । ଇନ୍ଦ୍ରାବତୀ ଜାତୀୟ ଉଦ୍ୟାନରେ ହୋଇଥିବା ଏନକାଉଣ୍ଟରରେ ଆଉ ଜଣେ ଦୁର୍ଦାନ୍ତ ନକ୍ସଲ ମୃତ୍ୟୁବରଣ କରିଛି । ପ୍ରକାଶ ଥାଉକି ଦୁଇ ଦିନ ତଳେ କେନ୍ଦ୍ରୀୟ କମିଟିର ସଦସ୍ୟ ସୁଧାକରର ମୃତ୍ୟୁ ହୋଇଥିବା ବେଳେ ଗତକାଲି ଏନକାଉଣ୍ଟରରେ ନକ୍ସଲ ଭାସ୍କରର ମୃତ୍ୟୁ ହୋଇଛି । ଭାସ୍କର ନାମରେ ସରକାର ୨୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ । ଭାସ୍କର ନିକଟରେ ପୁଲିସ ଏକ ଏକେ-୪୭ ବନ୍ଧୁକ ଜବତ କରିଛି ।

      ଏନକାଉଣ୍ଟରରେ ୨୫ ଲକ୍ଷ ଘୋଷିତ ମାଓନେତା ଭାସ୍କର ମୃତ,  ଏକେ-୪୭ ବନ୍ଧୁକ ଜବତ

ମୁଣ୍ଡଗୁଲା ଭାସ୍କର ରାଓ ଅରଫ ମଇଲାରାପୁ ତେଲେଙ୍ଗାନା ଜିଲ୍ଲାର ଆଦିଲାବାଦ ଜିଲ୍ଲାର ଉରୁମାଦଲା ଗ୍ରାମର ବାସିନ୍ଦା । ସେ ତେଲେଙ୍ଗାନା ଷ୍ଟେଟ କମିଟିର ସ୍ବତନ୍ତ୍ର ଜୋନାଲ କମିଟର ସଦସ୍ୟ ରହିଥିଲା। ଏଥିସହ ତେଲେଙ୍ଗାନା ରାଜ୍ୟ ସମିତିର ମଞ୍ଚେରିୟଲ କୋମରା ଭୀମ ସଂଗଠନର ସଚିବ ରହିଥିଲା ।  ଏହି ଏନକାଉଣ୍ଟରରେ ନକ୍ସଲ ମୃତାହତ ନେଇ ତଦନ୍ତ ଚାଲିଥିବା ପୁଲିସ କହିଛି ।