ଆଜି ବାହୁଡ଼ିବେ ମହାବାହୁ : ଅପେକ୍ଷାରେ ରଥ, ପଥ, ଭକ୍ତ
ପୁରୀରୁ ବିଶ୍ୱଜିତ୍ ମିଶ୍ର :
ଆଜି ବାହୁଡ଼ାଯାତ୍ରା । ଗୁଣ୍ଡିଚା ମନ୍ଦିରରେ ନବଦିନ ଯାତ୍ରା ସାରି ଚତୁର୍ଦ୍ଧାମୂର୍ତ୍ତି ବଡ଼ଦେଉଳ ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବେ । ବାହୁଡାଯାତ୍ରା ପାଇଁ ଶ୍ରୀକ୍ଷେତ୍ରକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଛୁଟିଛି ଶ୍ରଦ୍ଧାଳୁଙ୍କ ସୁଅ । କ୍ରମେ ଲୋକାରଣ୍ୟ ହୋଇଉଠିଛି ପୁରୀ ସହର । ଶରଧାବାଲିରେ ଠାକୁରମାନଙ୍କ ବାହୁଡ଼ା ପହଣ୍ଡି, ରଥ ଉପରେ ଗଜପତିଙ୍କ ଛେରାପହଁରା ଦେଖିବା ସହ ରଥ ଟାଣିବା ପାଇଁ ଭକ୍ତଙ୍କ ଦ୍ୱାରା କ୍ରମେ ଭରପୁର ହୋଇଉଠୁଛି ପୁରୀ ସହର । ବାହୁଡ଼ାଯାତ୍ରାରେ ଭକ୍ତମାନଙ୍କୁ ବିଭିନ୍ନ ସେବା କରିବା ପାଇଁ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ପ୍ରସ୍ତୁତି ଚାଲିଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି ।
ବାହୁଡ଼ାଯାତ୍ରାରେ ଶ୍ରୀମନ୍ଦିର ଅଭିମୁଖେ ଫେରିବା ବେଳେ ବାଟରେ ମାଉସୀ ମା’ଙ୍କ ହାତରୁ ମହାପ୍ରଭୁ ଖାଇବେ ପୋଡ଼ପିଠା । ବଡ଼ଦାଣ୍ଡର ମାଉସୀ ମା’ ମନ୍ଦିର ଆଗରେ ଅଟକିବ ନନ୍ଦିଘୋଷ ରଥ । ଏଥିପାଇଁ ପୋଡ଼ପିଠା ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚôଛି । ମନ୍ଦିରର ପୂଜକମାନେ ପୋଡ଼ପିଠା ପ୍ରସ୍ତୁତି କରୁଛନ୍ତି । ଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାର ସମ୍ମୁଖରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ବାହୁଡ଼ାଇ ନେବା ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି ତିନି ରଥ । ବାହୁଡ଼ାଯାତ୍ରା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଓ ଯାନବାହାନ ନିୟନ୍ତ୍ରଣ ବ୍ୟବସ୍ଥା କରାଯାଇଛି । ୨ ଶହ ପ୍ଲାଟୁନ୍ ପୋଲିସ ମୁତୟନ ରହିଛନ୍ତି । ବାହୁଡ଼ା ଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ନୀତିନିର୍ଘଣ୍ଟ । ଶୁକ୍ରବାର ରାତ୍ର ୧୦ଟା ସମୟରେ ପହୁଡ଼ ଆଳତି କରାଯାଇ ଦଇତାପତିଙ୍କ ଦ୍ୱାରା ÿ୧୦ଟା ୧୫ରେ ଶ୍ରୀମୁଖ ଖଣ୍ଡୁଆ କରାଯାଇଛି । ରାତ୍ର ୧୧ଟାରୁ ରାତ୍ର ୨ଟା ମଧ୍ୟରେ କୋଠସୁଆଁସିଆମାନେ ଆଡ଼ପମଣ୍ଡପ ତଳେ ଚାରମାଳ ବାନ୍ଧିଛନ୍ତି । ରାତ୍ର ୨ଟା ୩୦ରୁ ଭୋର ୪ଟା ପର୍ଯ୍ୟନ୍ତ କୁସୁମୀ ଲାଗି ନୀତି ଏକ ସୁନ୍ଦର, ସବୁଜ, ବିକଶିତ ପୁରୀ ସହର ବିନା ସମୃଦ୍ଧ ଓଡିଶାର ପରିକଳ୍ପନା ଅସମ୍ଭବ । ଆଜିର ଏହି ଘୋଷଣା ସରକାରଙ୍କ ଏହି ଭିଜନର ଏକ ଅଂଶ ବିଶେଷ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ପୁରୀରେ ହେବ ଶ୍ରୀଜଗନ୍ନାଥ ମୁ୍ୟଜିୟମ୍, ଲାଇବ୍ରେରୀ ଓ ଗବେଷଣା କେନ୍ଦ୍ର । ଗୋଟିଏ ପରିସରରେ ଏହା ନିର୍ମିତ ହେବ । ଭକ୍ତ ଓ ପର୍ଯ୍ୟଟକଙ୍କୁ ନୂଆ ଅନୁଭୂତି ଦେବା ସହ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଏକ ଭିଡ଼ିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ଲୀଳାମୟ ପ୍ରଭୁଙ୍କ ନବଦିନ ବ୍ୟାପୀ ଘୋଷଯାତ୍ରା ଜାରି ରହିଛି । ଠାକୁର ବାହୁଡିବା ପାଇଁ ନିଦେ୍ର୍ଦଶ ଦେଇସାରିଛନ୍ତି । ସେବକ, ସେବାୟତ, କର୍ମଚାରୀ, ଅଧିକାରୀ ଏହି ବାହୁଡା ଯାତ୍ରାକୁ ସୁନ୍ଦର ସାବଲୀଳ କରିବା ପାଇଁ ସମସ୍ତେ ନିଜ ନିଜ କର୍ତ୍ତବ୍ୟ ସମର୍ପଣ ଭାବ ନେଇ ସେବା ପ୍ରଦାନ କରୁଛନ୍ତି । ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ଅନନ୍ୟ । ନୟାଗଡର ଘଞ୍ଚ ଜଙ୍ଗଲର ଏକଦା ଅଧିଷ୍ଠିତ ପ୍ରଭୂ ନୀଳମାଧବଙ୍କ ନୀଳକନ୍ଦରକୁ ଯାତ୍ରା ହେଉଛି ଅବିସ୍ମରଣୀୟ । ଜଗନ୍ନାଥ ଧାମର ସ୍ୱର୍ଣ୍ଣିମ ଇତିହାସ ଓ ପରମ୍ପରାକୁ ଅଗଣିତ ଲୋକକଥା, ଅନେକ କାହାଣୀ ଏବଂ ଐତିହାସିକ ଘଟଣାବଳୀ ସମୃଦ୍ଧ କରିଛି । ଏହି ସଂସ୍କୃତି ସହିତ ଅନେକ ଧର୍ମୀୟ ମହାନୁଭବ, ଲେଖକ, କବି, ଗାୟକ, ନୃତ୍ୟଶିଳ୍ପୀ, କାରିଗର ନିଜ ନିଜର ଅବଦାନ ଦେଇ ଆହୁରି ପରିପୃଷ୍ଟ କରିଛନ୍ତି । କିନ୍ତୁ, ପରିତାପର ବିଷୟ ଯେ ଆଜିର ଯୁବ ସମାଜ ତଥା ପୁରୀକୁ ଆସୁଥିବା ଭକ୍ତଗଣ ଜଗନ୍ନାଥ ସଂସ୍କୃତିର ସମୃଦ୍ଧ ଇତିହାସ ବିଷୟରେ ବେଶୀ କିଛି ଜାଣନ୍ତି ନାହିଁ । ତା’ଠୁ ଦୁଃଖର ବିଷୟ ଯେ ଏହି ସଂସ୍କୃତି ଏବଂ ଇତିହାସକୁ ଜଣାଇବା ପାଇଁ ପୁରୀ ଠାରେ କିଛି ବ୍ୟବସ୍ଥା ଗତ ସାଢେ ସାତ ଦଶନ୍ଧିରେ କରାଯାଇ ପାରିଲା ନାହିଁ । ଏତଦବ୍ୟତୀତ ପୁରୀକୁ ଏକ ଉତ୍ତମ ପର୍ଯ୍ୟଟନ ସ୍ଥଳୀ ଭାବେ ଗଢି ତୋଳିବା ପାଇଁ ବିଶେଷ କିଛି ପଦକ୍ଷେପ ନିଆଯାଇନାହିଁ । ଚିନ୍ତା କରନ୍ତୁ, ଆଜି ଜଣେ ପର୍ଯ୍ୟଟକ ପୁରୀ ଆସିଲେ, ତା’ ପାଇଁ ମୁଖ୍ୟତଃ ଦୁଇଟି ଠିକଣା । ଜଗନ୍ନାଥ ମନ୍ଦିର ଏବଂ ବେଳାଭୂମି । ଏହାକୁ ଛାଡିଦେଲେ ଅନ୍ୟ କୌଣସି ମନୋରଞ୍ଜନ କିମ୍ବା ପର୍ଯ୍ୟଟନ ଭିତ୍ତିଭୂମି ନାହିଁ, ଯେଉଁଠାରେ ସେ କିଛି ସମୟ ଅବିବାହିତ କରିପାରିବ । ଯେକୌଣସି ପର୍ଯ୍ୟଟନ ସ୍ଥଳକୁ ବିକାଶ କରିବାକୁ ହେଲେ, ପ୍ରଥମ ନିୟମ ହେଉଛି କିପରି ଜଣେ ପର୍ଯ୍ୟଟକ ସେଠାରେ ଅଧିକରୁ ଅଧିକ ସମୟ ବିତାଇବ । ଯାହାଦ୍ୱାରା ସେ ଅଧିକ ଖର୍ଚ୍ଚ ବି କରିବ । କିନ୍ତୁ, ପୁରୀ ଠାରେ ସେମିତି କିଛି ବ୍ୟବସ୍ଥା ନାହିଁ ।ତେଣୁ ଏହି ଦୁଇ ସମସ୍ୟାକୁ ସମାଧାନ କରିବା ପାଇଁ ଆମ ସରକାର ପୁରୀ ଠାରେ ଏକ ବିଶ୍ୱସ୍ତରୀୟ ଶ୍ରୀଜଗନ୍ନାଥ ମୁ୍ୟଜିୟମ, ଲାଇବ୍ରେରୀ ଏବଂ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରିବାକୁ ନିଷ୍ଫତ୍ତି ନେଇଛନ୍ତି । ଗୋଟିଏ ପରିସରରେ ଏହା ନିର୍ମିତ ହେବ । ଶ୍ରୀଜଗନ୍ନାଥ ସଂଗ୍ରହାଳୟରେ ଜଗନ୍ନାଥ ସଂସ୍କୃତି ଓ ଇତିହାସ ଯେପରିକି ଏହାର ପୌରାଣିକ ମହତ୍ତ୍ୱ, ନୀଳବଧବଙ୍କ ଠାରୁ ମନ୍ଦିର ନିର୍ମାଣର ଇତିହାସ, ବିଗ୍ରହ ପ୍ରତିଷ୍ଠା, କାଞ୍ଚି ବିଜୟ, ଯାନିଯାତ୍ରା, ମନ୍ଦିର ରୀତିନୀତି, ଭକ୍ତ ଏବଂ ଭଗବାନଙ୍କ ମଧ୍ୟରେ ଭାବାବେଗ ଇତ୍ୟାଦି ପ୍ରଦର୍ଶିତ ହେବ । ଏହି ସବୁ ଘଟଣାବଳୀକୁ ବିଭିନ୍ନ ଚିତ୍ରକଳା, ପ୍ରତିମୂର୍ତ୍ତି, ପଟ୍ଟଚିତ୍ର ଇତ୍ୟାଦି ମଧ୍ୟମରେ ପ୍ରଦର୍ଶିତ କରାଯାଇପାରିବ ।
