ଓଡ଼ିଶାର ଦାର୍ଜିଲିଙ୍ଗ୍ରେ ତୁଷାରପାତ
ଘୁ.ଉଦୟଗିରି: (ଗଗନ କୁମାର ପ୍ରଧାନ): ଓଡ଼ିଶାର ଦାର୍ଜିଲିଙ୍ଗ ଘୁ.ଉଦୟଗିରିରେ ପ୍ରଥମ ତୁଷାର ପାତ ହୋଇଛି । ରାଜ୍ୟରେ ଶୀତଳତମ ସହର ଘୁ.ଉଦୟଗିରି ପ୍ରଥମ ତୁଷାରପାତ ହେବା ଦ୍ୱାରା ଜନଜୀବନ ଅସ୍ତବ୍ୟସ୍ତ ହୋଇଛି । ଫଳରେ ହାଡଭଙ୍ଗା ଶୀତ ଅନୁଭୂତ ହୋଇଛି । ଏଠାରେ ଓଡ଼ିଶାର ସର୍ବନିମ୍ନ ତାପମାତ୍ରା ୭.୨ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି । ଗ୍ରାମାଞ୍ଚଳରେ ସହରାଞ୍ଚଳ ଅପେକ୍ଷା ପ୍ରବଳ ଥଣ୍ଡା ସହ ଜାଡ଼ରେ ଅନୁଭୂତ ହେଉଛି । ଅସହ୍ୟ ଶୀତ ଯୋଗୁଁ ଜୀବନ ଜୀବିକା ମଧ୍ୟ ପ୍ରଭାବିତ ହୋଇଛି । ଗ୍ରାମାଞ୍ଚଳ ସହ ସହରର ବିଭିନ୍ନ ସ୍ଥାନରେ ଅର୍ଥାତ ଲଏରେଜୁ, ମୁକୁଲିଙ୍ଗିଆ, ଡଡାପାଡ଼ା, ତୁମୁସିଙ୍ଗିଆ, ମୁକୁଲିଙ୍ଗିଆ, ରିତୁଡ଼ି, କୁର୍ମିଙ୍ଗିଆ, ସିପାଏଜୁ, ଗୁଡରି ପଡି, ଶ୍ରୀରାମ ପଦା ଇତ୍ୟାଦି ଅଂଚଳରେ ତୁଷାରପାତ ଦେଖିବାକୁ ମିଳିଛି । ଘୁ ଉଦୟଗିରି ଏକ ଶୀତ ଅନୁଭୂତ ହେଉଥିବା ଅଂଚଳ । ଯାହା ପାଇଁ ଏହି ପରିବେଶକୁ ଅନୁକୂଳ ଭାବି ବ୍ରିଟିଶ ମିଶନାରୀମାନେ ମଧ୍ୟ ଗୁଡରି ପଡିରେ ବସତି ସ୍ଥାପନ କରିଥିଲେ । କିନ୍ତୁ ଏହା ଲୋକଲୋଚନକୁ ଆସି ନ ଥିଲା । କିନ୍ତୁ ତିନି ବର୍ଷ ହେବ ଆଇଏମଡି ଦ୍ୱାରା ତାପମାତ୍ରକୁ ପ୍ରକାଶ କାରାଯାଉ ଥିବାରୁ ଘୁ.ଉଦୟଗିରିକୁ ବର୍ତ୍ତମାନ ପର୍ଯ୍ୟଟକଙ୍କ ଭିଡ଼ ଜମିବାରେ ଲାଗିଛି । ଦୀର୍ଘ ବର୍ଷ ହେଲାଣି ରାଜ୍ୟର ସବୁଠାରୁ କମ ତାପମାତ୍ରା ସହ ଅତ୍ୟଧିକ ଶୀତ ଥଣ୍ଡା ଅନୁଭୂତ ହେଉ ଥିବା ସହର ଭାବେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ଦ୍ୱାରା ଘୁ ଉଦୟଗିରିରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ସ୍ଥାନୀୟ ଅଞ୍ଚଳରେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ବିଭିନ୍ନ ପର୍ୟଟନସ୍ଥଳିରେ ପର୍ଯ୍ୟଟକଙ୍କ ଗହଳି ଦେଖିବାକୁ ମିଳିଛି । କିନ୍ତୁ ପ୍ରଶାସନ ତରଫରୁ ଏଠାରେ ପର୍ଯ୍ୟଟନ ସ୍ଥଳୀର ବିକାଶ ହେଉଛି ନା ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ କୌଣସି ମହୋସôବର ଆୟୋଜନ ହେଉଛି । ନା ପର୍ଯ୍ୟଟନ ପାଇଁ ତତ୍ପରତା ପ୍ରକାଶ ପାଉଛି । ପ୍ରଶାସନ ତରଫରୁ ରାଜ୍ୟର ସବୁଠାରୁ କମ ତାପମାତ୍ରା ରହୁଥିବା ଥଣ୍ଡାର ଅଞ୍ଚଳ ପ୍ରତି ଦୃଷ୍ଟି ପଡୁ ନ ଥିବା ଦୁର୍ଭାଗ୍ୟର ବିଷୟ କହିଛନ୍ତି ବୁଦ୍ଧିଜିବୀ । ତେଣୁ ରାଜ୍ୟର ଶୀତଳତମ ସହର ଭାବେ ଘୁ.ଉଦୟଗିରିରେ ପର୍ଯ୍ୟଟନସ୍ଥଳୀର ବିକାଶ ସହ ମହୋସôବର ଆୟୋଜନ ହୋଇ ପାରିଲେ ଆର୍ଥିକ ବିକାଶ ହୋଇ ପାରିବ ବୋଲି ସ୍ଥାନୀୟ ବାସିନ୍ଧା ମତବ୍ୟକ୍ତ କରିଛନ୍ତି । ଘୁ.ଉଦୟଗିରି ଥଣ୍ଡା ଓ ତୁଷାର ପାତ ଅଂଚଳ । କିନ୍ତୁ ଏହା ଲୋକଲୋଚନକୁ ଆସୁନାହିଁ । ବର୍ତ୍ତମାନ କିଛି ବର୍ଷ ହେବ ଭିଭିନ୍ନ ଖବର କାଗଜରେ ଥଣ୍ଡା ଅନୁଭୂତ ହେଉ ଥିବା ଖବର ପ୍ରକାଶ ପାଉଛି । ତେଣୁ ସରକାର ଏହି ଅଂଚଳରେ ଥିବା ପର୍ଯ୍ୟଟନ ସ୍ଥଳୀଗୁଡିକର ବିକାଶ କରିବା ନିହାତି ଜରୁରୀ ବୋଲି ଅଞ୍ଚଳର ସଚେତନ ନାଗରିକମାନେ ପ୍ରକାଶ କରିଛନ୍ତି । ଏଠାରେ ପର୍ଯ୍ୟଟନକୁ ଗୁରୁତ୍ୱ ଦେଲେ ଆଗାମୀ ଦିନରେ ଓଡ଼ିଶାର ପର୍ଯଟନ କ୍ଷେତ୍ରରେ ବିକାଶ ହୋଇପାରନ୍ତା ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି ।