ଓଡ଼ିଆ ଭାଷାରେ ଶବ୍ଦର ଅଭାବ


ବର୍ତ୍ତମାନ ସମୟରେ କ୍ରମାଗତ ଭାବରେ କିଛିବର୍ଷ ହେଲା ଓଡ଼ିଆ ଭାଷାରେ ଓଡ଼ିଆ ଶବ୍ଦ ପରିବର୍ତ୍ତେ ଅଣଓଡ଼ିଆ ଶବ୍ଦର ବ୍ୟବହାର ଅଧିକ ମାତ୍ରାରେ ହେଉଥିବା ଦେଖାଯାଉଛିା ଓଡ଼ିଆ ଭାଷା ଶିକ୍ଷା କ୍ଷେତ୍ରରେ ମଧୁସୂଦନ ରାଓଙ୍କ ବର୍ଣ୍ଣବୋଧକୁ ଛାଡ଼ି ଦେଲେ ଆଉ ଏଭଳି କୌଣସି ଦ୍ୱିତୀୟ ପୁସ୍ତକ ନାହିଁ, ଯେଉଁଥିରେ ଶିଶୁଟିଏ ଓଡ଼ିଆ ଭାଷାର ସମସ୍ତ ଅକ୍ଷର ଲେଖିବା ଏବଂ ଉଚ୍ଚାରଣ କରିବା ଶିଖିବା ସହିତ ଶବ୍ଦଗଠନ ମଧ୍ୟ ଶିଖିଥାଏ । କିନ୍ତୁ ଦୁଃଖର କଥା ବର୍ତ୍ତମାନ ପୁସ୍ତକ ବଜାରରେ ମଧୁସୂଦନ ରାଓଙ୍କ ଓଡ଼ିଆ ବର୍ଣ୍ଣବୋଧ ପ୍ରାୟତଃ ଦେଖିବାକୁ ମିଳୁନାହିଁ । ମାତ୍ର ଏହାର ବ୍ୟବସାୟୀକରଣ ପୁସ୍ତକ ବିପୁଳ ମାତ୍ରାରେ ମିଳୁଛିା ଏହିସବୁ ପୁସ୍ତକ ଗୁଡ଼ିକରେ ଓଡ଼ିଆ ଭାଷା ଶିକ୍ଷା ନାଁରେ ଅଣ ଓଡ଼ିଆ ଶବ୍ଦର ବ୍ୟବହାର ଦେଖାଗଲାଣି । ଏହି ପୁସ୍ତକଟିକୁ ପ୍ରକାଶ କରୁଥିବା ବିଭିନ୍ନ ବ୍ୟବସାୟିକ ସଂସ୍ଥା ଓଡ଼ିଆ ଭାଷା ସହିତ ଭଲ ଭାବରେ ପରିଚିତ ଥିବା ଭଳି ମନେ ହୁଏ ନାହିଁ । ଓଡ଼ିଆ ଭାଷାରେ ଅନୁସ୍ୱାର, ବିସର୍ଗ ଏବଂ ଚନ୍ଦ୍ରବିନ୍ଦୁକୁ ମିଶାଇ ୫୫ଟି ଅକ୍ଷର ପିଲାମାନଙ୍କୁ ଶିଖିବାକୁ ପଡ଼ିଥାଏା ଏହିସବୁ ଅକ୍ଷର ଗୁଡ଼ିକ ମଧ୍ୟରୁ ସ୍ୱରବର୍ଣ୍ଣ୍ର ଦୀର୍ଘ ଋ ଏବଂ ଲୁ' ର ବର୍ତ୍ତମାନ ବ୍ୟବହାର ନଥିବାରୁ ଅନୁସ୍ୱାର, ବିସର୍ଗ ଏବଂ ଚନ୍ଦ୍ରବିନ୍ଦୁକୁ ମିଶାଇ ୫୦ଟି ବର୍ଣ୍ଣର ଶିକ୍ଷା କରିବାକୁ ପଡୁଛି । ଏଥିସହିତ ଳ, ଲ, ଯ, ୟ, ଦୁଇଟି ବ, କ୍ଷ ଏବଂ ଅନୁସ୍ୱାର, ବିସର୍ଗ, ଚନ୍ଦ୍ରବିନ୍ଦୁକୁ ମିଶାଇଲେ ୫୬ଟି ବର୍ଣ୍ଣ ହେଉଛି । ଏସବୁ ବର୍ଣ୍ଣ ଗୁଡ଼ିକର ଶୁଦ୍ଧ ଓଡ଼ିଆ ଭାଷାର ଲିଖନରେ ପ୍ରୟୋଗ ରହିଛି । 
ବର୍ତ୍ତମାନ ସମୟରେ ଓଡ଼ିଆ ଭାଷାକୁ କମ୍ପୁ୍ୟଟର୍ରେ ଲେଖିବାର ଉଦ୍ୟମ ହେବା ପୂର୍ବରୁ ବ୍ୟନ ବର୍ଣ୍ଣରେ ଏବଂ ସ୍ୱର ବର୍ଣ୍ଣରେ କେତୋଟି ନିର୍ଦ୍ଦିଷ୍ଟ ବର୍ଣ୍ଣକୁ ଶୁଦ୍ଧ ଭାବରେ ଟାଇପ୍ କରିବା ସମ୍ଭବ ହେଉ ନାହିଁ । କମ୍ପୁ୍ୟଟରର କି ବୋର୍ଡ୍ରେ କେତେ ଗୁଡ଼ିଏ ଅକ୍ଷର ଓଡ଼ିଆ ବର୍ଣ୍ଣବୋଧ ଏବଂ ଓଡ଼ିଆ ବ୍ୟାକରଣ ଆଧାରରେ ଟାଇପ୍ କରିବା ବେଳକୁ ଅକ୍ଷରର ପ୍ରିଣ୍ଟ୍ ଭୁଲ୍ ହୋଇଯାଉଛି । ତେଣୁ ମଧୁସୂଦନ ରାଓଙ୍କ ଲିଖିତ ଓଡ଼ିଆ ବର୍ଣ୍ଣବୋଧକୁ ଏକ ମାନଦଣ୍ଡଭିତ୍ତିକ ଓଡ଼ିଆ ଭାଷା ଭାବରେ ଗ୍ରହଣ କରାଗଲେ, ଏଥିରେ ଥିବା ଶବ୍ଦ ଗୁଡ଼ିକ ସମ୍ପୂର୍ଣ୍ଣ ରୂପେ ଓଡ଼ିଆ ବୋଲି ଗ୍ରହଣ କରିବାକୁ ପଡ଼େ । 
ଏବେ ବଜାରରେ ମିଳୁଥିବା କେତେକ ପ୍ରଥମ ଶ୍ରେଣୀ ପାଇଁ ଅକ୍ଷର ଚିହ୍ନିବା ଲାଗି ଉଦ୍ଦିଷ୍ଟ ବହିରେ ସ୍ୱର ବର୍ଣ୍ଣର ଔକୁ ନେଇ ଶବ୍ଦ ଗଠନ କ୍ଷେତ୍ରରେ "ଔଷଧ' ଏବଂ "ଔରତ୍' ଲେଖା ଯାଉଥିବା ଦେଖାଗଲାଣି । ଔରତ୍ ହେଉଛି ଏକ ହିନ୍ଦୀ ଶବ୍ଦ ଏବଂ ଏହାକୁ ଓଡ଼ିଆ ଭାଷାରେ କିଭଳି ଭାବରେ ଗ୍ରହଣ କରାଗଲା ତାହା ବୁଝାପଡୁନାହିଁ । ଓଡ଼ିଆ ଗଣମାଧ୍ୟମରେ ବର୍ତ୍ତମାନ ସମ୍ବାଦ ପରିବେଷଣ କରିବା ସମୟରେ ଓଡ଼ିଆ ଶବ୍ଦ ପରିବର୍ତ୍ତେ ହିନ୍ଦୀ ଶବ୍ଦର ବ୍ୟବହାର ଦେଖିବାକୁ ମିଳୁଛି । ହିନ୍ଦୀ ଭାଷାର ସମ୍ବାଦ ଗୁଡ଼ିକରୁ ଅନୁକରଣ କରି ଗୃହୀତ ସ୍ଥାନରେ ପାରିତ ଭଳି ଅନେକ ଶବ୍ଦକୁ ଓଡ଼ିଆ ଭାଷାର ବାକ୍ୟ ରଚନାରେ ଗ୍ରହଣ କରିନିଆଗଲାଣି । ଏହା ଫଳରେ ପ୍ରାଥମିକ ଶିକ୍ଷା ଠାରୁ ଆରମ୍ଭ କରି ସ୍ନାତକୋତ୍ତର ସ୍ତରରେ ସାମ୍ବାଦିକତା ଶିକ୍ଷା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଓଡ଼ିଆ ଭାଷା ପ୍ରତି ଆଗ୍ରହ ପରିବର୍ତ୍ତେ ଏବଂ ଓଡ଼ିଆ ଭାଷାର ପ୍ରୟୋଗ ପରିବର୍ତ୍ତେ ହିନ୍ଦୀର ପ୍ରୟୋଗ ବହୁଳ ଭାବରେ ନିର୍ବିଚାରରେ କରାଯାଉଛି । ସାମାନ୍ୟ ଟିକିଏ ଚିନ୍ତା କରିଲେ ଓଡ଼ିଆ ଶବ୍ଦ ଔଷଧ ସହିତ ଔ ବର୍ଣ୍ଣର ଅନ୍ୟାନ୍ୟ ଓଡ଼ିଆ ଶବ୍ଦକୁ ଲେଖା ଯାଇପାରନ୍ତା । ସେଥିମଧ୍ୟରୁ "ଔଜ୍ଜଲ୍ୟ', "ଔଦ୍ଧତ୍ୟ' ଭଳି ଶବ୍ଦ ଉଦାହରଣ ଭାବରେ ଦିଆଯାଇପାରନ୍ତାା କିନ୍ତୁ "ଔରତ୍' ଭଳି ଶବ୍ଦ ଓଡ଼ିଆ ଶିଶୁଙ୍କୁ ପଢ଼ାଯିବା ଅତ୍ୟନ୍ତ କ୍ଷୋଭର ବିଷୟ । 
ଭବିଷ୍ୟତରେ ଓଡ଼ିଆ ଭାଷାରେ ଥିବା ଗହମ ଶବ୍ଦର ହିନ୍ଦୀ ଶବ୍ଦକୁ ଯଦି ଓଡ଼ିଆ ଭାଷାରେ ପ୍ରୟୋଗ କରାଯାଏ, ତେବେ ଭାଷା ଶିକ୍ଷା କରିବା କ୍ଷେତ୍ରରେ ଏହାଠାରୁ ବଳି ଗର୍ହିତ ଅପରାଧ ଆଉ କିଛି ହେବ ନାହିଁ ।