ଓକିଲ ସଂଘ ସଭାପତିଙ୍କୁ ଛୁରାମାଡ ଘଟଣା : ସଂଘର ଥାନା ଘେରାଉ 

ହିନେ୍ଦାଳ : ଗତ ଚାରି ତାରିଖ ଦିନ ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ବେଡ଼ାପଡ଼ା ଗାଁରେ ହିନ୍ଦୋଳ ଓକିଲ ସଙ୍ଘ ସଭାପତି ସୁଶୀଲ କୁମାର  ଗଡ଼ନାୟକ ଘର ପାଖ ଏକ ଦୋକାନ ରେ ବସିଥିବା ବେଳେ ତାଙ୍କୁ ଛୁରା ମାଡ ହୋଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଢେଙ୍କାନାଳ ଜିଲ୍ଲା ମୂଖ୍ୟ ଚିକିସôାଳୟ ଓ ପରେ ଉନ୍ନତ ଚିକିସôା ପାଇଁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା ।ତେବେ ଘଟଣା ଘଟିବାର ଅନେକ ଦିନ ବିତି ଯାଇଥିଲେ ମଧ୍ୟ ରାସୋଳ ପୁଲିସ୍ ଅଭିଯୁକ୍ତକୁ ଗିରଫ କରିବାରେ ବିଫଳ ହୋଇଥିଲା । ଏହି ଘଟଣାକୁ ନେଇ ଗତ ୧୨ ତାରିଖରେ ହିନ୍ଦୋଳ ଓକିଲ ସଂଘ ପକ୍ଷରୁ ହିନ୍ଦୋଳ ଉପଖଣ୍ଡ ପୁଲିସ ଅଧିକାରୀ,ଢେଙ୍କାନାଳ ଏସପି ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଅଭିଯୁକ୍ତକୁ ତୁରନ୍ତ ଗିରଫ ଦାବିରେ ଏକ ଦାବିପତ୍ର ପ୍ରଦାନ କରିଥିଲେ  ।ଏବଂ ତିନି ଦିନ ମଧ୍ୟରେ ଅଭିଯୁକ୍ତକୁ ଗିରଫ କରିବା ପାଇଁ ମଧ୍ୟ ପୋଲିସ ପକ୍ଷରୁ  ପ୍ରତିଶ୍ରୁତି ଦିଆଯାଇଥିଲା । ମାତ୍ର ପୁଲିସ ପକ୍ଷରୁ ଦିଆଯାଇଥିବା ପ୍ରତିଶ୍ରୁତିର ୩ ଦିନରୁ ଉର୍ଦ୍ଧ୍ୱ ସମୟ ବିତି ଯାଇଥିଲେ ମଧ୍ୟ ପୋଲିସ୍ ଅଭିଯୁକ୍ତକୁ ଗିରଫ ନ କରିବା ପରେ ଆଜି ହିନେ୍ଦାଳ ଓକିଲ ସଂଘ ପକ୍ଷରୁ ରାସୋଳ ଥାନା ଘେରାଉ କରାଯାଇଥିଲା । ପରେ ରାସୋଳ ଥାନା ଅଧିକାରୀ  ଓକିଲ ସଂଘର ସଦସ୍ୟ ମାନଙ୍କ ସହିତ ଅଭ୍ୟର୍ଥନା ଗୃହରେ ଆଲୋଚନା କରିବା ସହ ଆସନ୍ତା ୭ ଦିନ ମଧ୍ୟରେ ଅଭିଯୁକ୍ତକୁ ଗିରଫ କରିବା ପାଇଁ ପ୍ରତିଶ୍ରୁତି ଦେବା ପରେ ଓକିଲ ସଂଘ ଆନ୍ଦୋଳନରୁ ଓହରି ଯାଇଥିଲେ ।