ଅଙ୍କିତା ମେମୋରିଆଲ କବାଡି ମହିଳା ବିଭାଗରେ ଭଦ୍ରକ, ପୁରୁଷ ବିଭାଗରେ କଟକ ଚାମ୍ପିଅନ

 ଧର୍ମଶାଳା :  ଧର୍ମଶାଳା ବ୍ଲକ୍ କୋତପୁର ଖେଳପଡିଆରେ ଅଙ୍କିତା ମେମୋରିଆଲ ଦିବାରାତ୍ର କବାଡି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ପ୍ରତିଯୋଗିତାରେ ମହିଳା ବିଭାଗରେ ଭଦ୍ରକ ଓ ପୁରୁଷ ବିଭାଗରେ କଟକ ନିଶ୍ଚିନ୍ତକୋଇଲି ଚାମ୍ପିଅନ ହୋଇଛି । ଆୟୋଜିତ ଦିବାରାତ୍ରୀ କବାଡି ପ୍ରତିଯୋଗିତାରେ ମହିଳା ବିଭାଗରେ ୭ଟି ଓ ପୁରୁଷ ବିଭାଗରେ ୪ଟି  ଟିମ ଅଂଶଗ୍ରହଣ କରିଥିଲେ । ମହିଳା ବିଭାଗର ଫାଇନଲ ମ୍ୟାଚରେ ଭଦ୍ରକ ଟିମ କୋତପୁର ଟିମକୁ ପରାସ୍ତ କରି ଚମ୍ପିଆନ ହୋଇଥିବା ବେଳେ କୋତପୁର ଟିମ ରନର୍ସଅପ ହୋଇଛି । ସେହିପରି ପୁରୁଷ ବିଭାଗରେ କଟକ ନିଶ୍ଚିନ୍ତକୋଇଲି ଟିମ ପାଣିକୋଇଲି ଟିମକୁ ପରାସ୍ତ କରି ଚମ୍ପିଆନ ହୋଇଛି । ଅନୁଷ୍ଠିତ ମ୍ୟାଚକୁ କୃଷ୍ଣକାନ୍ତ ପଣ୍ଡା, ପ୍ରଭାତ ଜେନା, ପୁପୁନ ମଲିକ ଓ ତାପସ ନାୟକ ପରିଚାଳନା କରିଥିଲେ । ପ୍ରତିଯୋଗିତାର ଉଦଘାଟନୀ ମ୍ୟାଚରେ ଭଣ୍ଡାରୀପୋଖରୀ ବ୍ଲକର ପୂର୍ବତନ ଅଧ୍ୟକ୍ଷ ପ୍ରଣିତ ସାମଲ ଓ ଡାକ୍ତର ସାଲୋନି ଜେନା ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ । ଆୟୋଜିତ ଉଦ୍ୟାପନୀ ଉତ୍ସବରେ ଅତିଥି ଭାବେ ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ କୁମାର ବଳବନ୍ତରାୟ, ଅବସରପ୍ରପ୍ତ ଅଧ୍ୟାପକ ଅବନୀକାନ୍ତ ଜେନା ଓ ଆଲୋକ ବଡଜେନା ଦକ୍ଷୀଣରାୟ ମହାପାତ୍ର ଯୋଗଦେଇ ଚାମ୍ପିଅନ ଓ ରନର୍ସଅପ ଦଳକୁ ଟ୍ରଫି ସହ ନଗଦ ଅର୍ଥରାଶି ପ୍ରଦାନ କରିଥିଲେ । ପ୍ରତିଯୋଗିତାକୁ ଇଂ. ଅଜିତ ଜେନା, ଇଂ. ମାନସ ଜେନା, ସ୍ୱରାଜ ଜେନା ପ୍ରମୁଖ ପରିଚଳନା କରିଥିଲେ ।