ତ୍ରିଦିବସୀୟ ବିଷ୍ଣୁ ମହାଯଜ୍ଞ ଓ ରାଧାକାନ୍ତ ମହୋତ୍ସବ
ସାଲେପୁର: ପାଟପୁର ଗ୍ରାମରେ ଅନୁଷ୍ଠିତ ହେଉଥିବା ତ୍ରିଦିବସୀୟ ବିଷ୍ଣୁ ମହାଯଜ୍ଞ ପାଳନ ଅବସରରେ ଆଜି ଆଜ୍ଞାମାଳ ଶ୍ରୀକ୍ଷେତ୍ରଧାମ ପୁରୀରୁ ଆସି ଖରାଖିଆ ମହାଦେବଙ୍କ ନିକଟରେ ପହଞ୍ଚôଥିଲା । ସେଠାରୁ ମହାପ୍ରଭୁଙ୍କ ଏହି ଆଜ୍ଞାମାଳକୁ ଏକ ସ୍ୱତନ୍ତ୍ର ବିମାନରେ ଘଣ୍ଟଘଣ୍ଟା, ଖୋଳକୀର୍ତ୍ତନ ଓ ଜୟଧ୍ୱନୀ ଗାନରେ ଏକ ଶୋଭାଯାତ୍ରାରେ ପାଟପୁର ରାଧାକାନ୍ତଜୀଉମନ୍ଦିର ଯଜ୍ଞସ୍ଥଳକୁ ନିଆଯାଇଥିଲା । ଏହି ଶୋଭାଯାତ୍ରାରେ ମହିଳା ସଂକୀର୍ତ୍ତନ ମଣ୍ଡଳି ମୁଖ୍ୟ ଆକର୍ଷଣ ପାଲଟିଥିଲେ । ମହାପ୍ରଭୁଙ୍କ ଆଜ୍ଞାମାଳକୁ ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଳୁମାନେ ପୂଜାର୍ଚ୍ଚନା କରିବା ସହ ଗ୍ରାମର ବହୁ ମହିଳା ଓ ପୁରୁଖା ମୁରବୀମାନେ ନିଜ ପିଲାମାନଙ୍କର ଶୁଭ ମନାସୀ ପିଲାମାନଙ୍କୁ ରାସ୍ତା ଉପରେ ଶୁଆଇ ଦେଉଥିବାର ଦେଖିବାକୁ ମିଳିଥିଲା । ଏକ ଆଧ୍ୟାତ୍ମିକ ବାତାବାରଣ ମଧ୍ୟରେ ଶ୍ରୀକ୍ଷେତ୍ର ପୁରୀରୁ ଆସିଥିବା ମହାପ୍ରଭୁଙ୍କ ଆଜ୍ଞାମାଳକୁ ଯଜ୍ଞ ମଣ୍ଡପ ନିକଟରେ ପହଞ୍ଚôବାପରେ ବିଷ୍ଣୁ ମହାଯଜ୍ଞର ଅଙ୍କୁରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଆଜି ସନ୍ଧ୍ୟାରେ ତୁଳସୀଦାସ ଆଶ୍ରମର ମଠାଧିଶ ବାବା ସତ୍ୟ ଚୈତନ୍ୟଙ୍କ ଦ୍ୱାରା ଆଧ୍ୟାତ୍ମିକ ପ୍ରବଚନ କାର୍ଯ୍ୟକ୍ରମକୁ ସମାଜସେବୀ ଦିଲ୍ଲୀପ ଦାଶ, ପୂର୍ବତନ ସରପଞ୍ଚ ସୁବାସ ଚନ୍ଦ୍ର ଦାଶ, ଜୟନ୍ତ ଦାଶ, ହିମାଂଶୁ ଦାଶ, ବିଜୟ ଦାଶ, ଜଗମୋହନ ଦାଶ, ଶରତ ପ୍ରଧାନ, ହେମନ୍ତ କୁମାର ନ, ବବ୍ରୁବାହନ ପ୍ରଧାନ, ଗୋପବନ୍ଧୁ ମହାନ୍ତି, ଦୁର୍ଯେ୍ୟାଧନ ବେହେରା, ସଂଜିତ୍ କୁମାର ଦାଶ, ଚଗଲା ଭୋଇ, ଅଲୋକ ସାମଲଙ୍କ ସମେତ ପାଟପୁର ଓ ଆଖପାଖ ଗ୍ରାମର ଶତାଧିକ ମହିଳା ଓ ପୁରୁଷମାନେ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ସାମିଲ ହୋଇ ମହାପ୍ରଭୁଙ୍କ ଆଜ୍ଞାମାଳକୁ ଯଜ୍ଞମଣ୍ଡପ ନିକଟରେ ପହଞ୍ଚାଇଥିଲେ । ଆସନ୍ତା କାଲି କଳସ ଶୋଭାଯାତ୍ରା ପରେ ଯଜ୍ଞ କୁଣ୍ଡରେ ଅଗ୍ନିସ୍ଥାପନ କାର୍ଯ୍ୟକ୍ରମ ଯଥାବିଧିରେ ଅନୁଷ୍ଠିତ ହେବ । ଏହି ଅବସରରେ ଆସନ୍ତା କାଲି ସନ୍ଧ୍ୟାରେ ଓଡିଶାର ସୁନାମଧନ୍ୟ କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ।