ଓଡ଼ିଶା ଦିବସ ଉପଲକ୍ଷେ ଚିତ୍ରାଙ୍କନ ପ୍ରତିଯୋଗିତା

 ଭଦ୍ରକ: ଭଦ୍ରକ ଜିଲ୍ଲାସ୍ତରୀୟ ୯୦ତମ ଓଡ଼ିଶା ଦିବସ ପାଳନ ଉପଲକ୍ଷେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲା ସଂସ୍କୃତି ଭବନରେ ଆୟୋଜିତ ଏହି ପ୍ରତିଯୋଗିତା ମଧ୍ୟ ଇଂରାଜୀ ଓ ହାଇସ୍କୁଲ ସ୍ତରରେ ଅନୁଷ୍ଠିତ ହୋଇଥିଲା । ଭଦ୍ରକ ଆର୍ଟ କଲେଜର ଅଧ୍ୟକ୍ଷ ମନୋଜ କୁମାର ଭଟ୍ଟା·ର୍ଯ୍ୟଙ୍କ ନେତୃତ୍ୱରେ ଅନ୍ୟତମ ବି·ରକ ଅଶ୍ୱିନୀ କୁମାର ପାଢ଼ୀ ଏବଂ ନାରାୟଣ ଚନ୍ଦ୍ର ବେହେରାଙ୍କ ଦ୍ୱାରା ମୂଲ୍ୟାଙ୍କନ କରାଯାଇଥିଲା । ଚିତ୍ରଶିଳ୍ପୀ ଜୟନ୍ତ ନାୟକ ଓ ସମାଜ ସେବୀ ଗୌରହରି ନାୟକ ଏହି ପ୍ରତିଯୋଗିତା ପରି·ଳନାରେ ସହଯୋଗ କରିଥିଲେ । ସିନିୟର ଗ୍ରୁପ୍ରେ ଏଲ୍.ଏନ୍.କେ.ଏମ୍. ହାଇସ୍କୁଲ ଶାହାପୁରର ଅମୀୟ ଦାସ ୧ମ, ସରସ୍ୱତୀ ଶିଶୁ ମନ୍ଦିର, ନୂଆବଜାରର ସୋନାକ୍ଷୀ ଶୁଭଦର୍ଶନୀ ୨ୟ, ବନ୍ଧଗାାଁ ନୋଡ଼ାଲ ହାଇସ୍କୁଲର ଜାହ୍ନବୀ ବାରିକ୍ ଏବଂ ସେଣ୍ଟ ଜାଭିୟର ହାଇସ୍କୁଲର ସାଇ ବିଦ୍ୟାଶ୍ରୀ କୃତିତ୍ୱ ଅର୍ଜନ କରିଥିଲେ । ସେହିପରି ଜୁନିୟର ଗ୍ରୁପ୍ରେ ପି.ଏମ୍.ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ଅନୁଶ୍ରୀ ଦାସ ପ୍ରଥମ, ଏସ୍.ବି.ଡ଼ି ସ୍କୁଲର ମାନ୍ୟତା ମିଶ୍ର ୨ୟ ଏବଂ ଯୁଗ୍ମ ତୃତୀୟ ଭାବେ ସେଣ୍ଟ ଜାଭିୟର ସ୍କୁଲର ଦେବକାନ୍ତ ବେହେରା ଏବଂ ଭଦ୍ରକ ଉଚ୍ଚ ବିଦ୍ୟାଳୟର ଅର୍ଚ୍ଚିତା ପ୍ରିୟଦର୍ଶନୀ ବେହେରା ସଫଳତା ହାସଲ କରିଥିଲେ ।