ଜିଲ୍ଲାପାଳଙ୍କ ବିକାଶମୂଳକ କାର୍ଯ୍ୟ ସମୀକ୍ଷା
ବୌଦ୍ଧ : ବୌଦ୍ଧ ବ୍ଲକ ଅନ୍ତର୍ଗତ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ତାଳସରଡା ଓ ବାଉଁଶୁଣୀ ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଥିବା ନିର୍ମାଣାଧିନ ପ୍ରକଳ୍ପ ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ । ପ୍ରଥମେ ଜିଲ୍ଲାପାଳ ତାଳସରଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚô ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ପରେ ସେଠାରେ ପିଡିଏସ ବ୍ୟବସ୍ଥାର ସମୀକ୍ଷା କରିଥିଲେ । ସାହାଜପାଲ ଠାରେ ନିର୍ମାଣାଧିନ କଲ୍ୟାଣ ମଣ୍ଡପ କାର୍ଯ୍ୟ ଶୀଘ୍ର ସାରିବା ପାଇଁ ଦାୟିତ୍ୱରେ ଥିବା ଯନ୍ତ୍ରୀମାନଙ୍କୁ ନିଦେ୍ର୍ଦଶ ଦେଇଥିଲେ । ପରେ ସେ କଙ୍କଲା ବନ ସୁରକ୍ଷା ସମୀତି ଗୃହ ପରିଦର୍ଶନ କରିଥିଲେ । ସେହିପରି ବାଉଁଶୁଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଡିମିରିପାଲି ଅଙ୍ଗନବାଡି କେନ୍ଦ୍ର ମଧ୍ୟ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ ।