ଓଆଇଏଲ ଡିପୋ କେବେ କାର୍ଯ୍ୟକ୍ଷମ ହେବ? ସଂସଦରେ ରୁଦ୍ର ପାଣିଙ୍କ ପ୍ରଶ୍ନ

 ଢେଙ୍କାନାଳ: ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ସଂସଦରେ ତାରକା ପ୍ରଶ୍ନ ସଂଖ୍ୟା ୧୫୩୨ ଯୋଗେ ଢେଙ୍କାନାଳ ଜିଲ୍ଲାର ତେନ୍ତୁଳିଆପଡାରେ ଭାରତୀୟ ତୈଳ ନିଗମର ଡିପୋ କାର୍ଯ୍ୟ କେବେ ସରିବ ଏବଂ କେବେ ତାହା କାର୍ଯ୍ୟକ୍ଷମ ହେବାକୁ ନେଇ ବିଭାଗୀୟ ମନ୍ତୀଙ୍କୁ ସ୍ପଷ୍ଟୀକରଣ ମାଗିଛନ୍ତି  । ସାଂସଦ ଶ୍ରୀ ପାଣିଙ୍କ ପ୍ରଶ୍ନର ଉତରରେ ଢେଙ୍କାନାଳ ତେନ୍ତୁଳିଆପଡାରେ ୩୯୪ କୋଟି ବ୍ୟୟରେ ଭାରତ ପେଟ୍ରୋଲିୟମ ଦ୍ୱାରା ତୈଳ ଡିପୋ ତିଆରି ଚାଲିଛି  । ଆସନ୍ତା ୨୦୨୬ ମାର୍ଚ୍ଚ ସୁଦ୍ଧା ଏହା କାର୍ଯ୍ୟକ୍ଷମ ହେବ ବୋଲି କେନ୍ଦ୍ର ପେଟ୍ରୋଲିୟମ ରାଷ୍ଟ୍ର ମନ୍ତୀ ସୁରେଶ ଗୋପୀ ଆଜି ଲୋକସଭାରେ ସ୍ପଷ୍ଟୀକରଣ ଦେଇଛନ୍ତି  । ପ୍ରକାଶ ଥାଉକି ଉକ୍ତ ପ୍ରକଳ୍ପଟି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପେଟ୍ରୋଲିୟମ ବିଭାଗର ମନ୍ତୀ ଥିବା ସମୟରେ ମଞ୍ଜୁର କରାଇଥିଲେ । ଢେଙ୍କାନାଳ ସାଂସଦ ଶ୍ରୀ ପାଣି ସର୍ବଦା ଲୋକଙ୍କ ସମସ୍ୟା ତଥା ବିଭିନ୍ନ ବିକାଶମୂଳକ କାର୍ଯ୍ୟକୁ ନେଇ ଲୋକସଭାରେ ବିଭିନ୍ନ ସମୟରେ ପ୍ରଶ୍ନ କରିବା ସହ ଉଦ୍ବେଗ ପ୍ରକାଶ କରିଥାନ୍ତି । ଜାତୀୟ ରାଜପଥର ସମସ୍ୟା ହେଉ, ଶ୍ରମିକଙ୍କ ପ୍ରାପ୍ୟ ହେଉ, କ୍ଷତିଗ୍ରସ୍ତ ପ୍ରଜାଙ୍କର ନିଯୁକ୍ତି ଓ ଥଇଥାନ ସମସ୍ୟା ହେଉ କିମ୍ବା କାମାକ୍ଷା ନଗର ଅଂଚଳକୁ ପାସେଞ୍ଜର ଟ୍ରେନ ଚଳାଚଳ ହେଉ ସବୁ ସମୟରେ ନିଜ ଲୋକସଭା କ୍ଷେତ୍ରର ସମସ୍ୟାକୁ ପ୍ରାଥମିକତା ଦେଇ ସଂସଦରେ ବିଭିନ୍ନ ବିଭାଗର ମନ୍ତୀଙ୍କ ଠାରୁ ସ୍ପଷ୍ଟୀକରଣ ମାଗିଥାନ୍ତି ଢେଙ୍କାନାଳ ସାଂସଦ ଶ୍ରୀ ପାଣି । ଲୋକସଭାର ପ୍ରତିଟି ଅଧିବେଶନରେ ସାଂସଦ ଶ୍ରୀ ପାଣି ଙ୍କର ଧ୍ୟାନ ଆକର୍ଷଣ କାରି ପ୍ରସ୍ତାବ ରହିଥାଏ  । ଚଳିତ ଅଧିବେଶନରେ ହାତୀ ତଥା ବଣୁଆ ଜନ୍ତୁ ଆକ୍ରମଣକୁ ରୋକିବା ପାଇଁ ପଦକ୍ଷେପ ସହ ଅନୁକମ୍ପା ମୂଳକ କ୍ଷତିପୂରଣ ରାଶିକୁ ବଢ଼ାଇବା ପାଇଁ ଶ୍ରୀ ପାଣି ଦାବି ଉପସ୍ଥାପନା କରିଥିଲେ ।