ସିରିଜ୍ ଦୁର୍ଘଟଣା ପ୍ରାୟରେ ୧୫ଜଣ ଗୁରୁତର 

 ତାଳଚେର  :  ଆଜି ତାଳଚେର ମୁଖ୍ୟରାସ୍ତା ପାଇପାସ୍ ଛକ ଠାରୁ ହାଣ୍ଡିଧୂଆଁ ଅଭିମୁଖେ ଯାଉଥିବା ଏକ କାର୍ ଓଡି ୧୬ଏଚ୍-୨୯୨୭ ଦ୍ରୁତଗାମୀରେ ଯାଉଥିବା ବେଳେ ପ୍ରାୟ ପୃଥକ ପୃଥକ ଭାବେ ପ୍ରାୟ ୧୫ଜଣଙ୍କୁ ଦୁର୍ଘଟଣା ଘଟାଇ ଦୁତଗତି ପଳାଇ ଯାଉଥିବା ବେଳେ ପୁଲିସ୍  ପିଛା କରି ଗୋଡିବନ୍ଧ ଠାରେ ଉକ୍ତ କାରଟିକୁ ଜବତ କରିଥିଲା  । ଗୁରୁତର ଅବସ୍ଥାରେ ସେମାନଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ତାଳଚେର ମଣ୍ଡାପାଳ ଡାକ୍ତରଖାନାକୁ ନେଇଥିବା ବେଳେ ଆଉ କେତେକ ସେଣ୍ଟ୍ରାଲ ହସିପିଟାଲ ଓ ଅନ୍ୟତ୍ର ହସ୍ପିଟାଲକୁ ନିଆଯାଇଛି ବୋଲି ଶୁଣିବାକୁ ମିଳୁଛି  । ପୁଲିସ୍ କାରକୁ ଜବତ କରି ତାଳଚେର ଟାଉନଥାନାକୁ ଆଣିଥିବା ବେଳେ ଉକ୍ତ ଚାଳକ ଧଳାପାଉଡର କିମ୍ବା ମଦ୍ୟପାନ କରି ନିଶାଶକ୍ତ ଅବସ୍ଥାରେ ଏପରି କାଣ୍ଡ ଭିଆଇଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି  । ତେବେ ଗଣେଶ ପୂଜା ଚାଲୁଥିବାକୁ ନେଇ ପ୍ରତ୍ୟେକ ଅଞ୍ଚଳରେ ପୁଲିସ୍ ମୂତୟନ ହୋଇଥିବା ବେଳେ ତାଳଚେର ଚଳଚଞ୍ଚଳ ହୋଇପଡିଛି  । ତେବେ ପୂଜା ହେଉଥିବା ଗହଳି ଭିତରେ କିପରି କାରଟି ପଶିଲା ଓ ସହରସାରା ପୁଲିସ୍ ଛାଉଣୀରେ କିପରି ଦ୍ରୁତଗତିରେ ଆସୁଥିବା କାରଟିକୁ ଅଟକାଇ ପାରିଲା ନାହିଁ ତାକୁ ନେଇ ଚର୍ଚ୍ଚା ଯୋର ଧରିଛି  ।