ଝାଡାବାନ୍ତିରେ ଗଲା ଆଉ ଏକ ଜୀବନ
ଟାଙ୍ଗୀ/ଚୌଦ୍ୱାର : ରାଜ୍ୟରେ ଝାଡା ବାନ୍ତି ନିୟନ୍ତ୍ରଣରେ ଥିବା ନେଇ ଦିଣ୍ଡିମ ପିଟୁଥିବାବେଳେ ବାସ୍ତବରେ ସରକାର ଏହାକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି । ଯାହା କଟକ ଜିଲ୍ଲାର ଟାଙ୍ଗୀ ଚୌଦ୍ୱାର ବ୍ଲକର ସଫାପଞ୍ଚାୟତର ସୁଆଁରୀ ଗାଁରୁ ସ୍ୱଷ୍ଟ ବାରି ହେଉଛି । ଗାଁରେ ଏବେବି ୧୮ଜଣ କଟକ ମେଡିକାଲରେ ଚିକିସିôତ ହେଉଛନ୍ତି । ପ୍ରଶାସନ କିଛିଦିନ ହେବ ଏହି ଗାଁରେ ଡେରା ପକାଇଥିବା ବେଳେ ୪ ଦିନତଳେ କଟକ ମେଡିକାଲକୁ ଚିକିସିôତ ହେବାକୁ ଯାଇ ଶବ ହୋଇ ଫେରିଛନ୍ତି ଜଣେ ମହିଳା । ଗାଁର ସୁଲୋଚନା ବଳ (୭୦)ମୃତ୍ୟ ବରଣ କରିଛନ୍ତି । ଗାଁକୁ କଂଗ୍ରେସ ଟିମ ଆସି ଝାଡାବାନ୍ତି ନିୟନ୍ତ୍ରଣକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ସହିତ କଥା ହୋଇଥିଲେ କିନ୍ତୁ କୌଣସି ସୁଫଳ ମିଳିଲା ନାହିଁ । ଏବେବି ଗାଁରେ ମିଳୁନାହଁ ସ୍ୱଛ ପିଇବା ପାଣି ଗୋଟିଏ ଗାଁକୁ ପ୍ରଶାସନ ସମ୍ଭାଳି ପାରୁନାହିଁ ଆଗରେ ବର୍ଷା ଆସିଲେ ଏହା ଭୟା ଭୟ ସୃଷ୍ଟିକରିପାରେ ବୋଲି ଆଲୋଚନା ହେଉଛି । ମେଡିକାଲରେ ଏବେବି ୧୦ରୁ ଅଧିକ ଲୋକ ମୃତୁ୍ୟ ସହ ସଂଗ୍ରାମ କରୁଛନ୍ତି ।