ଓଡ଼ିଶା ଜନ ବିଶ୍ୱାସ ଅଧ୍ୟାଦେଶକୁ ମଞ୍ଜୁରୀ : ‘ଛୋଟ ଅପରାଧ ପାଇଁ ଜରିମାନା’
ଭୁବନେଶ୍ୱର : ରାଜ୍ୟ କ୍ୟାବିନେଟରେ ଓଡ଼ିଶା ଜନ ବିଶ୍ୱାସ ଅଧ୍ୟାଦେଶକୁ ଅନୁମୋଦନ କରାଯାଇଛି । ଏଥିରେ ଅଣଗୁରୁତର ଅପରାଧ ପାଇଁ ଆନୁପାତିକ ଦେୱାନୀ ଦଣ୍ଡ ଦିଆଯିବାର ବ୍ୟବସ୍ଥା ରହିଛି । ଭାରତ ସରକାରଙ୍କ ଜନ ବିଶ୍ୱାସ (ସଂଶୋଧନ ବ୍ୟବସ୍ଥା) ଆଇନ୍ ୨୦୨୩ ସହିତ ସମନ୍ୱୟ ରଖାଯାଇଛି । ଏଥିରେ ୧୬ଟି ଆଇନ୍ ଅନ୍ତର୍ଭୁକ୍ତ ରହିଛି । ଯାହାଦ୍ୱାରା ଛୋଟ ଓ ପ୍ରକ୍ରିୟାଗତ ତ୍ରୁଟିକୁ ଅପରାଧମୁକ୍ତ କରିବା ଦ୍ୱାରା ଫୌଜଦାରୀ କାର୍ଯ୍ୟ ଏବଂ ବିଚାର ଖର୍ଚ୍ଚ ହ୍ରାସ ପାଇବ ।