ବେଆଇନ ବିସ୍ଫୋରକ ବ୍ୟବସାୟୀଙ୍କ ପାଖେ ପହଞ୍ଚି ପାରୁନି ପୁଲିସ 

 କବାଟବନ୍ଧ:  ଧର୍ମଶାଳା ତହସିଲ ଅଧିନରେ ରହିଥିବା କଳାପଥର ଚୋରା ଚାଲାଣର ହବ ପାଲଟିଛି । ବଡ଼ ବଡ଼ ପାହାଡ଼କୁ ଡ୍ରିଲିଂ କରାଯିବା ପରେ ବିସ୍ପୋରକ ବ୍ୟବହାର କରାଯାଇ ପାହାଡ଼ ଭଙ୍ଗାଯାଉଛି । ବେଆଇନ ବିସ୍ପୋରକ ସାମଗ୍ରୀ ଆମୋନିଆ, ନାଇଟ୍ରେଟ, ଇଲେକ୍ଟ୍ରିକାଲ ଟୋପି, ବ୍ଲାଷ୍ଟିଂ ମସଲା, ବ୍ଲାଷ୍ଟିଂସାର, କଏଲ ଆଦି ଖଣିରେ ବ୍ଲାଷ୍ଟିଂରେ ବ୍ୟବହାର କରାଯାଇଥାଏ । ଲିଜହେଉ କି ଅଣଲିଜ ଖଣି ମାନଙ୍କରେ ବେଆଇନ ବିସ୍ପୋରକ ବ୍ୟବହାର ହେଉଥିବା ଅଭିଯୋଗହେଇ ଆସୁଛି । ବିସ୍ପୋରକ (ଡ଼ିନାମାଇଟ)କେଉଁଠୁ ଆସୁଛି ତାହା ପୁଲିସ ତଦନ୍ତ ନକରି କେବଳ ଅଭିଯୁକ୍ତଙ୍କୁ ଗିରଫ କରି ଚୁପ ବସିପଡୁଛି । ଦୁଇ ଥାନା ଅଂଚଳରେ ବେଆଇନ ବିସ୍ପୋରକ ବ୍ୟବହାର କରାଯାଉଥିବାରୁ ସ୍ଥାନୀୟ ଅଂଚଳରେ ଜନସାଧାରଣଙ୍କ ପାଇଁ ବିପଦ ସୃଷ୍ଟି ହେଉଛି । ପରିବେଶ ପଦୂଷଣ ବ୍ୟାପକ ହେବା ଫଳରେ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଉଛି । ଗୁରୁତର କିଡନୀ ରୋଗୀ ଓ ଶ୍ୱାସ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ପ୍ରଚଣ୍ଡ ଶବ୍ଦ କାରଣରୁ ଜଙ୍ଗଲ ଜନ୍ତୁ ଅସୁରକ୍ଷିତ ହୋଇ ଗାଁ ମୁହାଁ ହେଉଛନ୍ତି । ଜଳସ୍ତର ହ୍ରାସ ହୋଇ ଜଳସଙ୍କଟ ଦେଖାଦେଉଛି । ଜଙ୍ଗଲ ନଷ୍ଟ ଓ ତାପମାତ୍ରା ବୃଦ୍ଧିପାଉଛି । ବେଆଇନ ବିସ୍ପୋରକ ଧର୍ମଶାଳା ତହସିଲ ଅଧିନରେ ଅନେକ କଳାପଥର ଖଣିଲିଜ ଏବଂ ଅଣଲିଜ ପଥର ବ୍ଲାଷ୍ଟିଂ କରାଯାଇଥାଏ ।

