ଗାଡ଼କଣା ଅଳିଆ ଗଦା ସ୍ଥିତି ପରଖିବ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ
ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ ବିନା କୌଣସି ସ୍ୱୀକୃତିରେ ଗାଡ଼କଣା ଠାରେ ଦୀର୍ଘ ବର୍ଷ ଧରି ବେଆଇନ ଭାବେ ଅଳିଆ ଗଦା ଏହାର ଆଖପାଖ ଅଞ୍ଚଳକୁ ଦୁର୍ଗନ୍ଧ ମୟ ପରିବେଶ ସୃଷ୍ଟି କରିଛି । ଏହାକୁ ବିରୋଧ କରି ଅନେକ ଆନେ୍ଦାଳନ ଓ ଧାରଣା କାର୍ଯ୍ୟକ୍ରମ ହାତକୁ ନେଇ ବିରୋଧ କରି ଆସୁଛିି ସୈନିକ ସ୍କୁଲ ବଞ୍ଚାଅ ଓÿ ଅଳିଆ ଗଦା ହଟାଅ ଅଭିଯାନ । ଏହି ଅଭିଯାନର ପ୍ରତିନିଧି ମଣ୍ଡଳୀ ଦୁଇ ଦୁଇ ଥର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କାର୍ଯ୍ୟାଳୟରେ ଆସି ବିଏମସି ବିରୁଦ୍ଧରେ ଅଭିଯୋଗ କରିଛନ୍ତି । ପୂର୍ବରୁ ପ୍ରଦୂଷଣ ବୋର୍ଡ ବିଏମସିକୁ ସେପ୍ଟେମ୍ବର ୩ ତାରିଖ ସୁଦ୍ଧା ଅଭିଯୋଗର ଉତ୍ତର ସହ ନିୟମ ଅନୁପାଳନ ନେଇ ସ୍ଥିତି ଦାଖଲ ରିପୋର୍ଟ ଦାଖଲ କରିବାକୁ କହିଥିଲେ । ଏହି ସମସ୍ୟା ଉପରେ ଆଜି ଅଭିଯାନର ଦିଲୀପ ଦାସ ଶର୍ମା, ଚିନ୍ତାମଣି ବାରିକ, ନିମାଇଁ ଚରଣ ଦାସ, ଆଶୁତୋଷ ମିଶ୍ରଙ୍କୁ ନେଇ ଏକ ପ୍ରତିନିଧି ମଣ୍ଡଳୀ ପଲୁ୍ୟସନ ବୋର୍ଡ କାର୍ଯ୍ୟାଳୟରେ ମେମ୍ବର ସେକ୍ରେଟେରୀ ଉମା ନାନ୍ଦୁରିଙ୍କୁ ଭେଟି ଦାବୀ ଉପସ୍ଥାପନା କରିଥିଲେ । ଆଲୋଚନା ସମୟରେ ବରିଷ୍ଠ ବୈଜ୍ଞାନିକ ଉଷାରାଣୀ ପଟନାୟକ ଉପସ୍ଥିତ ଥିଲେ । ମେମ୍ବର ସେକ୍ରେଟେରୀ ଆଜି ସ୍ୱତନ୍ତ୍ର ଭାବେ ବିଏମସିକୁ କଡା ନିଦେ୍ର୍ଧଶ ଦିଆଯିବ ଓÿ ନିଜେ ଅଳିଆ ଗଦା ପରିଦର୍ଶନରେ ଯିବେ ବୋଲି ପ୍ରତିନିଧି ମଣ୍ଡଳୀଙ୍କୁ କହିଥିଲେ । ଏଥିସହ ବିଏମସିକୁ ତାଗିଦ ପୁର୍ଣ ଚିଠି କରିଥିଲେ ସେଥିରେ ଉଲ୍ଲେଖଥିଲା ପ୍ରଦୂର୍ଷଣ ବୋର୍ଡ ଚିଠି ଅନୁଯାୟୀ ଆଜି ପର୍ଯ୍ୟନ୍ତ ଏହି ଦିଗରେ କୌଣସି ରିପୋର୍ଟ ପ୍ରାପ୍ତ ହୋଇନାହିଁ,ତେଣୁ ପୁନର୍ବାର ଅନୁପାଳନ ସ୍ଥିତି ଦାଖଲ କରିବାକୁ ବିଏମସି କମିଶନର ଙ୍କୁ ଚିଠି କରିଛି । ସଠିକ ଓÿ ସନ୍ତୋଷ ଜନକ ଉତ୍ତର ତ୍ୱରାନିତ ସମୟ ଭିତରେ ନଦେଲେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବୋର୍ଡ ଜଣାଇଛି । ତତସହିତ ଆସନ୍ତା କାଲି ଗକ୍ଷଡକଣ ଅଳିଆ ଗଦା ଓÿ ଟିଟିଏସ ର ସ୍ଥିତି ସମୀକ୍ଷା ଓÿ ଯାଞ୍ଚ କରାଯିବ । ଯାଞ୍ଚ ସମୟରେ ଦାୟିତ୍ୱରେ ଥିବା ଅଧିକାରୀ ଉପସ୍ଥିତ ରହି ଆବଶ୍ୟକୀୟ ଦସ୍ତାବିଜ ସହ ସମସ୍ତ ଅନୁଧ୍ୟାନରେ ସହଯୋଗ ପାଇଁ ନିଦେ୍ର୍ଦଶ ଦେଇଛି ।