ବଢୁଛି ଜବରଦଖଲ, ରାସ୍ତା ସଂକୁଚିତ 


ାା ପ୍ରଭାନୁ୍ୟଜ ।ା  ବାଙ୍କୀ,:  ରାସ୍ତାକଡରେ ବ୍ୟବସାୟମାନଙ୍କ ସଂଖ୍ୟା ଦିନକୁ ଦିନ ଦିନ ବଢୁଥିବାବେଳେ ରାସ୍ତାଗୁଡିକ ସଂକୁଚିତ ହେବାକୁ ଲାଗିଛି । ଯାହାଫଳରେ ପଥଚାରୀଙ୍କ ଯାତାୟତରେ ସମ୍ପୂର୍ଣ୍ଣ ବାଧା ସୃଷ୍ଟି ହେଉଛି । ଏଭଳି ଘଟଣା ବାଙ୍କୀ ଉପଖଣ୍ଡର ବାଙ୍କୀ ବଜାର, କଳାପଥର, ବ୍ରହ୍ମପୁରାର ତାରିଣି ଛକ, ପଥୁରୀପଡା ବଜାର ଓ ବୈଦ୍ୟେଶ୍ୱର ଛକ ଆଦି ସ୍ଥାନରେ ଦେଖିବାକୁ ମିଳିଛି । ବିଶେଷ କରି ମୁଖ୍ୟ ରାସ୍ତାକୁ ବ୍ୟବହାର କରି ପରିବା ବ୍ୟବସାୟୀମାନେ ବ୍ୟବସାୟ କରୁଥିବା ବେଳେ ଯାତାୟତରେ ସମ୍ପୂର୍ଣ୍ଣ ବାଧା ସୃଷ୍ଟି ହେଉଛି । ବାଙ୍କୀ ବଜାର ଦେଇ କଟକ ଓ ଭୁବନେଶ୍ୱର, କଳାପଥର ବଜାର ଦେଇ ଭୁବନେଶ୍ୱର ଓ କଣ୍ଟିଲୋ  ଓ ଦଶପଲ୍ଲା ଏବଂ ବୈଦ୍ୟେଶ୍ୱର ଠାରେ ଟି-ସେତୁ ଦେଇ ବଡମ୍ବା-ଅନୁଗୁଳ ସହିତ ସଂଯୋଗ ହୋଇଥିବାରୁ ବହୁଗାଡ଼ି ଦୈନିକ ଯିବାଆସିବା କରିଥାନ୍ତି । ଆଉ ମଧ୍ୟ କଳାପଥର ବସ୍ଷ୍ଟାଣ୍ଡ୍ ଠାରେ ପରିବା ବେପାରୀ ବେପାର ଆରମ୍ଭ କରିଥିବାରୁ ଖାଉଟିମାନେ ସାଇକେଲ୍, ଦୁଇଚକିଆଯାନ, ତିନିଚକିଆ ଓ ଚାରିଚକିଆ ଯାନ ଥୋଉଥିବାରୁ ଏହି ରାଜପଥରେ ଯାତାୟତ ବାଧାପ୍ରାପ୍ତ ହେଉଛି । ଖଜୁରୀପଦା ଓ ଗ୍ରାମାଞ୍ଚଳ ·ଷୀମାନେ କଳାପଥର ବସଷ୍ଟାଣ୍ଡ୍ ଠାରେ ନବସି ଷ୍ଟେଟ୍ ବ୍ୟାଙ୍କ ନିକଟରେ ମୁଖ୍ୟରାସ୍ତା ଉପରେ ବସି ରହୁଛନ୍ତି । ସେହିପରି ବ୍ରହ୍ମପୁରାର ତାରିଣି ଛକ ଠାରେ ସବୁଦିନ ରାସ୍ତାର ଉଭୟ ପାଶ୍ୱର୍ରେ ଏଭଳି ପସରା ମେଲେଇଥାନ୍ତି ଯେ, ଗାଡିଗୁଡିକ ଯିବାଆସିବା ନିମନ୍ତେ ଅସୁବିଧା ସୃଷ୍ଟି ହେବା ସଙ୍ଗେ ସଙ୍ଗେ ବହୁଥର ବିବାଦ ମଧ୍ୟ ଥାନାରେ ପହଞ୍ଚôଛି । ସେହିପରି ପଥୁରୀପଡା ବଜାର ଓ ବୈଦ୍ୟେଶ୍ୱର ଛକ ଠାରେ ରାସ୍ତା ଉପରେ ବ୍ୟବସାୟୀମାନେ ନିଜର ପସରା ଲମ୍ବେଇ ବ୍ୟବସାୟ କରୁଛନ୍ତିି । ଏପରିକି ଦମ୍କଳ, ଆମ୍ବୁଲାନ୍ସ ଓ ଜରୁରୀକାଳୀନ ଯାନଗୁଡିକ ଯାତାୟତ କରିବାରେ ବହୁ ଅସୁବିଧା ସୃଷ୍ଟି ହୋଇଛି । ବାଙ୍କୀ ସହରରେ ବ୍ୟବସାୟୀମାନେ ରାସ୍ତା ଉପରେ ବସୁଥିବାବେଳେ ବାଙ୍କୀ ଏନ୍ଏସି କର୍ତ୍ତୃପକ୍ଷ ଏଥିପ୍ରତି କୌଣସି ଦୃଷ୍ଟି ଦେଉନାହାଁନ୍ତି । ଓଡ଼ିଶା ମୁ୍ୟନିସ୍ପାଲଟି ଧାରା ୨୫୪ଅନୁଯାୟୀ ବିଜ୍ଞାପିତ ଅଞ୍ଚଳ ପକ୍ଷରୁ ନୋଟିସ୍ ଜରି କରିବାକୁ ନିର୍ବାହୀ ଅଧିକାରୀ ଭୟ କରୁଛନ୍ତି । ଫୌଜଦାରୀ ଆଇନ୍ ୧୯୭୩ ଧାରା ୧୩୩ ଅନୁସାରେ ରାସ୍ତା ଅବରୋଧକାରୀଙ୍କ ବିରୁଦ୍ଧରେ ଲଗାଯାଇଥିବା ଦଣ୍ଡକୁ ସ୍ଥାନୀୟ ପ୍ରଶାସନ ଆଖି ବୁଜି ଦେଇଥିବାରୁ ଦିନକୁ ଦିନ ରାସ୍ତା ଅବରୋଧ ବୃଦ୍ଧି ହେବାକୁ ଲାଗିଛି । ବାଙ୍କୀର ବହୁ ବୁଦ୍ଧିଜୀବୀ ମୁଖ୍ୟରାସ୍ତାକୁ ଅବରୋଧମୁକ୍ତ କରିବା ପାଇଁ ଜିଲ୍ଲା ପ୍ରଶାସନ ପାଖରେ ଦାବି କରି ଆସୁଛନ୍ତି । ଏହି ପରିପ୍ରେକ୍ଷୀରେ ବାଙ୍କୀ ଓ ବୈଦ୍ୟେଶ୍ୱର ଥାନା ପକ୍ଷରୁ ପେଟ୍ରୋଲିଂ କରାଯାଇ ଆଇନ ଅନୁସାରେ ରାସ୍ତା ଅବରୋଧକାରୀମାନଙ୍କ ବିରୁଦ୍ଧରେ ଦଣ୍ଡବିଧାନ କରାଯିବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି ।