ମନରେଗା ଯୋଜନା ବାଟମାରଣା : ଠିକାଦାର ପୋଷା ନୀତିରେ ଚାଲିଛି କାମ

କୋକସରା : ସରକାର ଗ୍ରାମାଞ୍ଚଳରେ ଗରିବ,ଖଟିଖିଆ ଦିନ ମଜୁରିଆ ମାନଙ୍କୁ ରୋଜଗାର କ୍ଷମ କରିବା ଲକ୍ଷରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା କୁ ପ୍ରଣୟନ କରିଛନ୍ତି  । ହେଲେ ତାହା ମଧ୍ୟ ସଫଳ ହେଉ ନାହିଁ  । ଲାଭଖୋର ଦୁର୍ନୀତି ଗ୍ରସ୍ତ  ଜେଇ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ,ଜି.ଆର.ଏସ ଆଉ ଜଣେ ଦଲାଲ ହୁଏ ମନରେଗା ଠିକାଦାର  । ଶ୍ରମିକଙ୍କ ନାଁ ରେ ଆସିଥିବା ଅର୍ଥକୁ ନିଜ ବୋଲକାରଙ୍କ ଖାତା କୁ ନେଇ ମେସିନ ଯୋଗେ କାମ କରନ୍ତି  । ମନ ଇଚ୍ଛା ଲୁଟି ଚାଳନ୍ତି  । ଜେଇ ମହାଶୟ  ସେହି ଦଲାଲ ଠାରୁ ଟଙ୍କା ସଂଗ୍ରହ କରି ପିସି ଭାଗ ବଣ୍ଟା କରି ଖାଆନ୍ତି । ଯାହାର ଜେଇ ଆଉ ଅନ୍ୟାନ୍ୟ ଅଧିକାରୀଙ୍କ ସହ ସମ୍ପର୍କ ନାହିଁ ତାହାର ବିଲ୍ ହେବା ମୁସ୍କିଲ । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍ ବଡପୋଡାଗୁଡା ପଞ୍ଚାୟତରେ ମନରେଗା ଯୋଜନା ବାଟମାରଣା ହେଉଛି  । ପଞ୍ଚାୟତର ମନରେଗା ଯୋଜନା ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କାର ପ୍ରକଳ୍ପ କାର୍ଯ୍ୟ ହେଉଛି  ।ରାସ୍ତା ଘାଟ, ପୋଖରୀ, ରାସ୍ତା, ଟି.ସି.ବି ଷ୍ଟ୍ରାଗର ଷ୍ଟ୍ରେଞ୍ଚ ଗାତ ଭଳି ଅନେକ ଗୁଡ଼ିଏ କାମ କାର୍ଯ୍ୟକାରୀ ହେଉଛି । କିନ୍ତୁ ଅନେକ କାମ ମେସିନରେ ସାରି ଦେଉଛନ୍ତି । ବାକି କାମ କେହି ଜଣ ଶ୍ରମିକଙ୍କୁ କାମ କରାଇ । ଠିକାଦାରମାନେ ଜି.ଆର.ଏସ ମହାଶୟ ଙ୍କୁ  ନିଜର ହାତବାରିସି କରି  ନିଜ ବୋଲକାର ଭାବୁଥିବା ଶ୍ରମିକଙ୍କ ଖାତାକୁ ଟଙ୍କା ଯାଉଛି । ଅନ୍ୟପଟେ ପ୍ରକୃତ ଶ୍ରମିକ ରୋଜଗାର ନ ପାଇ ଅନ୍ୟ ରାଜ୍ୟକୁ ଦାଦନ  ଖଟିବାକୁ ଯାଇଛନ୍ତି  । ଆଉ ବାରମ୍ବାର ଶବ ହୋଇ ଫେରୁଛି । ହେଲେ ଲୋକଙ୍କ ପାଇଁ କାମ କରୁଥିବା ଅଧିକାରୀ , ଟଙ୍କାର ବୋଳକରା ସାଜି ଦଲାଲ ସାଙ୍ଗରେ ଦଲାଲଗିରି କରୁଛନ୍ତି  । ଯେଉଁମାନେ କାର୍ଯ୍ୟସ୍ଥଳୀରେ ପାଦ ମାଡୁ ନ ଥିବା ପୁରୁଷ ଓ ମହିଳା ନିଜ ସାଙ୍ଗ, ସାଥି କିମ୍ବା ନିଜ ଲୋକଙ୍କ ନାମରେ ଡିମାଣ୍ଡ ଓ ଏମ୍ଆର କରି ଜବକାର୍ଡରେ ପୈଠ କରି ଟଙ୍କା ଉଠାଣ କରାଯାଉଛି  । ମୋଟାମୋଟି ଭାବେ କହିବାକୁ ଗଲେ ବଡପୋଡାଗୁଡା ପଞ୍ଚାୟତରେ ମନରେଗା ଯୋଜନାକୁ ବାଟମାରଣା କରି ଠିକାଦାର ପୋଷାନିତିରେ ଚାଲିଛି  । ସାଧାରଣରେ ପ୍ରଶ୍ନ ଉଠୁଛି? ଯେଉଁ ଜବକାର୍ଡ ଧାରୀଙ୍କୁ, ଶ୍ରମିକଙ୍କ ପାଉଣା ରାଶି ପୈଠ କରାଯାଉଛି ସେହି ଜବକାର୍ଡଧାରୀ ଯୋଗ୍ୟ ନା ଅଯୋଗ୍ୟ ତାହା ମଧ୍ୟ କାହା ପାଖରେ ଖବର ନାହିଁ  । ଏ ଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ପଦକ୍ଷେପ ନେବା ଫୁଙ୍କାନୁ ଫୁଙ୍କ ଭାବେ ଏହାର ତଦନ୍ତ ପାଇଁ ସାଧାରଣରେ ଦାବି ହେଉଛି ।