ଓଡ଼ିଆରେ ନାମଫଳକ ଅଭିଯାନ

ପୁରୀ: ଓଡ଼ିଆ ପକ୍ଷ ପାଳନ ଅବସରରେ ଆଜି ୪ର୍ଥ ଦିନରେ ଓଡ଼ିଆ ନାମ ଫଳକ ଅଭିଯାନ ଓ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ଏହି ଅବସରରେ ଏକ ସଚେତନତା ରଥର ଶୁଭାରମ୍ଭ ହୋଇଥିଲା । ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ଏହି ସଚେତନତା ରଥର ଶୁଭାରମ୍ଭ କରି ଆମ ଓଡ଼ିଆ ପରମ୍ପରା ଓ ଐତିହ୍ୟ ଅତ୍ୟନ୍ତ ଗୌରବମୟ । ଓଡ଼ିଆ ଭାଷା ଏକ ମଧୁର ଓ ସୂନ୍ଦା ଭାଷା । ଏହାର ପ୍ରଚାର ପ୍ରସାର ଆମ ସମସ୍ତଙ୍କ ଦାୟିତ୍ୱ । ସମସ୍ତ ସରକାରୀ କାର୍ଯ୍ୟାଳୟ, ବ୍ୟବସାୟ ପ୍ରତିଷ୍ଠାନର ନାମ ଫଳକର ସର୍ବାଗ୍ରେ ଓଡ଼ିଆ ରହିବା ବିଧେୟ । ଏହାର ଉଲ୍ଲଘଂନ କ୍ଷେତ୍ରରେ କାର୍ଯ୍ୟାନୁଷ୍ଠାନ ନେବା ସହ ସମସ୍ତଙ୍କୁ ଏ ସମ୍ପର୍କରେ ସଚେତନ କରାଇବାକୁ ଶ୍ରୀ ବେହେରା ଡ଼ିଭିଜିନାଲ ଶ୍ରମ ଆୟୁକ୍ତ ବା ଡିଏଲସିଙ୍କୁ ପରାମର୍ଶ ଦେଇଥିଲେ । ଏହି ରଥ ସହର ପରିକ୍ରମା କରିବା ସହ ଓଡ଼ିଆ ଭାଷା ବ୍ୟବହାର ସମ୍ପର୍କରେ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ସମସ୍ତଙ୍କୁ ସଚେତନ କରାଇବେ ବୋଲି ଜଣାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ସୂଚନା ଓ ଲୋକସଂପର୍କ ଉପନିଦେ୍ର୍ଦଶକ ସନ୍ତୋଷ କୁମାର ସେଠୀ, ଡ଼ିଏଲସି ଚୌଧୁରୀ, ସୁବ୍ରତ ଜେନା, ଜିଲ୍ଲାମଙ୍ଗଳ ଅଧିକାରୀ ହେମନ୍ତ ବେହେରା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ ତ୍ରିପାଠୀ, ଏଏଲଓ ପ୍ରିୟଙ୍କା ପ୍ରିୟଦର୍ଶିନୀ, ବିକ୍ରମ କେଶରୀ ପ୍ରଧାନ ପରମୁଖ ଉପସ୍ଥିତ ଥିଲେ ।