ବ୍ଲକସ୍ତରୀୟ ପରିବେଶ ସୁରକ୍ଷା ପ୍ରକଳ୍ପ ପ୍ରଦର୍ଶନ
ଚମ୍ପୁଆ : ଚମ୍ପୁଆ ସଦର କୁମାର ମହତାବ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ ସ୍ତରିୟ ପରିବେଶ ସୁରକ୍ଷା ପ୍ରକଳ୍ପ ପଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ଚମ୍ପୁଆ ବ୍ଲକ ଶିକ୍ଷାବିଭାଗ ପକ୍ଷରୁ ଆୟୋଜିତ ଏହି ପଦର୍ଶନୀରେ ମୂଖ୍ୟ ଅତିଥି ଭାବରେ ଏସିଏଫ ଅକ୍ଷୟ ଛତ୍ରୀୟା ଯୋଗ ଦେଇଥିବା ବେଳେ ବିଭି୍ନ୍ନ ବିଦ୍ୟାଳୟରୁ ୬୦ଗୋଟି ପ୍ରକଳ୍ପ ସ୍ଥାନ ପାଇଥିଲା । ବ୍ଲକ ଶୁିକ୍ଷାଧିକାରୀ ପ୍ରକାଶ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସୁସ୍ଥ ପରିବେଶ ସହିତ ପରିବେଶର ସନ୍ତୁଳନତା ଏବଂ ପରିବେଶର ସୁରକ୍ଷା ସମ୍ବନ୍ଧିୟ ପ୍ରକଳ୍ପ ସ୍ଥାନ ପାଇଥିଲା । ଏହି ପ୍ରଦର୍ଶନୀରେ ପ୍ରଥମ, ଦିତୀୟ ଓ ତୃତୀୟ ଭାବରେ ୩ଜଣକୁ ଚୟନ କରାଯାଇ ଆସନ୍ତା ୯ ତାରିଖରେ ଜିଲ୍ଲାସ୍ତରିୟ ପଦର୍ଶନୀରେ ଭାଗ ନେବେ ବୋଲି ଶ୍ରୀ ସାହୁ ସୂଚନା ଦେଇଛନ୍ତି ।