‘ଓୟୁଜେ’ ପକ୍ଷରୁ ବୃକ୍ଷରୋପଣ

 ଜଟଣୀ: ଜଟଣୀ ଏନଡିଆରସି ଉଚ୍ଚ ବିଦ୍ୟାଳୟ ପରିସରରେ ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ୟୁନିୟନ ପକ୍ଷରୁ ବୃକ୍ଷରୋପଣ ଏବଂ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଛି । ଏହି ଅବସରରେ ଦିବଗଂତ ଭିଡିଓ ଜର୍ଣ୍ଣାଲିଷ୍ଟ ବିଜୟ ଦଳେଇଙ୍କ ଅମର ଆତ୍ମାର ସଦ୍ଗତିଃ ନିମନ୍ତେ ସଂଗଠନ ପକ୍ଷରୁ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହେବା ସହ ଦୁଇଜଣ ମିନିଟ ନିରବ ପାର୍ଥନା କରାଯାଇଥିଲା । ବୃକ୍ଷରୋପଣ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଅଦେ୍ର୍ଧନ୍ଦୁ ଦାସ ଏବଂ ଖୋର୍ଦ୍ଧା ଫରେଷ୍ଟ ରେଂଜର ଜୟକୃଷ୍ଣ ପଣ୍ଡା ଅତିଥି ରୁପେ ଯୋଗଦେଇଥିଲେ । ଖୋର୍ଦ୍ଧା ଜିଲ୍ଲା  ଓୟୁଜେର ସଭାପତି ତପନ କୁମାର ନାୟକ ଓ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଡ.ଶିଗ୍ଧାରାଣୀ ସ୍ୱାଇଁ ସମ୍ମାନିତ ଅତିଥି ରୁପେ ଉପସ୍ଥିତ ଥିଲେ । ଓୟୁଜେ ଖୋର୍ଦ୍ଧା ଜିଲ୍ଲାର ସାଧାରଣ ସଂପାଦକ ଲୋହିତ ନାରାୟଣ ମହାପାତ୍ର କାର୍ଯ୍ୟକ୍ରମର ସଂଯୋଜନା ଦାୟିତ୍ୱ ତୁଲାଇଥିଲେ । ସୟଦ ଅନସର ଅଲ୍ଲୀ, ନାରାୟଣ ମହାନ୍ତି, ଅନୁଅର ଅଲ୍ଲୀ, ଲଳିତ ମହାରଣା,ବିଶ୍ୱଜିତ ସାମନ୍ତରାୟ, ଶ୍ରୀକାନ୍ତ ପରିଜା, ସତ୍ୟ ନାରାୟଣ ସାମନ୍ତରାୟ, କେଦାନାଥ ସାହୁ, ସଜନ ଅଗ୍ରୱାଲ, ଅଶୋକ ପଟ୍ଟନାୟକ, ରାଜେନ୍ଦ୍ର ପ୍ରସାଦ ନାୟକ, ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।