ମା' ଭଗବତୀଙ୍କ ବସୁମତୀ ସ୍ନାନ 

ବାଣପୁର : ବାଣପୁରର ଆରାଧ୍ୟା ଦେବୀ ଭଗବତୀ ରାଜ ତିନି ଧରି ଏକ ବସ୍ତ୍ର ପରିଧାନ କରି ଅଗାଧୁଆରେ ରହିଥିବା ମା ଭଗବତୀ ବସୁମତୀ ସ୍ନାନ ଅବସରରେ ମହାସ୍ନାନ କରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥିଲେ । ପ୍ରତୁ୍ୟଷରୁ ମନ୍ଦିରର  ଦ୍ୱାର ଫିଟା ପରେ ପାଳିଆ ସେବକମାନେ ହଳଦୀ, ରାଶି ତେଲ, ଚୁଆ ଚନ୍ଦନ,  ଆଗୁରୁ, କର୍ପୁର, ଅତର ମିଶ୍ରିତ ସୁବାସିତ ୧୧ଗରା ଜଳରେ ମହାସ୍ନାନ କରିଥିଲେ । ମହାସ୍ନାନ ପାରେ ମା ହଳଦିଆ ପଟ ବସ୍ତ୍ର ପରିଧାନ କରି ସୁନାର କିରିଟି ତାବିଜ ମାଳି ବେଲପତ୍ର ମାଳ ମକର କୁଣ୍ଡଳ ଆନ୍ତସୂତା ଓଡିଆଣି ଚିନାମାଳ ଖସୁମାଳ ପଦ୍ମମାଳ ସୁନାଚିତା ନାକରେ ବସଣି ଚନ୍ଦ୍ରିକା ପାହୁଡ ନୁପୁର ପରିଧାନ କରି ପଦ୍ମ ମାଳ ବିଭୂଷିତ ହୋଇ  ଗଜଲକ୍ଷ୍ମୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥିଲେ । ଏହା ପାରେ ବଲ୍ଲଭ ପୂଜା ଓ ମଙ୍ଗଳ ଆଳତି ନୀତି ପରେ ସର୍ବସାଧାରଣ ଦର୍ଶନ ଅନୁଷ୍ଠିତ ହୋଇଛି । ଏହି ଅବସରରେ ଖେଚୁଡ଼ି ଏଣ୍ଡୁରି ମାଛ ମହୁର ଡାଲି ଖଟା କାନ୍ତି କାକରା ସରପୁଳି ମାଠପୁଳି ଆଦି ନୈବେଦ୍ୟ ଅର୍ପଣ କରାଯାଇଥିଲା ।