ସେହିପରି ଏହି ପରିସରରେ ଏକ ପୁସ୍ତକାଗାର ଏବଂ ଜଗନ୍ନାଥ ସଂସ୍କୃତି ଗବେଷଣା କେନ୍ଦ୍ର ସ୍ଥାପିତ କରାଯିବ । ଏହି ପୁସ୍ତକାଗାରରେ ଜଗନ୍ନାଥ ସଂସ୍କୃତି ସହିତ ଓଡିଆ ସଂସ୍କୃତି ଓ ପରମ୍ପରା ସମ୍ବନ୍ଧୀୟ ପୁସ୍ତକ ବି ରହିବ । ଏହି ପୁସ୍ତକାଗାରରେ ଇ-ଲାଇବ୍ରେରୀର ସୁବିଧା ପ୍ରଦାନ କରାଯିବ ଏବଂ ପାଠକମାନେ ଇ-ଲାଇବ୍ରେରୀ ମାଧ୍ୟମରେ ସବୁ ପ୍ରକାର ପଠନ ସାମଗ୍ରୀ ପାଇ ପାରିବେ । ଜଗନ୍ନାଥ ସଂସ୍କୃତି ଏବଂ ସାହିତ୍ୟକୁ ଋଦ୍ଧିମନ୍ତ କରିବା ପାଇଁ ଏହା ନିଶ୍ଚିତ ଭାବେ ସାହାଯ୍ୟ କରିବ । ଏଥିସହିତ ଏହି ପରିସରରେ ପ୍ରାୟ ୩୦୦ ଆସନ ବିଶିଷ୍ଟ ଏକ ପ୍ରେକ୍ଷାଳୟ (ଅଡିଟରିଅମ) ନିର୍ମାଣ କରାଯିବ । ଏହି ଅଡିଟରିଅମରେ ପ୍ରତି ଦିନ ଲାଇଟ ଓ ସାଉଣ୍ଡ ଶୋ’ ପ୍ରସ୍ତୁତ କରାଯିବ । ଜଗନ୍ନାଥ ମନ୍ଦିର ଏବଂ ଠାକୁରଙ୍କୁ ନେଇ ଅନେକ କାହାଣୀ, ଅନେକ ପ୍ରସଙ୍ଗ ରହିଛି । ଏହି ସବୁ ପ୍ରସଙ୍ଗକୁ ବିଭିନ୍ନ ଅଧ୍ୟାୟରେ ବିଭାଜନ କରି ଗୋଟିଏ ଗୋଟିଏ ଅଧ୍ୟାୟ (ଏପିସଡ) ପ୍ରସ୍ତୁତ କରି ବିଭିନ୍ନ ଭାଷା ଯେପରିକି ଓଡିଆ, ହିନ୍ଦୀ, ଇଂରାଜୀ ଏବଂ ବଙ୍ଗାଳୀ ଭାଷାରେ ପ୍ରସ୍ତୁତ କରାଯାଇ ପ୍ରଦର୍ଶିତ କରାଯିବ । ତା’ ଛଡା ଏହି ପରିସର ମଧ୍ୟରେ ଏକ ମୁକ୍ତାକାଶ ରଙ୍ଗମଞ୍ଚ ବି ନିର୍ମିତ ହେବ, ଯେଉଁଠି ରାଜ୍ୟର କଳାକାର ଏବଂ ସାଂସ୍କୃତିକ ଅନୁଷ୍ଠାନ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇପାରିବ । ଏହି ପ୍ରକଳ୍ପ ଜଗନ୍ନାଥ ସଂସ୍କୃତି, ପରମ୍ପରା ଏବଂ ସାହିତ୍ୟକୁ ସୁଦୃଢ ଏବଂ ପରିପୁଷ୍ଟ କରିବା ସହିତ ପୁରୀ ଜଗନ୍ନାଥ ଧାମକୁ ଆସୁଥିବା ହଜାର ହଜାର ପର୍ଯ୍ୟଟକଙ୍କ ପାଇଁ ଉକôୃଷ୍ଟ ସମୟ ଅତିବାହିତ କରିବା ପାଇଁ ସୁଯୋଗ ପ୍ରଦାନ କରିବ । ଏହା ପୁରୀକୁ ଦେଶର ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ଦେବାରେ ସହାୟକ ହେବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଡିଜିଟାଲ ହୁଣ୍ଡି-ସମର୍ପଣର ଶୁଭାରମ୍ଭ କରିଛନ୍ତି । ସେ କହିଛନ୍ତିଯେ, ଆଜି ଆଉ ଗୋଟିଏ ବଡ ମହତ୍ତ୍ୱପୂର୍ଣ ଘୋଷଣା କରି ମୁଁ ଅତ୍ୟନ୍ତ ଆନନ୍ଦିତ । ସାରା ବିଶ୍ୱର କୋଣ ଅନୁକୋଣର ଜଗନ୍ନାଥପ୍ରେମୀମାନେ ଇଚ୍ଛା କରି ବି ସୁବିଧାରେ ଜଗନ୍ନାଥଙ୍କ ପ୍ରତି ସମର୍ପଣ ପାଇଁ ଦାନ ଦେବାରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ । ବର୍ତ୍ତମାନର ଅନଲାଇନ୍ ବ୍ୟବସ୍ଥାରେ ଜଣେ ସାଧାରଣ ଭକ୍ତ ସମର୍ପଣ ଦେବା ଅତ୍ୟନ୍ତ କାଠିକର ପାଠ । ଦଶ ବର୍ଷ ତଳେ ଅର୍ଥାତ୍ ୨୦୧୫ ଜୁଲାଇ ୧ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିଜିଟାଲ ଭାରତର ଶୁଭାରମ୍ଭ କରିଥିଲେ । ଏହି ଦଶବର୍ଷ ପୂର୍ତ୍ତି ଉପଲକ୍ଷେ ଆମ ସରକାର ଶ୍ରୀଜଗନ୍ନାଥଙ୍କ ଉଦେ୍ଦଶ୍ୟରେ ଭକ୍ତଗଣ ପ୍ରଦାନ କରୁଥିବା ଦାନକୁ ସହଜ, ସାବଲୀଳ କରିବା ପାଇଁ ଚଳିତ ବ୍ୟବସ୍ଥାରେ ପରିବର୍ତ୍ତନ କରି ଡିଜିଟାଲ-ହୁଣ୍ଡି-ସମର୍ପଣର ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାଦ୍ୱାରା ଭକ୍ତଗଣ ଅତି ସହଜରେ କୁ୍ୟଆର କୋଡ ବ୍ୟବହାର କରି ନିଜ ନିଜ ସମର୍ପଣ ଦେଇ ପାରିବେ । ଶ୍ରୀମନ୍ଦିରର ୱେବସାଇଟ୍ରେ ଏହି କୁ୍ୟଆର କୋଡ଼ ରହିବ । ଏଥିପାଇଁ ସମସ୍ତ ଇଛୁକ ବ୍ୟାଙ୍କମାନେ ମନ୍ଦିରର ବାହାର ପରିସରରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ସହିତ ସମନ୍ୱୟ ରକ୍ଷାକରି ନିଜ ନିଜ କୁ୍ୟଆର କୋଡ଼ ଷ୍ଟେସନ ସ୍ଥାପନ କରିପାରିବେ । ମନ୍ଦିର ବ୍ୟତୀତ ପୁରୀ ସହରର ଲୋକପ୍ରିୟ ସ୍ଥାନଗୁଡିକରେ ବି ଏଟିଏମ କାଉଣ୍ଟର ପରିସରରେ ବି ଏହି କୋଡ଼ ପ୍ରଦର୍ଶିତ କରିପାରିବେ । ଏହାବ୍ୟତୀତ ନିଜ ବ୍ୟାଙ୍କ ଶାଖାରେ ବି ଏହାକୁ ପ୍ରଦର୍ଶିତ କରି ପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହାର ମୁଖ୍ୟ ଉଦେ୍ଦଶ୍ୟ ଅଧିକ ଦାନ ସଂଗ୍ରହ କରିବା ନୁହେଁ, ଏହାର ମୁଖ୍ୟ ଉଦେ୍ଦଶ୍ୟ ହେଉଛି ଭକ୍ତଙ୍କ ଭଗବାନଙ୍କ ପ୍ରତି ସମର୍ପଣ ଭାବକୁ ପୂର୍ଣ୍ଣ କରିବା । ଉଦାହରଣ ସ୍ୱରୂପ, ନବଦିନ ବ୍ୟାପୀ ଘୋଷଯାତ୍ରା ଦିନ ଅନେକ ଭକ୍ତ ଚାହିଁଥା’ନ୍ତି, ଯଦି ବି ସେମାନେ ପୁରୀ ଆସି ପାରିବେନି, ପ୍ରଭୁଙ୍କ ନିକଟରେ ଘରେ ରହି ନିଜର ସମର୍ପଣ ପ୍ରଭୁଙ୍କ ଉଦେ୍ଦଶ୍ୟରେ ପ୍ରଣିପାତ କରି ପାରିବେ । ଜଗନ୍ନାଥପ୍ରେମୀଗଣ ଏହି ବ୍ୟବସ୍ଥାର ସୁବିଧା ନେବେ ଏବଂ ଜଗନ୍ନାଥଙ୍କ ପ୍ରତି ନିଜ ନିଜର ସମର୍ପଣ ସୁବିଧାରେ ଦେଇ ପାରିବେ ।