ରଙ୍ଗଲତାଙ୍କ ସ୍ମୃତିରେ ମା' ପାଇଁ ଗଛ ଟିଏ

 କାକଟପୁର : କାକଟପୁର ବ୍ଲକ୍ ଅନ୍ତର୍ଗତ ଅବଦାନ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ବିଚିତ୍ରାନନ୍ଦ ଦାଶଙ୍କ ମାତୃଦେବୀ ସ୍ୱର୍ଗତ ରଙ୍ଗଲତା ଦାଶଙ୍କ ଦ୍ୱିତୀୟ ବାର୍ଷିକ ଶ୍ରାଦ୍ଧ ଉତ୍ସବ ସ୍ଥାନୀୟ କୋତାଙ୍ଗ ଗ୍ରାମରେ ପାଳିତ ହୋଇଛି । ଏହି ଉତ୍ସବରେ "ମା ପାଇଁ ଗଛ ଟିଏ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସ୍ଥାନୀୟ ନୀଳକଣ୍ଠେଶ୍ୱର ମହାଦେବଙ୍କ ପୋଖରୀ ଚାରି ପଟେ ଶ୍ରୀ ଦାଶଙ୍କ ତତ୍ୱାବଧାନରେ ବିଭିନ୍ନ କିସମ ଝାଉଁ, ପଟାସ, ଗମ୍ଭାରୀ, ଶିଶୁ, ଶାଗୁଆନ, ପଣସ, ବରକୋଳି, ପେସ୍ତା ବାଦାମ ପ୍ରଭୃତି ଗଛ ଲଗା ଯାଇଥିଲା କ୍ଷ ଏହି ଉସôବ ରେ ଅତିଥି ଭାବେ କାକଟପୁର ବ୍ଲକ କଂଗ୍ରେସ ସଭାପତି ଜଶୋବନ୍ତ ନାରାୟଣ ମହାନ୍ତି, ଅବଦାନ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଲକ୍ଷ୍ମୀଧର ଜେନା, ଗୋପ ବ୍ଲକର କଂଗ୍ରେସ ନେତା ବ୍ରଜ କିଶୋର ରାଉତରାୟ, କାକଟପୁର ପଞ୍ଚାୟତ ସଭାପତି ନଳିନୀ କାନ୍ତ ଦୀକ୍ଷିତ, ଅବଧୁତ ସ୍ୱାଇଁ, ସେକ ଲିଆକତ, ଆଇନୀଜୀବି ପ୍ରଫୁଲ ନାୟକ, ଅମରେଶ୍ୱର ନାୟକ, ବିଷ୍ଣୁ ରାଉତ, ଧରଣୀଧର ବିଶ୍ୱାଳ, କୃଷ୍ଣ ଚନ୍ଦ୍ର ପଣ୍ଡା, ବିଜୟ କୁମାର ସାହୁ, ନବଘନ ଦାଶ, ସୌମ୍ୟକାନ୍ତ ଖୁଣ୍ଟିଆ ସର୍ବେଶ୍ୱର ଦାଶ, ପପୁ, ପଦୁନୀ ସମେତ ସ୍ଥାନୀୟ ଗ୍ରାମବାସୀ ଯୋଗ ଦେଇଥିଲେ ।