ଜଟିଳ ହେଉଛି ଟ୍ରାଫିକ୍ ସମସ୍ୟା

ତାଳଚେର : ତାଳଚେର ପୌରପରିଷଦ ମୁଖ୍ୟରାସ୍ତା ବାଇପାସ୍ ଟ୍ରାଫିକ୍ ଛକ ଠାରୁ ଦୀର୍ଘ ୩କମିି ହେବ ହାଣ୍ଡିଧୂଅାଁ ପର୍ଯ୍ୟନ୍ତ ସଦାସର୍ବଦା ଟ୍ରାଫିକ ଜାମ୍ ରହୁଥିବାରୁ ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ତାଳଚେରର ହାଟତୋଟା ମୁଖ୍ୟ ବାଣିଜ୍ୟ ପେଣ୍ଠସ୍ଥଳୀ ଭାବେ ପରିଚିତ । ଏହି ହାଟତୋଟାର ମଙ୍ଗଳ ମନ୍ଦିର ଠାରୁ ଆରମ୍ଭ କରି କାଳି ମନ୍ଦିର ଛକ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାଶ୍ୱର୍ରେ ପ୍ରତ୍ୟେକ ସମୟରେ ଗାଡ଼ିମଟର ରଖି ସେମାନଙ୍କର ଦୈନନ୍ଦିନ ବ୍ୟବହାର ଯୋଗ୍ୟ ସମାଗ୍ରୀ କ୍ରୟ କରିଥାନ୍ତି । ରାସ୍ତାର ଉଭୟ ପାଶ୍ୱର୍ରେ ଦୋକାନ ସମେତ ବଡ଼ବଡ଼ ମଲ ଗଢ଼ି ଉଠିବା ଫଳରେ ଯାନବାହାନ ଗୁଡ଼ିକ ସେଭଳି କୌଣସି ପ୍ରଶାସନ ପକ୍ଷରୁ ପାର୍କିଙ୍ଗ ବ୍ୟବସ୍ଥା ନଥିବାରୁ ଲୋକେମାନେ ରାସ୍ତା କଡ଼ରେ ଗାଡ଼ି ରଖି ନିଜର ଜିନିଷ କ୍ରୟ କରୁଛନ୍ତି । ସେହିଭଳି ତାଳଚେର ଟାଉନ ବଡ଼ବଜାର ଠାରୁ କାଳିମନ୍ଦିର, ଶର୍ମାଛକ, ହାଣ୍ଡିଧୂଅାଁ ଛକ ପର୍ଯ୍ୟନ୍ତ ରାସ୍ତାର ଉଭୟପାର୍ଶ୍ୱରେ ଏକାଧିକ ବ୍ୟାଙ୍କ ଓ ବଡ଼ବଡ଼ ମଲ୍ ରହୁଥିବାରୁ ସମାନ ପରିସ୍ଥିତି ହେତୁ ନାହିଁ ନ ଥିବା ଟ୍ରାଫିକ ସମସ୍ୟା ଦେଖାଯାଇଥାଏ । ଏହି ପରିସ୍ଥିତି ପୂର୍ବରୁ ଉପୁଜୁଥିବାରୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ କେଉଁଠି କେମିତି ଅଣଓସାରିଆ ରାସ୍ତାକୁ ଚଉଡ଼ା କରାଯାଇଥିଲେ ମଧ୍ୟ ଆଉ କେଉଁଠି ସେହି ଅଣଓସାରିଆ ରାସ୍ତା ରହିଛି । ତେଣୁ ଏହି ରାସ୍ତାର ଏପାଖରୁ ସେପାଖକୁ ଯିବା ଏତେ ସହଜ ହୋଇନଥାଏ । ଶିଳ୍ପନଗରୀ ତାଳଚେର ସହରର ଏହି ମୁଖ୍ୟ ରାସ୍ତାକୁ ପ୍ରଶସ୍ତିକରଣ କରିବା ସହିତ ରାସ୍ତା ଜମିକୁ ଜବରଦଖଲକାରୀଙ୍କୁ ଉଚ୍ଛେଦ କରାଗଲେ କିଛିକାଂଶରେ ଏହି ଟ୍ରାଫିକ୍ ଦୂରୀଭୂତ ହୋଇପାରନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । ସେହିପରି ତାଳଚେର ଟାଉନଥାନା ପକ୍ଷରୁ ପୁଲିସ୍ ମୁତୟନ କରି ଘଣ୍ଟାଘଣ୍ଟା ଧରିି ରାସ୍ତାରେ ରଖୁଥିବା ଯାନବାହାନ ଗୁଡ଼ିକୁ ଅନ୍ୟତ୍ର ପାର୍କିଂ ବ୍ୟବସ୍ଥା କରାଇଲେ କିଛିକାଂଶରେ ଟ୍ରାଫିକ୍ ଅବସ୍ଥାରେ ସୁଧାର ଆସିବ ବୋଲି କୁହାଯାଉଛି ।