ପୋଖରୀ ନିଲାମକୁ ନେଇ ସରପଞ୍ଚଙ୍କୁ ଆକ୍ରମଣ

 ଢ଼େଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ଅନ୍ତର୍ଗତ ଗଦାଶିଳା ପଞ୍ଚାୟତ ପ୍ରତାପ ଚନ୍ଦ୍ର ସାହୁଙ୍କୁ ଗତ ୨୩.୦୫.୨୦୨୫ ରିଖରେ ମରଣାନ୍ତକ ଆକ୍ରମଣ ହେଇଛି  । ସୂଚନା ଅନୁସାରେ ଗଦାଶିଳା ପଞ୍ଚାୟତ ଅଧୀନରେ ଥିବା ‘ବଧି' ପୋଖରୀକୁ ଚାଇଁପୁର ଗ୍ରାମର ସାରଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ମାଛ ଚାଷ ପାଇଁ ନିଲାମ ଦିଆଯାଇଥିଲା  । ଏ ବାବଦରେ ସାଇଁବିରି ଗ୍ରାମର କିଛି ଯୁବକ ସରପଞ୍ଚଙ୍କ ସହ ଯୋଗାଯୋଗ କରିଥିଲେ ଏବଂ ସରପଞ୍ଚ ଏହାର ଆପୋଷ ସମାଧାନ ପାଇଁ ମଧ୍ୟ ଡାକିଥିଲେ  । ଏଥିରେ ଉତ୍କ୍ଷିପ୍ତ ହେଇ ଚାଇଁବିରି ଗ୍ରାମର କିଛି ଯୁବକ ସରପଞ୍ଚ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ  । ଏହି ଆକ୍ରମଣରେ ସରପଞ୍ଚଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ତୁରନ୍ତ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା  । ଏ ନେଇ ସରପଞ୍ଚଙ୍କ ପରିବାର ପକ୍ଷରୁ ସଦର ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଥିଲା  । ଅଭିଯୋଗର ୫ ଦିନ ବିତିଯାଇଥିଲେ ମଧ୍ୟ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ତ ଦୂରର କଥା ମାମଲା ମଧ୍ୟ ରୁଜୁ କରିନାହିଁ  । ଓଡ଼ାପଡ଼ା ବ୍ଲକ ସରପଞ୍ଚ ସଂଘ ସଭାପତିଙ୍କ ଆକ୍ରମଣକୁ ପ୍ରତିବାଦ କରି ଆଜି ଓଡ଼ାପଡ଼ା ବ୍ଲକର ୨୮ ଗୋଟି ପଞ୍ଚାୟତର ସମସ୍ତ ସରପଞ୍ଚ ଏବଂ ସମିତି ସଭ୍ୟଙ୍କୁ ନେଇ ଏକ ଆଲୋଚନା ହୋଇଥିଲା  । ଏଥିରେ ସଂଘ ପକ୍ଷରୁ ଏକ ଦାବିପତ୍ର ବ୍ଲକ୍ ଅଧିକାରୀଙ୍କୁ ପ୍ରଦାନ କରିଥିଲେ  । ଆସନ୍ତା ୩ ଦିନ ମଧ୍ୟରେ ଯଦି ଆକ୍ରମଣକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଯାଏ ତେବେ ଓଡ଼ାପଡ଼ା ବ୍ଲକର ସମସ୍ତ ପଞ୍ଚାୟତର ସରପଞ୍ଚମାନେ ଆଗାମୀ ଧାର୍ଯ୍ୟ ଦିନ ପରଠାରୁ ପଞ୍ଚାୟତର ଉନ୍ନତିମୂଳକ କାର୍ଯ୍ୟରୁ ନିବୃତ ରହିବେ ବୋଲି ସଂଘ ପକ୍ଷରୁ ନିଷ୍ପତି ନିଆଯାଇଛି  ।