ଜାତୀୟ କୃମିନାଶକ ଦିବସ
ବଲାଙ୍ଗିର : ସ୍ଥାନୀୟ ଟାଉନ ବାଳିକା ହାଇସ୍କୁଲରେ ଜିଲ୍ଲାସ୍ତରୀୟ ଜାତୀୟ କୃମିନାଶକ ଦିବସ ଅଗଷ୍ଟ ରାଉଣ୍ଡ-୨୦୨୫ ଉଦ୍ଘାଟନ ଉତ୍ସବ ଅନୁଷ୍ଠିତ ହୋଇଛି । ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ, ପବିତ୍ର ବେହେରା ଓ ସମ୍ମାନିତଅତିଥି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ. ରମେଶ ଚନ୍ଦ୍ର ସାହୁ, ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ, ଡ. ବି.କେ ପତି, ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅକାରୀ ଡ. ସୁଧା ବାର୍ଲା, ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ (ଯକ୍ଷ୍ମା) ଡ. ସିଦେ୍ଧଶ୍ୱର ମାଝି, ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରତାପ ଚନ୍ଦ୍ର ମହାନ୍ତି, ଟାଉନ ବାଳିକା ପ୍ରଧାନଶିକ୍ଷକ ଓ ଅନ୍ୟ ସହକାରୀ ଶିକ୍ଷକ ବୃନ୍ଦ, ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା ପ୍ରକଳ୍ପ ପରିଚାଳକ, ରାଜେଶ ରାଓ ପଟ୍ଟନାୟକ, ଉପପରିଚାଳକ, ପ୍ରଜନନ ଓ ଶିଶୁ ସ୍ୱାସ୍ଥ୍ୟ, ଭଗବାନ ମେହେର ଓ ଅନ୍ୟ ସହକାରୀ ସଂଚାର ଓ ପ୍ରକଳ୍ପ ପରିଚାଳକ ଆନନ୍ଦ ମିଶ୍ର ଓ କବିନ୍ଦ୍ର ଜେନା ମଞ୍ଚାସୀନ ଥିଲେ । ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚେତନତା ସଭାରେ ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ୱାରା ସର୍ବ ପ୍ରଥମେ ସ୍କୁଲ ଛାତ୍ରୀଙ୍କୁ କୃମିନାଶକ ବଟିକା ଖୁଆଇ ଜିଲ୍ଲାସ୍ତରୀୟ ଜାତୀୟ କୃମିନାଶକ ଦିବସ ଅଗଷ୍ଟ ରାଉଣ୍ଡ-୨୦୨୫ ଉଦ୍ଘାଟନ କରିଥିଲେ । ଜିଲ୍ଲାର ୧-୧୯ ବର୍ଷର ସମସ୍ତ ପିଲାମାନେ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ରରେ କୃମିନାଶକ ଔଷଧ ଓ ସିରପ ଖାଇବେ ଓ ୨୦-୨୪ ବର୍ଷର ବିଦ୍ୟାଳୟ ଯାଉନଥିବା ପିଲା ଓ ପ୍ରଜଯନକ୍ଷମ ମହିଳା ଅଙ୍ଗନବାଡିରେ କୃମିନାଶକ ଔଷଧ ଖାଇବେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୪୮୮୨୭୧ଜଣ ହିତାଧିକାରୀ କୃମିନାଶକ ଔଷଧ ଓ ସିରପ ଖାଇବେ ବୋଲି ଲକ୍ଷ ରଖାଯାଇଛି ।