ବିଦ୍ୟାଳୟର ବାର୍ଷିକୋତ୍ସବ

 ବଡ଼ସାହି : ବଡ଼ସାହି ଗ୍ରାମର କେନ୍ଦୁଆସାହି ସ୍ଥିତ ବୁରୁବଙ୍ଗା ମୁଣ୍ଡାରୀ ବିଦ୍ୟାଳୟର ୨୦ବର୍ଷ ପୂର୍ତ୍ତି ଅବସରରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ସୁକୁରାମ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଣ୍ଡାରୀ ମାଧ୍ୟମିକ ପରିଷଦର କେନ୍ଦ୍ରୀୟ ଅଧ୍ୟକ୍ଷ ତଥା ଭାରତ ମୁଣ୍ଡା ସମାଜର ପ୍ରଦେଶ ସଭାପତି ରବୀନ୍ଦ୍ର ନାଥ ସିଂ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ସମ୍ପାଦକ ବାଇଧର ସିଂ, ଭାରତ ମୁଣ୍ଡା ସମାଜ ଓଡ଼ିଶା ଯୁବ ବର୍ଗ ସଭାପତି ସବରନ ସିଂ, ପାହାନ ଗୁରୁ ବସନ୍ତ ସିଂ, ଭୋଲାନାଥ ସିଂ, କାର୍ତ୍ତିକ ସିଂ, ବୁରୁବଙ୍ଗା ଯୁବକ ସଂଘର ସଭାପତି ବିରେନ୍ଦ୍ର ସିଂ ପ୍ରମୁଖ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ଉପସ୍ଥିତ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଉଦେ୍ଦଶ୍ୟରେ ବକ୍ତବ୍ୟ ରଖିଥିଲେ । ଶେଷରେ ମନୋଜ ସିଂ ଧନ୍ୟବାଦ ଅର୍ପଣ କରିଥିଲେ ।