ଓଲଟିଲା ଆମ୍ବୁଲାନ୍ସ, ୫ ଆହତ
ଆନନ୍ଦପୁର: ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକ୍ ନନ୍ଦିପଦା ଥାନା ଅନ୍ତର୍ଗତ ଟୁକୁଣା ନିକଟରେ ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେଇ ଓଲୋଟି ପଡିଛି ଆମ୍ବୁଲାନ୍ସ । ନସିରପୁର ଗ୍ରାମରୁ ଜଣେ ରୋଗୀ ଏବଂ ତାଙ୍କର ଦୁଇ ଜଣ ସମ୍ପର୍କୀୟଙ୍କୁ ନେଇ ଯାଇଥିବା ସମୟରେ ଟୁକୁଣା ନିକଟରାସ୍ତା କଡରେ ଥିବା ଏକ ଗଛକୁ ଆମ୍ବୁଲାନ୍ସଟି ଧକ୍କା ଦେଇଥିଲା । ଏଥିରେ ଡ୍ରାଇଭର, ଫାର୍ମାସିଷ୍ଟ, ରୋଗୀ ଏବଂ ତାଙ୍କର ଦୁଇ ସମ୍ପର୍କୀୟ ସମସ୍ତେ ଅଳ୍ପ ବହୁତେ ଆହତ ହୋଇଛନ୍ତି । ଡ୍ରାଇଭର ଏବଂ ଫାର୍ମାସିଷ୍ଟ ଦୁଇଜଣକୁ ଟୁକୁଣା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଛାଡିଦିଆଯାଇଥିବା ବେଳେ, ଅନ୍ୟ ୩ ଜଣଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି । ସେହିପରି ଲଗାଣ ବର୍ଷା ଯୋଗୁଁ ଏହି ଅଣଓସାରିଆ ରାସ୍ତାଟି କାଦୁଅ ହୋଇଯାଇଥିଲା । ଯାହାଦ୍ୱାରା ଡ୍ରାଇଭର ଭାରସାମ୍ୟ ହରାଇ ଗଛରେ ଧକ୍କା ଦେଇଥିଲା । ତେବେ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ବିଶ୍ରାମ ହୀନ ଡୁ୍ୟଟି ଯାହାକି ୧୮ ଘଣ୍ଟାରୁ ୨୪ ଘଣ୍ଟା ପର୍ଯ୍ୟନ୍ତ କରିବା ଏବଂ ଆମ୍ବୁଲାନ୍ସ ପୁରୁଣା ହୋଇଯିବାରୁ ମେଣ୍ଟେନାସ ଆବଶ୍ୟକ ହୋଇପଡିଥିବା ବେଳେ, ସମ୍ପୃକ୍ତ ସଂସ୍ଥା ଏଥିପ୍ରତି ଦୃଷ୍ଟି ଦେବା ଅବଶ୍ୟକ ହୋଇଛି ।