ଓଡ଼ଙ୍ଗ ହାଇସ୍କୁଲର ବାର୍ଷିକୋତ୍ସବ
ରସୁଲପୁର: ଏହି ବ୍ଲକ ବାରବାଟୀ ପଞ୍ଚାୟତ ଓଡ଼ଙ୍ଗ ସରକାରୀ ହାଇସ୍କୁଲର ବାର୍ଷିକୋତ୍ସବ ପ୍ରଧାନଶିକ୍ଷକ ନିରଞ୍ଜନ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, ଜିଲ୍ଲା ଅତିରିକ୍ତ ଶିକ୍ଷାଧିକାରୀ ରାଜେଶ ସ୍ୱାଇଁ, ରସୁଲପୁର ବ୍ଲକ୍ ଶିକ୍ଷାଧିକାରୀ ନୀଳାମ୍ବର ମିଶ୍ର, ଦଶରଥପୁର ବ୍ଲକ ଶିକ୍ଷାଧିକାରୀ ଆଲୋକ ବନ୍ଧ, ରାଜ୍ୟ ମାଧ୍ୟମିକ ଶିକ୍ଷକ ସଙ୍ଘ ଯୁଗ୍ମ ସମ୍ପାଦକ ବ୍ରଜ କିଶୋର ବିଶ୍ୱାଳ, ଜିଲ୍ଲା ମାଧ୍ୟମିକ ଶିକ୍ଷକ ସଙ୍ଘ ସଭାପତି ସୁନନ୍ଦ ରାଉତ, ବାରବାଟୀ ସମିତିସଭ୍ୟା ସୌଦାମିନୀ ସ୍ୱାଇଁ, ପରିଚାଳନା କମିଟି ସଭାପତି ଆର୍ତ ପରିଡା, ପଂଚଶଖା ଶିକ୍ଷା ସେତୁ ଯୋଜନା କମିଟି ସଭାପତି ସଞ୍ଜୟ ପ୍ରଧାନ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ତମ ସମାଜ ଗଠନରେ ସେମାନଙ୍କ ଭୂମିକା ବିଷୟରେ ବୁଝାଇଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗୀତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର କରାଯାଇଥିଲା । ଗତ ବର୍ଷ ମାଟ୍ରିକ ପରୀକ୍ଷାରେ ବିଦ୍ୟାଳୟରେ ସର୍ବୋଚ୍ଚ ନମ୍ବର ରଖିଥିବା ବାଳକ ଓ ବାଳିକାଙ୍କୁ ପୁରାତନ ଛାତ୍ର ବିକ୍ରମ କିଶୋର ଦାଶ ତାଙ୍କ ବାପାଙ୍କ ସ୍ମୃତି ଉଦେ୍ଦଶ୍ୟରେ ନବୀନ ଦାଶ ସ୍ମୃତି ମେଧା ସମ୍ମାନ ପ୍ରଦାନ କରିଥିଲେ । ସହକାରୀ ଶିକ୍ଷୟିତ୍ରୀ ନଳିନୀପ୍ରଭା ଜେନା ବାର୍ଷିକ ବିବରଣୀ ପାଠ କରିଥିଲେ । ଶିକ୍ଷାବିତ୍ ନିରଞ୍ଜନ ଶତପଥି ମଞ୍ଚପରିଚାଳନା କରିଥିଲେ । ଶିକ୍ଷକ ରଞ୍ଜନ ପତି ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମକୁ ଶିକ୍ଷୟିତ୍ରୀ ଯାଜ୍ଞସେନୀ ମହାପାତ୍ର, ଚନ୍ଦ୍ରିକା ମହାରଣା, ବଣେଶ୍ୱରୀ ଖଣ୍ଡାଇ, ରାଜଶ୍ରୀ ଜେନା, ସୁନିତା ବାନା, କବିତା ପାଣି, ଦେବସ୍ମିତା ପାଢ଼ୀ, ସଞ୍ଜୁଲତା ପଣ୍ଡା, ଦିପ୍ତିମୟୀ ମଲିକ, ରିତା ରାଉତ, ସାବିତ୍ରୀ ଓଝା କର୍ମଚାରୀ ଧବଳେଶ୍ୱର ସାହୁ, କୁନାଲ ବରାଳ ପରିଚାଳନା କମିଟି ସଦସ୍ୟ ଅତୁଲ୍ୟ କୁମାର ପଣ୍ଡାଙ୍କ ସମେତ ପୁରାତନ ଛାତ୍ରମାନେ ପରିଚାଳନା କରିଥିଲେ ।