ଅବସରପ୍ରାପ୍ତ କର୍ମଚାରୀ ସଂଘର ଶପଥ ଗ୍ରହଣ

ବାଲେଶ୍ୱର : ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘ କାର୍ଯ୍ୟକାରୀ ସମିତି ବୈଠକ ସଂଘ ଗୃହରେ ସଭାପତି ଇଂ. ବନମାଳୀ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ନୂତନ କାର୍ଯ୍ୟକାରୀ କର୍ମକର୍ତା ଓ ସଦସ୍ୟମାନେ ୨୦୨୫-୨୦୨୮ ପର୍ଯ୍ୟ ୩ ବର୍ଷ ପାଇଁ ନିର୍ବାଚିତ ହୋଇଥିବା ନିର୍ବାଚନ ପରିଚାଳକ ଶ୍ରୀ ବସନ୍ତ ନାୟକ ଘୋଷଣା କରିଥିଲେ । ତାଙ୍କୁ ଉପଦେଷ୍ଟା ଜ୍ଞାନେନ୍ଦ୍ର ନାଥ ସାହୁ ସହଯୋଗ କରିଥିଲେ । ପ୍ରାଣପ୍ରତିଷ୍ଠାତା ଉପଦେଷ୍ଟା ଧୀରେନ୍ଦ୍ର ନାରାୟଣ ଦାସ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ । କର୍ମକର୍ତା ଭାବରେ ସଭାପତି ଇଂ. ବନମାଳୀ ନାୟକ, କାର୍ଯ୍ୟକାରୀ ସଭାପତି ଇଂ. ଗୌରାଙ୍ଗ ଚନ୍ଦ୍ର ସାହୁ, ଉପସଭାପତି ୩ଜଣ ସୁଦର୍ଶନ ଦାସ, ଦେବେନ୍ଦ୍ର ଚୌଧୁରୀ, ଶ୍ରୀମତୀ ବାସନ୍ତୀ ପାଣି, ସାଧାରଣ ସମ୍ପାଦକ ଦାମୋଦର ନାୟକ, ଯୁଗ୍ମ ସମ୍ପାଦକ ୨ଜଣ ରବୀନ୍ଦ୍ର କୁମାର ମହାନ୍ତି, ସୁଶ୍ରୀ ସାବିତ୍ରୀ ଦାସ, ଅର୍ଥ ସମ୍ପାଦକ ଓ କୋଷାଧ୍ୟକ୍ଷ ଯୁଧିଷ୍ଠିର ନନ୍ଦ, ସାଂସ୍କୃତିକ ସମ୍ପାଦକ ଭାଗବତ ଦଳାଇ, ସଂଗଠନ ସମ୍ପାଦକ ସୟ ପଣ୍ଡା ଓ ସମୀକ୍ଷକ ପ୍ରବୋଧ ଦାସଙ୍କ ସହିତ ୧୫ ଜଣ ସଦସ୍ୟ ସଦସ୍ୟା ଇଂ. ସୁରେନ୍ଦ୍ର ପ୍ରସାଦ ନାୟକ, ଇଂ. ହୃଷିକେଶ ସାହୁ, ଭବେଶ ଚନ୍ଦ୍ର ପଣ୍ଡା, ସୁଶ୍ରୀ ଜ୍ୟୋତ୍ସ୍ନା ରାୟ, ପ୍ରଣିତା ମିଶ୍ର, ଡ. କ୍ଷିତୀଶ୍ୱର ଦାଶ, ଗୀତାଳି ଶତପଥୀ, ରବିନାରାୟଣ ବେହେରା, ଅଜୟ ନାୟକ, ବନଲତା ଦାସ, ଡ. ଦିଲ୍ଲୀପ ଚକ୍ରବର୍ତୀ, ସୟ କୁମାର ପଣ୍ଡା (ଖ), ଶ୍ରୀ ନିଆସି ଚରଣ ଜେନା ଶପଥ ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ଶତ୍ରୁଘ୍ନ ପଣ୍ଡା, ଶ୍ରୀ ପଦ୍ମଲୋଚନ ଦତ୍ତ, ଶ୍ରୀ ବୀରେନ୍ଦ୍ର ମହା", ଶ୍ରୀ ଯୋଗେନ୍ଦ୍ର ସିଂ ଉପସ୍ଥିତ ଥିଲେ । ଦେବେନ୍ଦ୍ର ଚୌଧୁରୀ ଧନ୍ୟବାଦ ଦେଇଥିଲେ ।