ଜେଲ୍ ସ୍ଥାନାନ୍ତର ନ କରିବାକୁ ଓକିଲସଂଘର ଦାବି

ନୀଳଗିରି : ନୀଳଗିରି ଉପଖଣ୍ଡ ସବଜେଲ ନୀଳଗିରିରୁ ଉଠିଯାଇ ବାଲେଶ୍ୱର ଜେଲ ସହ ମିଶ୍ରଣ ହେବାନେଇ ରାଜ୍ୟ ସରକାରଙ୍କ ଗୃହବିଭାଗ ପକ୍ଷରୁ ଗତ ଜୁଲାଇ ୭ତାରିଖରେ ଏକ ନିଦେ୍ର୍ଦଶନାମା ଜାରି ହୋଇଛି । ଫଳରେ ଓଡ଼ିଶାର ନୟାଗଡ଼ ଜିଲ୍ଲାର ଖଣ୍ଡପଡା, ବାଲେଶ୍ୱର ଜିଲ୍ଲାର ନୀଳଗିରି ଏବଂ ବରଗଡ ଜିଲ୍ଲାର ସୋହେଲା ସବଜେଲ ଜିଲ୍ଲା ମୁଖ୍ୟ ଜେଲ ସହିତ ସମ୍ମିଶ୍ରଣ ହେବାନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତରଫରୁ ନିଦେ୍ର୍ଦଶନାମା ପ୍ରକାଶପାଇଛି  । ତକôାଳୀନ ରାଜ୍ୟ ସରକାରଙ୍କ ନିଷ୍ପତି ଅନୁଯାୟୀ ୩୦କି.ମି ଦୂରତା ମଧ୍ୟରେ ଥିବା ସବଜେଲ ଗୁଡିକ ଜିଲ୍ଲା ମୁଖ୍ୟଜେଲ ସହିତ ମିଶ୍ରଣ କରାଯିବ । ଏହି ନିଦେ୍ର୍ଦଶନାମା ଜାରି ପରେ ନୀଳଗିରିର ଉଭୟ ଓକିଲସଂଘ ଏଭଳି ନିଷ୍ପତିକୁ ଗ୍ରହଣ କରିପାରିନାହାନ୍ତି । ଉପଖଣ୍ଡ ବାର ଏସୋସିଏସନ୍ ସଭାପତି ବରିଷ୍ଠ ଆଇନଜୀବୀ ଚିତ୍ତରଞ୍ଜନ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ଏକ ଜରୁରୀ ବୈଠକରେ ସବଜେଲ ମିଶ୍ରଣ ନିଷ୍ପତିର ଯଥାର୍ଥତା ନଥିବା କହିବା ସହିତ ଆଦିବାସୀ ଅଧୁ୍ୟଷିତ ଅଞ୍ଚଳର ଲୋକଙ୍କର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହାର ପୁନର୍ବିଚାର କରି ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବାକୁ ସର୍ବସମ୍ମତ ମତ ପ୍ରକାଶ ପାଇଥିବା ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି । ବୈଠକରେ ଆଇନଜୀବି କିଶୋର ଦାସ , କାର୍ତ୍ତିକ କୁମାର ରାଉତ, ସୂର୍ଯ୍ୟନାରାୟଣ ଦାସ, ଯଚିନ୍ଦ୍ରନାଥ ନାୟକ, ଗୌରହରି ବେହେରା ପ୍ରମୁଖ ବହୁ ଆଇନଜୀବି ଉପସ୍ଥିତ ଥିଲେ ।ବାଲେଶ୍ୱର ଜେଲ ସହ ନୀଳଗିରି ଜେଲ ମିଶ୍ରଣ ହେବାକୁ ଗୃହବିଭାଗର ବିଜ୍ଞପ୍ତି ପ୍ରକାଶ ପାଇବାପରେ ଏହାକୁ ନାପସନ୍ଦ କରିଛନ୍ତି ନୀଳଗିରିର ଦୁଇ ଓକିଲସଂଘ ସହିତ ବହୁ ବୁଦ୍ଧିଜୀବୀ । ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ୮ତାରିଖ ମୁଖ୍ୟମନ୍ତ୍ରୀଙ୍କୁ  ଏହାର ପୁନର୍ବିଚାର କରିବାପାଇଁ ଚିଠିଲେଖିଛନ୍ତି । ଏହି ଜେଲ ସାଂସ୍କୃତିକ ଓ ଐତିହାସିକ ଦୃଷ୍ଟିରୁ ସ୍ୱତନ୍ତ୍ର ଅଟେ । ସ୍ୱାଧୀନ ଭାରତରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ନେତୃତ୍ୱରେ ନୀଳଗିରି ଗଡ଼ଜାତ ସର୍ବପ୍ରଥମେ ସ୍ୱାଧୀନ ଭାରତରେ ମିଶ୍ରଣ ହେବାପାଇଁ କେତକ ଚୁକ୍ତି ହୋଇଥିଲା । ଫଳରେ ନୀଳଗିରିକୁ  ଉପଖଣ୍ଡର ମାନ୍ୟତା ମିଳିବାସହିତ କେତେକ ସ୍ୱତନ୍ତ୍ର କ୍ଷମତା ପ୍ରଦାନ କରାଯାଇଥିଲା ବୋଲି ସାଂସଦ ଉଲ୍ଲେଖ କରିଥିବା ଜଣାଯାଇଛି । ତେଣୁ ରାଜ୍ୟସରକାର ଏହାର ପୁନର୍ବିଚାର କରିବାକୁ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନୀଳଗିରିରୁ ସବଜେଲ ବାଲେଶ୍ୱର ସ୍ଥାନାନ୍ତର ନକରିବାକୁ ଅନୁରୋଧ କରିଛନ୍ତି ।