ବିପୁଳ ପରିମାଣର ଗଞ୍ଜେଇ ଗଛ ନଷ୍ଟ

 ରାଇଘର:  ନବରଙ୍ଗପୁର ଜିଲ୍ଲା କୁନେ୍ଦଇ ଥାନା ଅନ୍ତର୍ଗତ କାଉଡଳା ଗ୍ରାମ ପଞ୍ଚାୟତର ଖାଲେପାରା ଓ ପକନାଗୁଡା ଗ୍ରାମରେ ପ୍ରାୟ ୪୦୦୦ ରୁ ଉର୍ଦ୍ଧ ଗଞ୍ଜେଇ ଗଛ ନଷ୍ଟ କରାଯାଇଛି । ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକର ସୀମାନ୍ତବର୍ତ୍ତୀ ଅଞ୍ଚଳର କିଛି ସ୍ଥାନରେ ଗଞ୍ଜେଇ ଚାଷ ହୋଇଥିବା ବିଶେଷ ସୂତ୍ରରୁ ଖବର ପାଇ ଜିଲ୍ଲା ପୁଲିସ ଆରକ୍ଷୀ ଅଧିକ୍ଷକଙ୍କ ନିଦେ୍ର୍ଦଶକ୍ରମେ ଜିଲ୍ଲା ପୁଲିସ, ରାଜସ୍ୱ ବିଭାଗ, ବନ ବିଭାଗ, ଅବକାରୀ ବିଭାଗର ଅଧିକାରୀଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ କୁନେ୍ଦଇ ଥାନା ଅଧୀନ ଉକ୍ତ  ଦୁଇ ଗ୍ରାମରେ  ଚଢ଼ାଉ କରାଯାଇଥିଲା । ଏହି ସମୟରେ ଛୋଟ ଛୋଟ ପରିବା କିଆରି ମଧ୍ୟରେ ଥିବା ଶତାଧିକ ଗଞ୍ଜେଇ ଚାରା ଏବଂ ଚାଷ ହୋଇଥିବା ପ୍ରାୟ ୪୦୦୦ ରୁ ଉର୍ଦ୍ଧ ଗଛ ନଷ୍ଟ କରାଯାଇଥିଲା । ଯାହାର ଆନୁମାନିକ ମୂଲ୍ୟ କୋଟିଏରୁ ଉଦ୍ଧ୍ୱର୍ ହେବ । ଉକ୍ତ ବ୍ୟକ୍ତିଙ୍କୁ ଥାନାରେ ଅଟକ ରଖାଯାଇଛି ।