ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସୋର: ସୋର ଥାନା ତାଳପାଡ଼ି ଗ୍ରାମରେ ଜଣେ ନାବାଳିକା ଗୁହାଳ ଘର ଗଡାÿଣରେ ବେକରେ ଆପ୍ରନ ବାନ୍ଧି ଆତ୍ମହତ୍ୟା କରିଥିବା ଜଣାପଡିଛି । ଏହି ଗ୍ରାମର ସ୍ୱର୍ଗତ ଅମର ମଳିକଙ୍କ ନାବାଳିକା ଝିଅ କ୍ରିଷ୍ଣା ମଳିକ (୧୭) ସୋର ଉପେନ୍ଦ୍ରନାଥ ମହାବିଦ୍ୟାଳୟରେ ଯୁକ୍ତ ଦୁଇ କଳାରେ ପ୍ରଥମ ବର୍ଷରେ ପାଠ ପଢ଼ନ୍ତି । ଗତକାଲି ଅପରାହ୍ନରେ ସେ କଲେଜରୁ ଫେରି ଘରେ କେହି ନ ଥିବା ବେଳେ ତାଙ୍କ ଗୁହାଳ ଘରେ କବାଟ ବନ୍ଧ କରି ବେକରେ ଆପ୍ରନ ବାନ୍ଧି ଗଡାÿଣରେ ଝୁଲି ପଡ଼ିଥିଲେ । ତାଙ୍କ ମାଆ ସନ୍ଧ୍ୟାରେ ଛେଳି ଚରାଇ ଘରକୁ ଫେରିବା ପରେ ଗୁହାଳ ଘର କବାଟ ବନ୍ଧ ଥିବାରୁ ପଡୋଶୀଙ୍କ ସହାୟତାରେ କବାଟ ଭାଙ୍ଗିବା ପରେ କ୍ରିଷ୍ଣା ଝୁଲୁଥିବା ଦେଖିବାକୁ ପାଇଥିଲେ । ଫଳରେ ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆଜି ସକାଳେ ଖବରପାଇ ସୋର ପୁଲିସ ମେଡିକାଲରେ ପହଞ୍ଚି ଏକ ମାମଲା ରୁଜ୍ଜୁ କରି ଶବ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରି ଘଟଣାର ତଦନ୍ତ ଆରମ୍ଭ କରିଛି ।