ଏସ୍ପିଙ୍କୁ ଓଡ଼ିଶା ମାନବାଧିକାର କମିଶନଙ୍କ ସମନ
କଣିହାଁ: ଗୁରୁଦେବ ଇଞ୍ଜିନିୟରିଂ କେଉଁଝର ନାମରେ ମହାଲକ୍ଷ୍ମୀ ଫ୍ଲାଏ ଆସ୍ ବ୍ରିକ୍ସ କଣିହାଁ ପକ୍ଷରୁ କଣିହାଁ ଥାନାରେ ଅଭିଯୋଗ ହୋଇ ମାମଲା ରୁଜୁ କରାଯାଇଥିବାବେଳେ କେଉଁଝର ସଦର ପୁଲିସ ଅପରାଧୀମାନଙ୍କୁ ଧରିବାରେ ବିଫଳ ହେବା ସହିତ ମାମଲାକୁ ଦଫାରଫା କରିବା ପାଇଁ ଚେଷ୍ଟା କରୁଥିବା ନେଇ ମାନାବାଧିକାର କମିଶନଙ୍କ ନିକଟରେ ଅଭିଯୋଗ ହୋଇଥିଲା । ପରେ ଏହାର ତଦନ୍ତ କରି ରିପୋର୍ଟ ଦେବାକୁ ଏସ୍ପି କେଉଁଝରକୁ ନିଦେ୍ର୍ଦଶ ହୋଇଥିଲା । ହେଲେ କେଉଁଝର ଏସ୍ପି ଓଡ଼ିଶା ମାନାବାଧିକାର କମିଶନଙ୍କ ନିକଟରେ ଏହି ଅଭିଯୋଗ ଉପରେ କୌଣସି ତଦନ୍ତ କରି ରିପୋର୍ଟ ପ୍ରଦାନ କରିଥିଲେ । ଯାହାଫଳରେ ଓଡ଼ିଶା ମାନବାଧିକାର କମିଶନ ଏସ୍ପିଙ୍କୁ ସମନ ଜାରି କରିଥିବାବେଳେ ଶୁଣାଣି ପାଇଁ ୨୯/୪/୨୦୨୫ ତାରିଖ ଦିନ ଧାର୍ଯ୍ୟ ହୋଇଥିବା ଜଣାପଡିଛି । ରିପୋର୍ଟ ଅନୁସାରେ, କେଉଁଝର ସଦର ମହକୁମାର ସଦର ଥାନା ପାଖରେ ଏକ ପାଉଁଶ ଇଟା ପ୍ରସ୍ତୁତ କରି ବିକ୍ରି କରିବା କାରଖାନା ଅଛି । କିନ୍ତୁ ପାଉଁଶ ଇଟା ତିଆରି କାରଖାନା ପାଇଁ ବିଭୁ ପ୍ରସାଦ ସାହୁ ଘର ରାଇସୁଆଁ ଓ ଗୁରୁ ପ୍ରସାଦ ସାହୁ ଘର ରାଇସୁଆଁ କେଉଁଝର ଜିଲ୍ଲା ଶିଳ୍ପ କେନ୍ଦ୍ର ପାଖରୁ ପିଏମଜିପି ଋଣ ଆଣିଥିବାବେଳେ ନିଜେ ଜଣେ ପାଉଁଶ ଇଟା ମେସିନ୍ ତିଆରି କରି ବିକ୍ରି କରୁଥିବା ନେଇ ବିଭିନ୍ନ ପ୍ରକାର ମିଥ୍ୟା ଜାଲିଆତି ଡକୁ୍ୟମେଣ୍ଟ ଦେଖେଇ କଣିହାଁ ଥାନା ଅନ୍ତର୍ଗତ ମହାଲକ୍ଷ୍ମୀ ଫ୍ଲାଏ ଆସ ବ୍ରିକ୍ସ ମାଲିକ ଠାରୁ ୧୫ ଲକ୍ଷ ୮୦ ହଜାର ଟଙ୍କା ନେଇ ଫେରାର ଥିବାବେଳେ ଆଜିକାଲି ଦେବି କହି ଠକି ଚାଲୁଥିବାରୁ ବାଧ୍ୟ ହୋଇ କଣିହାଁ ଥାନାରେ ୨୯/୫/୨୦୨୪ରେ ଅଭିଯୋଗ ହୋଇଥିଲା । ପୋଲିସ ପକ୍ଷରୁ ତାକୁ ୩/୫/୨୦୨୪ରେ କେସ ନମ୍ୱର ୧୭୭ରେ ରୁଜୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କୌଣସି ବ୍ୟବସ୍ଥା କଲେ ନାହିଁ । ତେଣୁ ଅଭିଯୋଗକାରୀ ଏସପି ଅନୁଗୋଳଙ୍କ ସହିତ ଡିଆଇଜିଏନ୍ସିଆର ତାଳଚେରଙ୍କୁ ସାକ୍ଷାତ କରି ଅଭିଯୋଗ କରିଥିଲେ । ଏହା ସହିତ ଜିଲ୍ଲା ଶିଳ୍ପ କେନ୍ଦ୍ର ଅନୁଗୋଳ ଜିଲ୍ଲା ଶିଳ୍ପ କେନ୍ଦ୍ର କେଉଁଝର ଡିଆଇଜିଅଫ ପୁଲିସ୍ ରାଉରକେଲା ଆସିଷ୍ଟାଣ୍ଟ ଡାଇରେକ୍ଟର ଅଫ ଫ୍ୟାକ୍ଟ୍ରି ଆଣ୍ଡ ବ୍ରୋ ଏଲର କେଉଁଝର ଏମଏସଏମଇ ସେକ୍ରେଟାରୀ କଟକଙ୍କୁ ଅଭିଯୋଗ କରି ତାର ତଦନ୍ତ କରି ଅଭିଯୁକ୍ତମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ । ଏହା ପରେ କଣିହାଁ ଥାନା ଅଧିକାରୀ ଓ ଏସଡିପିଓ ପାଲଲହଡ଼ା ସହିତ ଆଇଆଇସି କେଉଁଝର ଓ ଗୁରୁଦେବ ଇଞ୍ଜିନିୟରିଂ କେଉଁଝର ନାମରେ ଠକେଇ କରୁଥିବା ଗୁରୁ ପ୍ରସାଦ ସାହୁ ଓ ବିଭୁ ପ୍ରସାଦ ସାହୁ ମହାଲକ୍ଷ୍ମୀ ଫାଏ୍ ଆସ ବ୍ରିକ୍ସର ଟଙ୍କାକୁ ଭାଗ କରି ନେବାକୁ କୁଆଡେ ଯୋଜନା କରି ମିଥ୍ୟା ଅଭିଯୋଗ କରିଥିଲେ । ଅଭିଯୋଗକାରୀ ମହାଲକ୍ଷ୍ମୀ ଫ୍ଲାଏ ଆସ ବ୍ରିକ୍ସ ମାଲିକକୁ ମାନସିକ ଓ ଶାରିରୀକ ନିର୍ଯାତନା ଦେଇଥିଲେ । ଏଥି ଯୋଗୁଁ ମାନାବାଧିକାର କମିଶନଙ୍କ ନିକଟରେ ଅଭିଯୋଗ ପରେ କେସ୍ ନମ୍ୱର ୨୧୧୧/୨୦୨୪ ରେ ମାମଲା ରୁଜୁ କରାଯାଇଥିବାବେଳେ ତାର ତଦନ୍ତ ପାଇଁ ଏସ୍ପି କେଉଁଝରଙ୍କୁ ଡକୁ୍ୟମେଣ୍ଟ ସମିଟ କରିବା ପାଇଁ ସମନ ଜାରି ହୋଇଛି । ଏଥିଯୋଗୁଁ ଏହାର ତଦନ୍ତ କରାଯାଉଥିବା କଥା ମହାଲକ୍ଷ୍ମୀ ଫ୍ଲାଏ ଆସ ବ୍ରିକ୍ସ ପକ୍ଷରୁ ଗଣମାଧ୍ୟମ ଆଗରେ କହିଛନ୍ତି ।