ଏସିଏଫ ସୌମ୍ୟରଂଜନଙ୍କ ମୃତୁ୍ୟ ମାମଲା
କଟକ : ଏସିଏଫ ସୌମ୍ୟରଂଜନ ମହାପାତ୍ର ମୃତୁ୍ୟ ମାମଲାରେ ବଢ଼ିଲା ପନôୀ ବିଦ୍ୟାଭାରତୀ ପଣ୍ଡାଙ୍କ ଅଡ଼ୁଆ । ପନôୀ ବିଦ୍ୟାଭାରତୀ ଓ ତତ୍ତକାଳୀନ ଡିଏଫଓ ସଂଗ୍ରାମ ବେହେରାଙ୍କୁ କୋର୍ଟରୁ ଝଟକା ଲାଗିଛି । ଉଭୟଙ୍କ ପିଟିସନ ଖାରଜ ହୋଇଯାଇଛି । ହତ୍ୟା ମାମଲା ଚାଲିବ ବୋଲି ହାଇକୋର୍ଟ ନିଦେ୍ର୍ଦଶ ଦେଇଛନ୍ତି । ସେହିପରି ରୋଷେଆ ମନ୍ମଥ କୁମ୍ଭଙ୍କ ବିରୋଧରେ ବି ମାମଲା ଚାଲିବ । ବର୍ତ୍ତମାନ ପାରଳାଖେମୁଣ୍ଡି ଏସଡ଼ିଜେଏମ କୋର୍ଟରେ ମାମଲା ରହିଛି । ଏସଡ଼ିଜେଏମ କୋର୍ଟଙ୍କ ନିଦେ୍ର୍ଦଶକୁ ବିଦ୍ୟାଭାରତୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ୨୦୨୧ ଜୁଲାଇ ୧୨ ତାରିଖରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ସରକାରୀ ବାସ ଭବନରେ ବନ ସଂରକ୍ଷକ ସୌମ୍ୟ ରଂଜନ ମହାପାତ୍ର ତାଙ୍କ ସ୍ତ୍ରୀଙ୍କ ସହ ଥିବାବେଳେ ନିଆଁରେ ପୋଡ଼ିହୋଇ ଅର୍ଦ୍ଧଦଗ୍ଧ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଥିଲା । ସେତେବେଳେ ତାଙ୍କ ଶରୀରର ୯୦ପ୍ରତିଶତ ପୋଡ଼ି ଯାଇଥିଲା । ଅବସ୍ଥା ସଙ୍କଟାପଣ୍ଣ ଥିବାରୁ ଅଧିକ ଚିକିସôା ପାଇଁ କଟକ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଏକ ଘରୋଇ ହସ୍ପିଟାଲରେ ଚିକିସôାଧୀନ ଥିବା ଅବସ୍ଥାରେ ଜୁଲାଇ ୧୬ ତାରିଖରେ ତାଙ୍କର ମୃତୁ୍ୟ ହୋଇଥିଲା । ଏହାକୁ ଆକସ୍ମିକ ବୋଲି ପନôୀ ବିଦ୍ୟାଭାରତୀ କହୁଥିବାବେଳେ ସୌମ୍ୟଙ୍କ ବାପା ଅଭିରାମ ତାଙ୍କ ପୁଅକୁ ମାରିବା ପାଇଁ ଯୋଜନାବଦ୍ଧ ଷଡଯନ୍ତ୍ର କରାଯାଇଥିବା ଏବଂ ଏଥିପାଇଁ ବିଦ୍ୟାଭାରତୀ ପଣ୍ଡା, ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କ ମଧ୍ୟରେ ଥିବା ଅନୈତିକ ସଂପର୍କ ଦାୟୀ ବୋଲି ଅଭିଯୋଗ କରିଥିଲେ । ଏହାକୁ ଆଧାର କରି ପାରଳାଖେମୁଣ୍ଡି ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ମାସାଧିକ କାଳ ତଦନ୍ତ ପରେ ସରକାର ଘଟଣାର ତଦନ୍ତ ଦାୟିତ୍ୱ କ୍ରାଇମବ୍ରାଞ୍ଚକୁ ପ୍ରଦାନ କରିଥିଲେ । କ୍ରାଇମବ୍ରାଞ୍ଚ ତଦନ୍ତ କରି ଚାର୍ଜସିଟି ଦାଖଲ କରିଥିଲା ।