ଛତୁ ଚାଷ ଦେଉଛି ନୂଆ ପରିଚୟ

ନୂଆପଡା:  ନୂଆପଡା ଜିଲ୍ଲା ଖଡ଼ିଆଳ ସହର ୧୨ନମ୍ବର ୱାର୍ଡ ବଡଦଧିବାମନ ମନ୍ଦିର ପାଖରେ ରହୁଛନ୍ତି ଅବସରପ୍ରାପ୍ତ କୃଷି କର୍ମଚାରୀ ଚନ୍ଦ୍ର କୁମାର ହଂସ ଏବଂ ତାଙ୍କ ପୁଅ ତପନ କୁମାର ହଂସ ଓ ବୋହୂ ଗୀତାଞ୍ଜଳି ହଂସ । ତପନଙ୍କ ସହ ଧର୍ମିଣୀ ଗୀତାଞ୍ଜଳି ଭୁବନେଶ୍ୱର ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରରେ ଚଳିତ ବର୍ଷ ଫେବୃଆରୀ ମାସରେ ଖଡ଼ିଆଳ କୃଷି ବିଭାଗ ସହଯୋଗରେ ୧୫ଦିନ ଧରି ତାଲିମ ଗ୍ରହଣ କରିଥିଲେ । ପୁଣି ଖୋର୍ଦ୍ଧା ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରରେ ମଧ୍ୟ ତାଲିମ ଗ୍ରହଣ କରିଥିଲେ ।ତାଲିମ ଗ୍ରହଣ ପରେ ଗୀତାଞ୍ଜଳି ଆସି ନିଜ ସ୍ୱାମୀ ଓ ପରିବାରଙ୍କ ସହ ଘରେ ଛତୁ ଚାଷ ଆରମ୍ଭ କରିଥିଲେ । ପ୍ରଥମେ ଚାଳିଶି ବେଡ ଓ ପରେ ଅଶୀ ବେଡରେ ଛତୁ ଚାଷ ଆରମ୍ଭ କଲେ । ବର୍ତ୍ତମାନ ପ୍ରତିଦିନ ୧୦କେଜି ଛତୁ ଉପାର୍ଜନ ହେଉଥିବାବେଳେ କେଜିକୁ ୩୦୦ସହ ଟଙ୍କା ଦରରେ ଦୈନିକ ୩୦୦୦ ହଜାର ଟଙ୍କା ଲାଭ ହେଉଥିବା ପ୍ରକାଶ କରିଛନ୍ତି  । ଅବସରପ୍ରାପ୍ତ ବାପା ଚନ୍ଦ୍ର କୁମାର ହଂସ ମଧ୍ୟ ସହଯୋଗ କରୁଥିବା ପ୍ରକାଶ କରିଛନ୍ତି । ଏହି ଛତୁଚାଷ କରିବା ଦ୍ୱାରା ପରିବାର ଏବେ ବହୁତ ଖୁସିରେ ରହୁଥିବା ପ୍ରକାଶ କରିଛନ୍ତି । ଗୀତାଞ୍ଜଳିଙ୍କ ଇଚ୍ଛା ଶକ୍ତି ବଳରେ ସେ ଆତ୍ମନିର୍ଭରଶୀଳ ହୋଇଥିବାବେଳେ ଆଗାମୀ ଦିନରେ ଇଚ୍ଛୁକ ଲୋକଙ୍କୁ ଛତୁ ଚାଷ ଉପରେ ତାଲିମ ଦେବେ ବୋଲି ପ୍ରକାଶ କରିଛନ୍ତି ।