ବନ୍ୟା ଜଳ ମାଡି ପରିବା ନଷ୍ଟ
ବରୀ: ଉପର ମୁଣ୍ଡରେ ବର୍ଷା ହେବା ଦ୍ୱରା ଖରେସ୍ରୋତା ତାହାର ଶାଖାନଦୀ ତନ୍ତଘାଇରେ ବନ୍ୟା ଆସି ୪ଦିନ ହେବ ଧାନ କ୍ଷେତ ଓ ପରିବା କ୍ଷେତ ବନ୍ୟାଜଳ ପ୍ଲାବିତ ହୋଇପଡିଛି । ନଦୀରୁ ବନ୍ୟା ହ୍ରାସ ପାଇଥିବା ବେଳେ ବହୁ ଚାଷ ଜମି ବୁଡି ରହିଛି । ଏଥିରେ ବରୀ ନିର୍ବାଚନମଣ୍ଡଳୀ ଖରେ ସ୍ରୋତା ନଦୀ କୂଳରେ ପରିବା କ୍ଷେତ ସହିତ ବରୀ ବ୍ଲକରେ ଖରସ୍ରୋତା ଶାଖା ତନ୍ତୀ ଘାଇ ବନ୍ୟାରେ ଭଅଁରା, ବୋଦୁଅ, ରମ୍ପା, ବାଲିବିଲି, ଉଦୟନାଥପୁର, ରତଲାଙ୍ଗ, ଅନ୍ୟାସପୁର, କଳାମାଟିଆ,ଅରଙ୍ଗାବାଦ ପ୍ରମୁଖ ପଂଚାୟତର ଚାଷ ଜମି ସହିତ ପନି ପରିବା କ୍ଷେତ ପାଣିପସି ରହିଛି । ଫଳରେ ଜୀବିକା ନିର୍ବାହ କରୁଥିବା ଚାଷୀ ମାନଙ୍କ ମୁଣ୍ଡରେ ଚଡକ ପଡିଛି ।                        
 
 Rasmita Behera
                                    Rasmita Behera                                 
    
 
    
 
 
 
