ଓଡ଼ିଶୀ ନୃତ୍ୟ ଯୁବପିଢିଙ୍କ ମୁଖ୍ୟ ଆକର୍ଷଣ

 ଭୁବନେଶ୍ୱର  :   ‘ଉପସରଣମ- ଉକ୍ରର୍ଷତା ଦିଗରେ ଅଗ୍ରସର ହେବା’ ହେଉଛି  ସୃଜନର ଗୁରୁତ୍ୱପୂର୍ଣ୍ଣ ତାଲିମ ଶାଖାର ବାର୍ଷିକ ପ୍ରଦର୍ଶନୀ । ଚଳିତ ବର୍ଷ ସୃଜନ ପକ୍ଷରୁ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପଠାରେ ଆସନ୍ତା ମେ’ ୧୮ରେ ଉପସରଣମ୍ ୨୦୨୫ର ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମ ସନ୍ଧ୍ୟା ୭ଟାରେ ଆରମ୍ଭ ହୋଇଥିବା ବେଳେ  ଡଃ ମୃତୁ୍ୟଞ୍ଜୟ ରଥ ନିଜର ବକୃତା ଓ ଅଭିଜ୍ଞତା ମାଧ୍ୟମରେ ଏହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ । ସମ୍ମାନିତ ଅତିଥି ଭାବେ ପ୍ରଖ୍ୟାତ ସଙ୍ଗୀତଜ୍ଞ ଓ ବାଦ୍ୟଯନ୍ତ୍ରବାଦକ ଅବନିକାନ୍ତ ଦାସ,  ଗୁରୁ ପଙ୍କଜ ଚରଣ ଓଡିଶୀର ରିସର୍ଚ୍ଚ ଫାଉଣ୍ଡେଶନର ନିଦେ୍ର୍ଦଶକ ଶରତ ଦାସ, ଲୋକପ୍ରିୟ ସିତାର ବାଦକ ରବିଶଙ୍କର ପ୍ରଧାନ, ପ୍ରତିଷ୍ଠିତ ଓଡିଆ ସାମ୍ବାଦିକ, କବି ଓ ଲେଖକ କେଦାର ମିଶ୍ରଙ୍କ ସମେତ ଓଡିଶୀ ନୃତ୍ୟଗୁରୁ ଓ ଗୁରୁ କେଳୁଚରଣ ମହାପାତ୍ର ନୃତ୍ୟବାସର ପ୍ରତିଷ୍ଠାତା ଗୁରୁ କେଳୁଚରଣ ମହାପାତ୍ର ଓ ସଂସ୍ଥାର ନିଦେ୍ର୍ଦଶକ ରତିକାନ୍ତ ମହାପାତ୍ରଙ୍କ ନୃତ୍ୟ ସଂରଚନା ଉପସ୍ଥାପନ କରିଥିଲେ । ରୁପକ କୁମାର ପରିଡାଙ୍କ ସଂଗୀତ ରଚନା ଓ ରତିକାନ୍ତ ମହାପାତ୍ରଙ୍କ ମୂଳ କୋରିଓଗ୍ରାଫି ସହିତ ସୃଜନର ପ୍ରତିଭାଶାଳୀ ସଦସ୍ୟ ଡାଏନା ଘୋଷଙ୍କ ଦ୍ୱାରା ନବୀକରଣ ହୋଇଥିବା ଗ୍ରୁପ କମ୍ପୋଜିଶନକୁ ନୃତ୍ୟଶିଳ୍ପୀ ଆରାଧ୍ୟା, ଆୟେଶା, ବିଦ୍ୟା ଭାରତୀଙ୍କ ସମେତ ଅନ୍ୟମାନେ ମଞ୍ଚ ପରିଚାଳନା କରିଥିଲେ ।