ଫିକା ପଡ଼ିଲା ସାଗର ସ୍ନାନ ମେଳଣ ଉଦ୍ଘାଟନୀ ଉତ୍ସବ
ଗୋପ : ଦୀର୍ଘ ବର୍ଷ ବ୍ୟବଧାନ ପରେ ଗୋପ ସାଗର ସ୍ନାନ ମେଳଣ ବା ଗୋପ ଲୋକ ଉତ୍ସବରେ ମୁଖ୍ୟଅତିଥି ଓ ମୁଖ୍ୟ ବକ୍ତାଙ୍କ ଅନୁପସ୍ଥିତ । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ କମିଟି ଉଭୟ ଅତିଥିଙ୍କୁ ସାକ୍ଷାତ କରିବା ସହିତ କାର୍ଯ୍ୟସୂଚୀ ସମ୍ପର୍କ ରେ ଅବଗତ କରାଇଥିବା ସତ୍ତ୍ୱେ ଉଦ୍ଘାଟନ ଉତ୍ସବ ଟି ଫିକା ପରିଲକ୍ଷିତ ହୋଇଛି । ଏହା ପୁରୀ ଜିଲ୍ଲାର ସର୍ବପୁରାତନ ମେଳଣ ଅଟୋ । ବର୍ଷ କେ ଥରେ ଗୋପ ମେଳଣ ର ଆୟୋଜନ ହୋଇଥାଏ ସେଥିପାଇଁ ଆଖପାଖ ଅଞ୍ଚଳର ଲୋକମାନେ ଗୋପ ମେଳଣକୁ ଅପେକ୍ଷା କରିଥାନ୍ତି । ଯଦିଓ ପୂର୍ବଭଳି ଆଉ ମାସ ମାସଧାର ମେଳଣ ଅନୁଷ୍ଠିତ ହେଉନାହିଁ କିନ୍ତୁ ଯେଉଁ ସତ ଦିନ ଅନୁଷ୍ଠିତ ହେଉଛି ତାହା ମଧ୍ୟ ଦେଖିବାର ଅଛି । ଚଳିତ ବର୍ଷ ନୂଆ ସରକାରଙ୍କ ଆଗମନ ପରେ ଗୋପ ବାସୀଙ୍କ ମେଳଣକୁ ନେଇ ଟିକେ ଆଶା ରଖିବା ସ୍ୱାଭାବିକ କଥା । କାହିଁକି ନା ଗୋପ ବାସୀଙ୍କ ବିଧାୟିକା ହେଉଛନ୍ତି ପ୍ରଭାତୀ ପରିଡା ଯିଏ ଓଡିଶା ରାଜନୀତିରେ ଏବେ ଚର୍ଚ୍ଚିତ ଚେହେରା, ତତ୍ସହିତ ଉପ ମୁଖ୍ୟମନ୍ତ୍ରୀ । କିନ୍ତି ନିଜ ଏରିଆ ହେଇ ମଧ୍ୟ ତାଙ୍କର ଦେଖା ମିଳିଲାନି । ତାଙ୍କ ସହିତ ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ ମଧ୍ୟ ଅନୁପସ୍ଥିତ ରହିଲେ । ଯେଉଁଟା ସମଗ୍ର ବ୍ଲକ ବାସୀଙ୍କ ମନରେ ଆଘାତ ଦେଇଛି । ଏଣୁ ଅନ୍ୟ ଅତିଥି ମାନଙ୍କୁ ନେଇ ବିଳମ୍ବରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଉପ ମୁଖ୍ୟମନ୍ତ୍ରୀ ଓ ସାଂସଦଙ୍କ ଅନୁପସ୍ଥିତରେ ଗୋପ ବ୍ଲକ ଉପାଧ୍ୟକ୍ଷ ବନରଞ୍ଜନ ପଟ୍ଟନାୟକ ଓ ପୁରୀ ଜିଲ୍ଲାର ଏଗାର ନମ୍ବର ଜୋନ୍ ଜିଲ୍ଲାପରିଷଦ ସଭ୍ୟ ପ୍ରମୋଦ ରାୟ, ସାଂସଦଙ୍କ ଗୋପ ବ୍ଲକ ପ୍ରତିନିଧି ସୁଶାନ୍ତ କୁମାର ସ୍ୱାଇଁ କାମ ଚଳାଇଥିଲେ । ଆମନ୍ତ୍ରିତ ଅତିଥି ଭାବେ ସାଇଁସ ଶାସନ ସରପଞ୍ଚ ଦେବାଶିଷ ଆଚାର୍ଯ୍ୟ ଓ ସମିତି ସଭ୍ୟା ସନ୍ଧ୍ୟାରାଣୀ ରଥଙ୍କ ଦ୍ୱାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଗୋପ ମେଳଣର ସ୍ଥାୟୀ ସଭାପତି ଗୋପ ଥାନାର ଭାରପ୍ରାପ୍ତ ଅଧିକାରୀ ମଧ୍ୟ ଅନୁପସ୍ଥିତ ରହିଥିଲେ । ସଂଗ୍ରାମ କେଶରୀ ଭୋଳ ଓ ଶିକ୍ଷାବିତ୍ ବିଭୁତି ଭୂଷଣ ପଟ୍ଟନାୟକ, ସମ୍ପାଦକ ସତ୍ୟା ନାରାୟଣ ନାୟକ ଙ୍କ ମଞ୍ଚ ପରିଚାଳନା କରିଥିଲେ ।