 ଯାହାକି ନିୟମ ମୁତାବକ ଡ଼ିନାମାଇଟ ଖଣି ବ୍ଲାଷ୍ଟିଙ୍ଗରେ ବ୍ୟବହାର କରାଯାଇଥାଏ । କେତେ ପରିମାଣର ଡ଼ିନାମାଇଟ ଆସିବ ତାହାର ନିୟମ ରହିଛି । କିନ୍ତୁ କିଛି ବ୍ୟବସାୟୀ ଅଧିକ ଲାଭ ଆଶାରେ ବେଆଇନ ଭାବରେ ବିନା କାଗଜପତ୍ରରେ ବିକ୍ରି କରି ବେଶ ଲାଭବାନ ହୋଇଥାନ୍ତି । ଗତ ୧୮ଜାନୁଆରୀରେ ଜେନାପୁର ଥାନା ଅଧିନ ବିଛାଖଣ୍ଡି ବେଆଇନ ଖାଦାନରେ ବିସ୍ପୋରକ ଜବତ କରାଯାଇଥିଲା । ତହସିଲର ଧର୍ମଶାଳା, ଜେନାପୁର ଦୁଇ ଥାନା ଅଧିନରେ ଅନେକ ଖଣିରେ ବେଆଇନ ବିସ୍ପୋରକ ବ୍ୟବହାର କରାଯାଉଥିବା ଅଭିଯୋଗ ହେଉଛି । ଖଣିବ୍ୟବସାୟୀ ଅଧିକ ଲାଭବାନ ହେବା ଆଶାରେ ନିୟମକୁ ଉଲ୍ଲଂଘନ କରି ଦିନରାତି ଖଣିରେ ଡ଼ିନାମାଇଟ ବିସ୍ପୋରଣ କରୁଛନ୍ତି । ଅନେକ ଖଣିରେ ବେଆଇନ ଡ଼ିନାମାଇଟ ବିସ୍ପୋରଣରେ ମୃତୁ୍ୟ ବରଣ କରିଥିବାର ଥାନାରେ ଅଭିଯୋଗ ରହିଛି । ଚଳିତ ୧୮ଜାନୁଆରୀ ଜେନାପୁର ପୁଲିସ ବିଛାଖଣ୍ଡି ଅଂଚଳରୁ ବେଆଇନ ଖଣି ଉପରେ ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ଉକ୍ତ ଖଣିରୁ ବିଫୁଳ ପରିମାଣର ବ୍ଲାଷ୍ଟିଂ ପାଇଁ ବ୍ୟବହୃତ ହେବାକୁ ଥିବା ବିସ୍ପୋରକ ସାମଗ୍ରୀ, ବ୍ଲାଷ୍ଟିଂରେ ନିୟୋଜିତ କମ୍ପ୍ରେସର ମେସିନ ଏବଂ ଦୁଇ ଜଣଙ୍କୁ ଗିରଫ କରି ଜେନାପୁର ପୁଲିସ କୋର୍ଟ ଚାଲାଣ କରିଥିଲା । ସେହିପରି ଧର୍ମଶାଳା ଥାନା ଆରୁହା ବେଆଇନ ପାହାଡ଼ରୁ ଚଳିତ ମାସ୧୦ତାରିଖରେ ସ୍ଥାନୀୟ ଲୋକ ଗାଡ଼ି, ମେସିନ ସହିତ ବିଫୁଳ ବିସ୍ପୋରକ ଅଟକ ରଖି ପ୍ରଶାସନକୁ ହସ୍ତାନ୍ତର କରିଥିଲେ । ଧର୍ମଶାଳା ପୁଲିସ ମାମଲା ରୁଜୁ କରି କାମ ସାରି ଦେଇଛନ୍ତି ନାଁ ପ୍ରକୃତ ବେଆଇନ ବିସ୍ଫୋରକ ବ୍ୟବସାୟୀ ପାଖରେ ପହଁଚି ପାରୁଛନ୍ତି ତାହା ତଦନ୍ତ ସାପେକ୍ଷ୍ୟ । ପୁଲିସ ଉଚ୍ଚ କର୍ତୁପକ୍ଷ ଦୁଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।