ରାଜଧାନୀରେ ସାଧାରଣତନ୍ତ୍ର ଦିବସ ନିମନ୍ତେ କଟକଣା ଜାରି

ଭୁବନେଶ୍ୱର, ୨୨ା୧ : ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଭୁବନେଶ୍ୱର ସ୍ଥିତ ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପ୍ୟାରେଡ୍ ଅନୁଷ୍ଠିତ ହେବ । ଏହି ନିମନ୍ତେ ୨୨ ତାରିଖ ଓ ୨୩ ତାରିଖ ଦିନ ଅପରାହ୍ନ ୨ ଘଣ୍ଟିକା ରୁ ୬ ଘଣ୍ଟିକା ପର୍ଯ୍ୟନ୍ତ ପ୍ୟାରେଡ୍ ଅଭ୍ୟାସ । ୨୪ ତାରିଖ ଦିନ ସକାଳ ୭ ଘଟିକା ଠାରୁ ୧୧.୩୦ ଘଟିକା ପର୍ଯ୍ୟନ୍ତ ପୂର୍ଣ୍ଣ ପ୍ୟାରେଡ୍ ଅଭ୍ୟାସ ଅନୁଷ୍ଠିତ ହେବ ଏବଂ ୨୬ ତାରିଖ ଦିନ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପ୍ୟାରେଡ୍ ସକାଳ ୬.୩୦ ଘଟିକାରୁ ପ୍ୟାରେଡ୍ ଶେଷ ହେବ ପର୍ଯ୍ୟନ୍ତ ସର୍ବସାଧାଣଙ୍କ ସୁଗମନାଗମନ ଓ ପାର୍କିଂ ନିମନ୍ତେ ଓଡ଼ିଶା ସହରାଞ୍ଚଳ ଆଇନ ୨୦୦୩ର ଧାରା ୨୮ ଏବଂ ଭୁବନେଶ୍ୱର- କଟକ ପୁଲିସ କମିଶନରେଟ୍ (ଟ୍ରାଫିକ ଓ ପବ୍ଲିକ୍ ଅର୍ଡର) ୨୦୦୮ର ଧାରା ୩୬କୁ ଆଧାର କରି ନିମ୍ନଲିଖିତ କଟକଣା ଗୁଡ଼ିକ ଲାଗୁ କରାଗଲା ।
କଟକଣା ବେଳେ କେଉଁ ଦିଗ ଦେଇ ଯାତାୟତ କରିବେ :
କୌଣସି ପ୍ରକାର ଭାରୀଯାନ ରାମ ମନ୍ଦିର ଏବଂ ରାଜମହଲ ଛକ ପଟୁ ମାଷ୍ଟର କ୍ୟାଣ୍ଟିନ ଛକକୁ ଯିବାକୁ ଦିଆଯିବ ନାହିଁ । କେବଳ ଦୁଇ ଚକିଆ ତଥା ହାଲୁକା ଯାନ ରାଜମହଲ ଛକରୁ ମାଷ୍ଟର କ୍ୟାଣ୍ଟିନ୍ ଆଡକୁ ଆସିପାରିବେ କିନ୍ତୁ ପିଏମଜି ଛକ ଆଡକୁ ଯିବାପାଇଁ ଅନୁମତି ଦିଆଯିବ ନାହିଁ । ସେହିପରି ହାଉସିଂବୋର୍ଡ ଛକ ପଟୁ ରବିନ୍ଦ୍ର ମଣ୍ଡପ ଆଡକୁ ଆସୁଥିବା ଯାନବାହାନ ଗୁଡ଼ିକ କେଶରୀ ଟକୀଜ୍ ଠାରୁ ଆଗକୁ ନଯାଇ ସେହିଠାରୁ ବାମପଟ ଲେନ୍ ଦେଇ ଯାଇପାରିବେ । ସେହିପରି ଏଜି ଛକରୁ ପିଏମଜି ଛକ ଆଡକୁ ଆସୁଥିବା ଯାନବାହାନ ଗୁଡ଼ିକ ଜୟଦେବ ଭବନ ଗଳି ରାସ୍ତା ଦେଇ ଇଡ଼କଲ୍ ଅଡିଟୋରିୟମ ପଟକୁ ଯିବେ । ସେହିପରି ୧୨୦ ବାଟାଲିୟନ ଛକରୁ ରବିନ୍ଦ୍ର ମଣ୍ଡପ ଆଡକୁ ଆସୁଥିବା ସମସ୍ତ ଯାନବାହାନ ଏମଏଲଏ କଲୋନୀ ରାସ୍ତା ଦେଇ ୪ ନମ୍ବର ଆଡକୁ ଯିବେ । ମହାତ୍ମା ଗାନ୍ଧୀ ମାର୍ଗ ସଂଲଗ୍ନ ସମସ୍ତ ଲେନ୍ ଓ ବାଇଲେନ୍ ଗୁଡ଼ିକରେ ଯାନବାହାନ ଚଳାଚଳ ବନ୍ଦ ରହିବ । କେବଳ ପଥଚାରୀ ମାନେ ଚାଲିକରି ମହାତ୍ମା ଗାନ୍ଧୀ ମାର୍ଗକୁ ଆସିପାରିବେ । 
ଗାଡି ପାର୍କିଂ ନିମନ୍ତେ ନିର୍ଧାରିତ ହୋଇଥିବା ସ୍ଥାନ :
ରେଳଷ୍ଟେସନ ପାଖ ବିଡ଼ିଏ ବସଷ୍ଟାଣ୍ଡ, କଂଗ୍ରେସ ଭବନ ପାଖ ଖୋଲା ସ୍ଥାନ, ଇଡ଼କଲ ଅଡିଟୋରିୟମ ପାଖ ଖୋଲା ସ୍ଥାନ, ଜୟଦେବ ଭବନ ସମ୍ମୁଖ ଖୋଲା ସ୍ଥାନ, ୩ ନମ୍ବର ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ସମ୍ମୁଖ ଖୋଲା ସ୍ଥାନ, ରବିନ୍ଦ୍ର ମଣ୍ଡପ ହତା ଭିତରେ ଥିବା ଖୋଲା ସ୍ଥାନ ଓ ୨ ନମ୍ବର ସରକାରୀ ବାଳିକା ବିଦ୍ୟାଳୟ ପଡ଼ିଆ ।
ଗତ ୨୬ ତାରିଖ ସକାଳ ୬.୩୦ ଘଟିକାରୁ ପ୍ୟାରେଡ୍ ସରିବା ପର୍ଯ୍ୟନ୍ତ ପିଏମଜି ଛକ ଠାରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ମଧ୍ୟରେ କୌଣସି ବ୍ୟକ୍ତି ଗ୍ୟାସ ବେଲୁନ୍ ବିକ୍ରି କରିପାରିବେ ନାହିଁ । ଯଦି ଉପରୋକ୍ତ ନିଦେ୍ର୍ଦଶନାମା ଉଲଂଘନକାରୀଙ୍କଠାରୁ ଓଡ଼ିଶା ଅର୍ବାନ ପୁଲିସ ଆକ୍ଟ ଧାରା ୯୬ ଅନୁଯାୟୀ ୫୦୦ ଟଙ୍କା କିମ୍ବା ଚଦ୍ଦୁଦ୍ଧ୍ୱର୍ ୧୦୦୦ ଟଙ୍କା ଜୋରିମାନା କରାଯିବ ।